ମୁହଁରେ ସୃଷ୍ଟି ହୋଇଥିବା ଲାଲ ରଙ୍ଗର ଅସ୍ପଷ୍ଟ ଦାଗ ମଧ୍ୟ କରୋନା ମହାମାରୀର ଲକ୍ଷଣ ଅଟେ। ସ୍ପେନରେ କରାଯାଇଥିବା କେତେକ ଗବେଷଣାରେ ବର୍ତ୍ତମାନ ଏହି ଲକ୍ଷଣ ସମ୍ନାକୁ ଆସିଛି। ମାଡ୍ରିଡ଼ର ଗବେଷକମାନେ ଏପରି ୨୧ ଜଣ ରୋଗୀଙ୍କୁ ଯାଞ୍ଚ କରିବା ପରେ ଚିହ୍ନଟ କରିଛନ୍ତି। ଏହି ସଂକ୍ରମିତଙ୍କ ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଇଥିଲା।
JAMA Dermatologyରେ ପ୍ରକାଶିତ ହୋଇଥିବା ଗବେଷଣା ମୁତାବକ ଏକ ତୃତୀୟାଂଶ ରୋଗୀ ଏନଥେମରୁ ପୀଡ଼ିତ ହୋଇଥିଲେ। ସାଧାରଣତଃ ଏହି ରୋଗରେ ସଂକ୍ରମିତଙ୍କ ପାଟିରେ ଘା ହୋଇଯାଇଥାଏ। ମାତ୍ର ଏହା ପ୍ରଥମଥର ନୁହେଁ ଯେ କରୋନା ସଂକ୍ରମିତ ରୋଗୀଙ୍କ ଶରୀରରେ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଛି। ଏହାପୂର୍ବରୁ ଇଟାଲୀର ସଂକ୍ରମିତଙ୍କ ଠାରେ ଏପରି ଲକ୍ଷଣ ଦେଖାଦେଇଥିଲା।
ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ କରୋନା ରୋଗଙ୍କର ହାତ ଏବଂ ପାଦରେ ଏପରି ଦାଗ ହୋଇଛି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କ ପାଟିର ଉପର ଭାଗରେ ମଧ୍ୟ ଏପରି ଦାଗ ସୃଷ୍ଟି ହୋଇଛି।
ଗବେଷଣା ମୁତାବକ ପ୍ରଥମଥର ଶରୀରରେ କରୋନାର କେତେକ ଲକ୍ଷଣ ଦେଖିବାର ୧୨ କିମ୍ଵା ୧୪ ଦିନ ପରେ ରୋଗୀର ପାଟିରେ ଦାଗ ଦେଖିବାକୁ ମିଳିଥାଏ। ମାଡ୍ରିଡର ରେମନ ବାଇ କେଜଲ ୟୁନିଭରସିଟି ହସପିଟାଲର ଟିମ୍ କହିଛି ଯେ ଡାକ୍ତରମାନେ କରୋନା ରୋଗୀଙ୍କ ପାଟିକୁ ମଧ୍ୟ ଯାଞ୍ଚ କରିବା ଉଚିତ। ଯାହାଦ୍ୱାରା ଜଣାପଡିବ ଏହି ଲକ୍ଷଣଗୁଡ଼ିକ କରୋନା ସଂକ୍ରମିତଙ୍କ ଠାରେ ଅଛି କି ନାହିଁ।
ଗବେଷକମାନେ କହିଛନ୍ତି ଯେ ଅନେକଥର ସୁରକ୍ଷା ଦୃଷ୍ଟିରୁ କରୋନା ରୋଗୀଙ୍କ ପାଟିକୁ ମଧ୍ୟ ଯାଞ୍ଚ କରାଯାଇଛି ନାହିଁ। କାରଣ ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। WHO କରୋନାର ମୁଖ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଶୁଖିଲା କାଶ ଏବଂ ଅଳ୍ପ କାମ କରି ଥକ୍କା ଅନୁଭବ କରିବା ଆଦି ସାମିଲ କରିଥିବା ବେଳେ, ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଶରୀରର ପୀଡା, ନାକ ବନ୍ଦ ହୋଇଯିବା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଝାଡା ଏବଂ ସ୍ୱାଦ ଏବଂ ଗନ୍ଧ ଜାଣି ନପାରିବା, ଶରୀରରେ ଦାଗ ସୃଷ୍ଟି ହେବା, ଆଙ୍ଗୁଳିର ରଙ୍ଗ ପରିବର୍ତ୍ତନ ହୋଇଯିବା ଆଦି ଅନ୍ତର୍ଭୁକ୍ତ।