ଗିଲଗିତ-ବାଲ୍ଟିସ୍ତାନ ସ୍ଥିତ ସ୍କାର୍ଦୁର PAFର ବେସରେ ଉପସ୍ଥିତ ଯବାନଙ୍କୁ ପାକିସ୍ତାନର ଏୟାର ଚିଫ ମାର୍ଶାଲ ମୁଜାହିଦ ଅନବର ଖାନ ସମ୍ବୋଧିତ କରି କହିଛନ୍ତି ଯେ, PAF ନିଜର ସିଷ୍ଟର ସର୍ବିସେଜ ସହିତ କୌଣସି ପ୍ରତିକୂଳ ପରିସ୍ଥିତିରେ କିଛି ବି ଦୁଃସାହାସିକ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି।
ଚୀନ ସହିତ LAC ଠାରେ ଚାଲିଥିବା ସଂଘର୍ଷ ସମୟରେ ପାକିସ୍ତାନ ମଧ୍ୟ ନିଜର ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି। ନୂତନ ସୂଚନା ମୁତାବକ ପାକିସ୍ତାନର ଏୟାରଫୋର୍ସ PoKରେ ନିଜର ଲଢ଼ୁଆ ବିମାନ ଗୁଡିକ ମୁତୟନ ବଢ଼ାଇବାରେ ଲାଗି ପଡିଛି। ଖାଲି ଏତିକି ନୁହେଁ ଶନିବାର ଦିନ PAFର ପ୍ରମୁଖ ଏୟାର ଚିଫ ମାର୍ଶାଲ ମୁଜାହିଦ ଅନବର ଖାନ PoK ସ୍ଥିତ ଏକ ଏୟାର ବେସ୍ ପରିଭ୍ରମଣ ମଧ୍ୟ କରିଛନ୍ତି।
PTIର ଖବର ମୁତାବକ ପାକିସ୍ତାନ ଏୟାର ଫୋର୍ସର ପ୍ରମୁଖ ଶନିବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏକ ଏୟାର ବେସ ପରିଭ୍ରମଣ କରିଛନ୍ତି। ସେଠାରେ ସେ ବିଭିନ୍ନ ପ୍ରକାରର ସୀମା ଗତିବିଧି ଉପରେ ଖବର ମଧ୍ୟ ନେଇଥିଲେ।
PTI ରେଡିୟୋ ପାକିସ୍ତାନ ହବାଲେରୁ କହିଥିଲା ଯେ, ଗିଲଗିତ-ବାଲ୍ଟିସ୍ତାନ ସ୍ଥିତ ସ୍କାର୍ଦୁର PAFର ବେସରେ ଉପସ୍ଥିତ ଯବାନଙ୍କୁ ପାକିସ୍ତାନର ଏୟାର ଚିଫ ମାର୍ଶାଲ ମୁଜାହିଦ ଅନବର ଖାନ ସମ୍ବୋଧିତ କରି କହିଛନ୍ତି ଯେ, PAF ନିଜର ସିଷ୍ଟର ସର୍ବିସେଜ ସହିତ କୌଣସି ପ୍ରତିକୂଳ ପରିସ୍ଥିତିରେ କିଛି ବି ଦୁଃସାହାସିକ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି।
ଖାନ ନିଜର ଯବାନ ମାନଙ୍କୁ କହିଥିଲେ ଯେ, ପାକିସ୍ତାନ ବାୟୁସେନା କ୍ଷେତ୍ରରେ ଭୂ-ରଣନୈତିକ ବିକାଶ ପାଇଁ ପୂର୍ଣ୍ଣ ରୂପରେ ସତର୍କ ରହିଛି ଏଥିସହିତ ଶତ୍ରୁର ସମସ୍ତ ଆକ୍ରମଣକୁ ବିଫଳ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। PAF ଚିଫ ନିଜର ଏହି ପ୍ରରିଭ୍ରମଣ ସମୟରେ ବେସରେ ଥିବା ଫାଇଟର ଏୟାରକ୍ରାଫ୍ଟ ଏବଂ କାଁମ୍ବେଟ ସପୋର୍ଟ ଜିନିଷ ଗୁଡିକର ପରୀକ୍ଷଣ କରିଥିଲେ।
ତେବେ କିଛି ଦିନ ପୂର୍ବେ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ରାଜୈରୀ ସେକ୍ଟର ସାମ୍ନାରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚୀନ, ପାକିସ୍ତାନର ସର୍ବିଲାନ୍ସକୁ ଅସ୍ତ୍ର ଶସ୍ତ୍ର ଦ୍ୱାରା ସୁସଜ୍ଜିତ କରିଛି।
ସୂଚନା ମୁତାବକ PoK ଜିୟାରତ ଟପ ଏବଂ ଫାରବର୍ଡ ଡିଫେନ୍ସ ଚିଲାରାରେ ପାକିସ୍ତାନ, ଚୀନ ସାହାଯ୍ୟରେ ଅତ୍ୟାଧୁନିକ ସର୍ବିଲାନ୍ସ ସିଷ୍ଟମ ଲଗାଇଛି। ଏହି ସର୍ବିଲାନ୍ସ ସିଷ୍ଟମ ଭାରତୀୟ ସୁରକ୍ଷାରେ ଥିବା ସାମରିକ ବିଭାଗର ଗତିବିଧି ଉପରେ ନଜର ରଖୁଛି। ଏହାକୁ ଚୀନ ଏବଂ ପାକିସ୍ତାନର ମିଳିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି।