ସୁଶାନ୍ତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ ଆଜି ଯାଏ କିଛି ସ୍ପଷ୍ଟ ହୋଇପାରି ନାହିଁ ତାଙ୍କ କେସରେ। ଦିନକୁ ଦିନ ଏହି କେସ ଜଟିଳ ହେବାରେ ଲାଗିଛି। ତେବେ ସୁଶାନ୍ତଙ୍କ ହତ୍ୟାକାରୀ କେହି ଜଣେ ନୁହନ୍ତି ଏଥିରେ ଅନେକଙ୍କ ହାତ ରହିଛି। ତାଙ୍କ ହତ୍ୟାକାରୀଙ୍କ ତାଲିକାରେ ପ୍ରଥମ ଯେଉଁ ନାମ ଆସୁଛି ସେ ହେଉଛନ୍ତି ସୁଶାନ୍ତଙ୍କ ବନ୍ଧୁ ସନ୍ଦିପ ସିଂ। ତେବେ ସୁଶାନ୍ତଙ୍କ ହତ୍ୟାରେ ସନ୍ଦିପଙ୍କ ହାତ ରହିଥିବାର ଅଧିକ ସମ୍ଭାବନା ରହିଛି। ଏହାପରେ ଦ୍ଵିତୀୟ ଅସୁଥିବା ବ୍ୟକ୍ତି ଜଣକ ନିଜେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ।
ଏହି ଦୁଇଜଣ ସେଦିନ ରାତିରେ ସୁଶାନ୍ତଙ୍କ ଘରେ ଥିଲେ ଯେଉଁଦିନ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।ଏହାପରେ ସୁଶାନ୍ତଙ୍କ କେସରେ ଆସିଥିବା ବ୍ୟକ୍ତିଙ୍କ ନାମ ରିୟା ଚକ୍ରବର୍ତ୍ତୀ। ଏବଂ ଚତୁର୍ଥରେ ସୁରଜ ପାଂଚୋଲି ସହିତ ପଞ୍ଚମରେ ସଲମାନ ଖାନଙ୍କ ନାମ ଆସୁଛି। ସୁଶାନ୍ତଙ୍କ ପୁରା କେସ ଏହି ପାଞ୍ଚ ଜଣଙ୍କ ଚାରି ପାଖରେ ଘୁରିବୁଲୁ ଥିବା ବେଳେ କେଉଁଠି ନ କେଉଁଠି ସୁଶାନ୍ତଙ୍କ କେସରେ ଏହି ପାଞ୍ଚ ଜଣଙ୍କ ସମ୍ବନ୍ଧ ରହିଛି।
ସୁଶାନ୍ତଙ୍କ କେସରେ ସବୁଠୁ ଆଗରେ ଆସୁଥିବା ମିଷ୍ଟ୍ରି ହେଉଛି ସୁଶାନ୍ତଙ୍କ ମ୍ୟାନେଜର ଦିଶା ୯ ଜୁନ, ୨୦୨୦ ରେ ସୁଇସାଇଡ଼ କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟାର ଠିକ ୮ ଦିନ ପୂର୍ବରୁ ତାଙ୍କ ମ୍ୟାନେଜର ଦିଶା ମଧ୍ୟ ଆତ୍ମହତ୍ୟା କରିଥିଲେ। ତେବେ ସୁଶାନ୍ତଙ୍କ ମ୍ୟାନେଜର ଦିଶାଙ୍କ ସହିତ ସୁରଜ କୌଣସି ପ୍ରକାରର ସମ୍ପର୍କ ଥିଲା। ସେ ପରସ୍ପରଙ୍କୁ ବହୁତ ପସନ୍ଦ କରୁଥିଲେ। ଏଥିସହିତ ଦିଶା ଗର୍ଭବତୀ ମଧ୍ୟ ଥିଲେ। ଏବିଷୟରେ ଦିଶା ନିଜେ ସୁରଜଙ୍କ ସହିତ ବିବାହ ପାଇଁ କଥା ହୋଇଥିଲେ ମାତ୍ର ସୁରଜ ଏଥିରେ ରାଜି ହୋଇ ନଥିଲେ।
ତାଙ୍କୁ ଅବୋରସନ ପାଇଁ କହିଥିଲେ। ମାତ୍ର ଏଥିରେ ଦିଶା ମନା କରିବାରୁ ସୁରଜ ଦିଶାଙ୍କ ଉପରେ ବହୁତ ଚାପ ପକାଯାଇଥିଲା କାରଣ ଅନେକ ସେଲିବ୍ରେଟି ସୁରଜଙ୍କ ସାଥିରେ ଥିଲେ। ଏନେଇ ଦିଶା ସୁଶାନ୍ତଙ୍କ ସହିତ ମଧ୍ୟ କଥା ହେବାପରେ ସୁଶାନ୍ତ ମଧ୍ୟ ସୁରଜଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସୁରଜ ଯାଇ ପହଞ୍ଚି ଥିଲେ ସଲମାନଙ୍କ ପାଖରେ। ଦିଶାଙ୍କୁ ମଧ୍ୟ ଏକ ଷଡ଼ଯନ୍ତ୍ର କରି ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଦିଆ ଯାଇଥିଲା।
