ହାତ ରେଖାରେ ଥିବା ତାରା, ନକ୍ଷତ୍ର ଏବଂ ଦ୍ବୀପ ଯାହା ଆମ ଜୀବନରେ ଆସୁଥିବା ଦୁଃଖ ସୁଖର ପ୍ରତୀକ ଅଟେ। ଆମ ହାତରେ ଥିବା ରେଖା ଆମ ଭାଗ୍ୟ ବିଷୟରେ କହିଥାନ୍ତି। ଏପରି ମଧ୍ୟ କିଛି ରେଖା ଅଛି ଯାହା ଯୌନ ସମସ୍ୟା ବିଷୟରେ ସୂଚନା ଦେଇଥାଏ। ଯଦି ଏହି ରେଖା ଗୁଡ଼ିକୁ ଆମେ ସମୟ ଥାଉ ଥାଉ ଦେଖି ନେଇ ସତର୍କତା ଅବଲମ୍ବନ କରିବା ତେବେ ଯୌନ ସମସ୍ୟାରୁ ମୁକ୍ତି ମିଳିପାରିବ।
ଆଜିକାଲି ଯୌନ ସମସ୍ୟା ଲୋକଙ୍କ ପାଇଁ ବହୁତ ବଡ଼ ସମସ୍ୟା। ଯୌନ ସମସ୍ୟା ରହିଥିଲେ ମଣିଷର ବୈବାହିକ ଜୀବନ ପ୍ରଭାବିତ ହୋଇଥାଏ। କେତେକ କ୍ଷେତ୍ରରେ ଯୌନ ଜନିତ ସମସ୍ୟା ଯୋଗୁ ବିବାହିତ ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ। ଜାଣନ୍ତୁ ହାତରେ ଥିବା କେଉଁ ଚିହ୍ନ ଯୌନ ସମସ୍ୟାର ସଙ୍କେତ ଦେଇଥାଏ ଏବଂ କେଉଁଠାରେ ଥାଏ।
ହସ୍ତରେଖା ଶାସ୍ତ୍ର ମୁତାବକ ଯଦି ଜୀବନ ରେଖା ଚନ୍ଦ୍ର ପର୍ବତ ଆଡ଼କୁ ଯାଉଥାଏ ତେବେ ଏପରି ରେଖାକୁ ଦେଖି ଜଣାପଡ଼ିଥାଏ ଯେ ବ୍ୟକ୍ତିକୁ ଯୌନ ରୋଗର ସମସ୍ୟା ରହିଛି। ସେ ତାଙ୍କ ପାର୍ଟନରଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ରଖିବା ପାଇଁ ସମସ୍ୟାର ସମ୍ମୁଖୀନ ହୋଉଥାନ୍ତି। ଯଦି ହାତରେ ଥିବା ଶୁକ୍ର ପର୍ବତ ଉପରେ ନାଡୀ ଦେଖାଯାଉଥାଏ ତେବେ ସେହି ବ୍ୟକ୍ତିଙ୍କୁ ଯୌନ ରୋଗ ରହିଛି। ଏପରି ବ୍ୟକ୍ତିଙ୍କୁ ଯୌନ ସମ୍ବନ୍ଧୀୟ କେତେକ ସମସ୍ୟା ରହିଥାଏ ଯେଉଁଥିପାଇଁ ବୈବାହିକ ସମ୍ପର୍କ ସ୍ଥାପିତ ହୋଇ ପରି ନଥାଏ।
ମାତ୍ର ଯଦି ମହିଳାଙ୍କ ହାତରେ ଏପରି ରେଖା ରହିଥାଏ ତେବେ ତାଙ୍କୁ ଲ୍ୟୁକେରିୟା ଜନିତ ସମସ୍ୟା ରହିଥାଏ। ଲ୍ୟୁକେରିୟା ମହିଳାଙ୍କ ଠାରେ ଦେଖାଯାଉଥିବା ଏକ ଯୌନ ଜନିତ ରୋଗ। ଯେଉଁ ରୋଗରେ ଧଳା ରଙ୍ଗର ଦୁର୍ଗନ୍ଧ ପାଣି ଯୌନ ଅଙ୍ଗରୁ ବାହାରି ଥାଏ। ଯାହାକୁ ବେଜାଇନଲ ଡିସଚାର୍ଜ କୁହାଯାଇଥାଏ।
ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ହାତରେ ମଣିବନ୍ଧ ପାଖରେ ଆଇସଲ୍ୟାଣ୍ଡ ପରି ଚିହ୍ନ ରହିଥାଏ ତେବେ ସେହି ମହିଳାଙ୍କର ଗର୍ଭପାତ ହେବାର ଯୋଗ ରହିଥାଏ। ଏପରି ମହିଳାଙ୍କର ପିଲା ହେବାରେ ବିଳମ୍ବ ହୋଇଥାଏ ଏବଂ ପେଟରୁ ପିଲା ନଷ୍ଟ ହୋଇଯାଇଥାଏ। ଯେଉଁ କାରଣରୁ ସେମାଙ୍କର ମାତୃତ୍ୱ ପ୍ରାପ୍ତିରେ ବିଳମ୍ବ ହୋଇଥାଏ। କେତେକଙ୍କ ସନ୍ତାନ ପ୍ରାପ୍ତି କରିବା ଅସମ୍ଭବ ହୋଇପଡେ।
ଏହାଛଡା ଯଦି ଜୀବନରେଖା ଚନ୍ଦ୍ର ପର୍ବତ ଆଡକୁ ଯାଉଥାଏ ତେବେ ସେହି ମହିଳାଙ୍କର ମୂତ୍ରାନଳୀରେ ସମସ୍ୟା ରହିଥାଏ। ସେମାନେ ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ କରିବା ସହିତ। ମାସିକ ଋତୁସ୍ରାବରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତି କିଛି ଅସୁବିଧା ଥିଲେ ଯଥା ସମ୍ଭବ ସତର୍କ ରହିବା ସହିତ ଡାକ୍ତର ପରାମର୍ଶ କରିବା ମଧ୍ୟ ଆବଶ୍ୟକ ରହିଥାଏ।
ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ହାତରେ ହୃଦୟରେଖା ଶନି ପର୍ବତ ରହିଥାଏ କିମ୍ବା ଅନେକ ସ୍ଥାନରେ ଫାଟି ଯାଇଥାଏ କିମ୍ବା ଛିଡି ଯାଇଥାଏ ତେବେ ଏମିତି ବ୍ୟକ୍ତି ସେକ୍ସୁଆଲ ଡ୍ରିମର ଶ୍ରେଣୀର ହୋଇଥାନ୍ତି। ସେକ୍ସକୁ ନେଇ ଏମାନେ ସବୁବେଳେ ଅନେକ କିଛି କଲ୍ପନା କରିଥାନ୍ତି। ଏହାଛଡା ଯଦି ଜୀବନରେଖା ଆଙ୍ଗୁଳି ପାଖରୁ ଆରମ୍ଭ ହୋଇଥାଏ ତେବେ ଏହାର ଅର୍ଥ ଏମିତି ବ୍ୟକ୍ତି ଯୌନ ସମସ୍ୟାରେ ପିଡୀତ ହୋଇଥାନ୍ତି। ଏହିରୋଗ ଚାଲୁଥିବା ଅବସ୍ଥାରେ ନିରନ୍ତର ବୈବାହିକ ସମ୍ପର୍କରେ ସମସ୍ୟା ଦେଖା ଦେଇଥାଏ। ନିଜ ପାର୍ଟନର ସହିତ ସମ୍ପର୍କ ସୁଖମୟ ରହି ନଥାଏ।