ଚୀନ Line of Actual Control ଠାରେ ଭାରତ ବିରୋଧରେ ଷଡଯନ୍ତ୍ର କରିବା ଆରମ୍ଭ କରିଦେଇଛି। ସେପଟେ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଅନ୍ୟ କ୍ଷେତ୍ରରେ ମଧ୍ୟ ନୂତନ ଷଡଯନ୍ତ୍ର କରୁଛି। ବର୍ତ୍ତମାନ ଚୀନ ବ୍ରହ୍ମପୁତ୍ର ନଦୀକୁ ନିଜର ହତିଆର କରି ଭାରତ ଉପରେ ପ୍ରହାର କରିବାକୁ ଚାହୁଁଛି। କିନ୍ତୁ ଭାରତ ଏହି ସବୁ ଷଡ଼ଯନ୍ତ୍ର ପାଇଁ ପୂର୍ବରୁ ସତର୍କ ରହିଛି।
ଏହା ଏଥିପାଇଁ କୁହାଯାଉଛି କାରଣ ଆଜିକାଲି ବ୍ରହ୍ମପୁତ୍ର ନଦୀରେ ଯେଉଁ ବିସ୍ଫୋରଣ ଦେଖାଯାଉଛି ତାହା କୌଣସି ପ୍ରାକୃତିକ ପ୍ରକୋପ ନୁହେଁ। ଏହା ଚୀନର ଏକ ଷଡ଼ଯନ୍ତ୍ର। ଏହା ଚୀନର ଏକ ହତିଆର ସେ ଯେତେବେଳେ ଚାହୁଁଛି ସେତେ ପରିମାଣର ପାଣି ଏହି ନଦୀରେ ଛାଡି ଦେଉଛି ଏବଂ ନିଜର ପଡୋଶୀ ମାନଙ୍କୁ କ୍ଷତି ପହଞ୍ଚାଉଛି।
ବ୍ରହ୍ମପୁତ୍ର ନଦୀରେ ପ୍ରତିବର୍ଷ ବନ୍ୟା ଆସୁଛି ଯେଉଁଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଉଛି। ଏହି ଚୀନ କୃତ ବନ୍ୟା ଦ୍ୱାରା ହଜାର ହଜାର ଲୋକଙ୍କ ଘର ଉଜୁଡ଼ି ଯାଉଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦୋଷୀ କହୁଥିବା ବେଳେ ଏହାର ଅସଲ ଦୋଷୀ ଚୀନ।
ବ୍ରହ୍ମପୁତ୍ର ନଦୀର ନିୟନ୍ତ୍ରଣ ଚୀନ ପାଖରେ ରହିଛି କାରଣ ଏହି ନଦୀ ତିବ୍ଦତରୁ ବାହାରି ଅରୁଣାଞ୍ଚଳ ପ୍ରଦେଶ ଏବଂ ଆସାମ ହୋଇ ଉତ୍ତର ପୂର୍ବର ରାଜ୍ୟ ଗୁଡିକ ପର୍ଯ୍ୟନ୍ତ ପହଞ୍ଚୁଛି। ଚୀନ ବ୍ରହ୍ମପୁତ୍ର ନଦୀରେ ଅନେକ ବନ୍ଧ ନିର୍ମାଣ କରି ଭାରତରେ ହେଉଥିବା ବନ୍ୟାକୁ ନିଜ ନିୟନ୍ତ୍ରଣରେ ରଖିଛି। ଚୀନର ଏହି ଷଡଯନ୍ତ୍ର ବିଷୟରେ ଭାରତ ଭଲ ଭାବରେ ଅବଗତ ଅଛି ଏବଂ ଏହି କ୍ଷେତ୍ରରେ ନିଜର ଶକ୍ତି ବଢାଇବାରେ ଲାଗି ପଡିଛି।
ଚୀନ ନିକଟରେ ହିଁ ଅତ୍ୟନ୍ତ ଶିଘ୍ରତାରେ ଏକ ବନ୍ଧ ବନାଇଛି। ଏକ ଅନୁମାନ ମୁତାବକ ଚୀନର ବ୍ରହ୍ମପୁତ୍ର ନନଦୀରେ ୮୦ ହଜାରରୁ ଅଧିକ ବନ୍ଧ ରହିଛି। ସେ ବନ୍ଧରୁ ପାଣି ଛାଡି ପୂର୍ବୀ ଭାରତରେ ବନ୍ୟା ଆଣିବା ସହିତ ଅବଶ୍ୟକତା ସମୟରେ ପାଣି ଅଟକାଇ ମରୁଡି ପରି ପରିସ୍ଥିତି ଉପୁଜାଉଛି।