ଦିସଙ୍କର ଶବ ବ୍ୟବଚ୍ଛେଦ ମଧ୍ୟ କୁପର ହସ୍ପିଟାଲରେ କରାଯାଇଥିଲା। କୁପର ହସ୍ପିଟାଲର ମାଲିକ ରାଜ ଠାକରେ ଯିଏକି ସୁରଜ ପାଂଚୋଲିଙ୍କର ଜଣେ ଘନିଷ୍ଠ ବନ୍ଧୁ। ତେବେ ରାଜ ଠାକରେଙ୍କ ଭାଇ ଉଦୟ ଠାକରେ ଏକ ବୟାନରେ ପ୍ରକାଶ କରିଥିଲେ ଯେ, ସୁଶାନ୍ତଙ୍କ କେସରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଏହି କେସ ଏତେ ଜଟିଳ ନୁହେଁ ଏହା ଏକ ସାଧାରଣ ଆତ୍ମହତ୍ୟା ମାମଲା। ତାଙ୍କର ଏପରି ବୟାନର ଏହା ଏକ କାରଣ ଥାଇପରେ କାରଣ ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେଦିନ ରାତିରେ ହୋଇଥିବା ପାର୍ଟିରେ ଉଦୟ ଠାକରେଙ୍କ ପୁଅ ଅଦିଦ୍ୟ ଠାକରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ।
ଦିଶାଙ୍କ ମାମଲାରେ ସୁଶାନ୍ତଙ୍କ ସବୁକିଛି ଜାଣିଥିଲେ ଏବଂ ଏହି ଘଟଣା ପରେ ସୁଶାନ୍ତ ଅନେକଙ୍କ ପାଖରେ କହିଥିଲେ ଯେ ସୁରଜ ନିଜର ଭୁଲକୁ ସ୍ବୀକାର କରନ୍ତୁ ନହେଲେ ସେ ଏହି ବିଷୟରେ ନିଜେ ପ୍ରଘଟ କରିଦେବେ। ସୁଶାନ୍ତ ଚାହୁଁଥିଲେ ଦିଶାଙ୍କୁ ନ୍ୟାୟ ମିଳୁ। ତେବେ ଏବିଷୟରେ ସୁଶାନ୍ତ ଯେତେବେଳେ ସନ୍ଦିପ ଜଣାଇଥିଲେ ସନ୍ଦିପ ତାଙ୍କୁ ମନା କରିଥିଲେ ଏପରି କରିବାକୁ। ଏଥିସହିତ ସୁରଜ ଏବଂ ସଲମାନଙ୍କୁ ମଧ୍ୟ ଏବିଷୟରେ ଜଣାଇ ଦେଇଥିଲେ। ଏବିଷୟରେ ସ୍ପଷ୍ଟୀକରଣ ପାଇବା ପାଇଁ ଯେତେବେଳେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଗଲା ସେ ମଧ୍ୟ ସୁଶାନ୍ତଙ୍କ ବିରୋଧରେ ସୁରଜଙ୍କୁ କହିଥିଲେ।
ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରେ ତେବେ ସେ ନିଜ ରୁମକୁ ଭିତରୁ ଭଲ ଭାବରେ ବନ୍ଦ କରିଥାଏ ମାତ୍ର ସୁଶାନ୍ତଙ୍କ ରୁମ ଭିତରୁ ଡବଲ ଲକ ଏବଂ ବାହାରୁ ସିକ୍ୟୁର ଲକ ହୋଇଥିଲା। ଏଥିସହିତ ସୁଶାନ୍ତଙ୍କ ରୁମର ଚାବି ତାଙ୍କ ରୁମ ବାହାରୁ କିମ୍ବା ଭିତରୁ ମିଳି ନଥିଲା। ଏହାଛଡା ଯେଉଁ ଚାବି କାରିଗର ଆସି ଚାବି ଖୋଲି ଥିଲେ ସେ ଚାବିଟି ମଧ୍ୟ ହଜି ଯାଇଥିଲା। ସୁଶାନ୍ତ ୧୧ ଜୁନ ରାତିରେ ଏକ ନୂତନ ଫିଲ୍ମ ମଧ୍ୟ ସାଇନ କରିଥିଲେ। ଏଥିସହିତ ସେହି ଫିଲ୍ମକୁ ସାଇନ କରିବା ଖୁସିରେ ୧୩ ଜୁନ ରତରେ ସୁଶାନ୍ତ ପାର୍ଟି ମଧ୍ୟ ଦେଇଥିଲେ।
ଏମିତି ପରିସ୍ଥିତିରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ। ଏସବୁ ପରେ ମଧ୍ୟ ସୁଶାନ୍ତ ଏକ ସାଧାରଣ ମଣିଷ ଥିଲେ ଏବଂ ସେ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେତେ ରିଚ ନଥିଲେ ସେଥିପାଇଁ ଯଦି ଗରିବ ହୋଇ ବଞ୍ଚିବାକୁ ପଡ଼ିଥିଲେ ବି ସୁଶାନ୍ତଙ୍କୁ ବେଶି କିଛି ଫରକ୍ ପଡି ନଥାନ୍ତା।