ପୋଲିସ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ସୋନୁ ପଞ୍ଜାବନଙ୍କୁ ଶେଷରେ ସଜା ଶୁଣାଇଦିଆ ଯାଇଛି। ୨୦୧୭ ମସିହାରେ ୧୨ ବର୍ଷୀୟ ନାବାଳିକାକୁ ଜବରଦସ୍ତ ଯୌନ ଧନ୍ଦା କରାଇଥିବା ଏକ କେସରେ ପୋଲିସ ପାଖରେ ଫସି ଯାଇଥିଲେ ସୋନୁ। ତେବେ ଏହି ମାମଲାରେ ତାଙ୍କୁ ଗତ ବୁଧବାର ଦିନ ଦୀର୍ଘ ୨୪ ବର୍ଷ ପାଇଁ ସଜା ହୋଇଯାଇଛି। ତେବେ ଜାଣନ୍ତୁ କିପରି ସୋନୁ ଏକ ଅଟୋ ଚାଳକ ଝିଅ ହୋଇ ଯୌନ ବ୍ୟାପାରରେ ପ୍ରବେଶ କଲେ?
ସୋନୁ ପଞ୍ଜାବନଙ୍କ ପ୍ରକୃତ ନାମ ଗୀତା ଅରୋଡ଼ା ଅଟେ। ସୋନୁଙ୍କ ପିତା ହରିୟାଣାର ରୋହତକରୁ ରୋଜଗାର ସନ୍ଧାନରେ ଦିଲ୍ଲୀ ଆସିଥିଲେ। ଦିଲ୍ଲୀ ଆସି ସେ ଲକ୍ଷ୍ମୀନଗରରେ ରହୁଥିଲେ। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଅଟୋ ଚଳାଉଥିଲେ। ଅଟୋ ଚଳାଇ ପରିବାର ପୋଷୁଥିଲେ ସୋନୁଙ୍କ ପିତା। ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସୋନୁ ଏକ ବ୍ୟୁଟି ପାର୍ଲର ଖୋଲିଥିଲେ। ଏହାର କିଛି ଦିନ ପରେ ସେ ଯୌନ ବ୍ୟାପାର କରିବା ଆରମ୍ଭ କରିଦେଇଥିଲେ।
ଏକ କର୍ପୋରେଟ କମ୍ପାନୀ ପରି ସେକ୍ସ ର୍ୟାକେଟ ଚଳାଉଥିଲେ ସୋନୁ। ନିଜର ସୁନ୍ଦରତାର ଜାଲରେ ଫସାଇ ଅନେକ ଗୁଣ୍ଡା ବଦମାସ ଯୁବକଙ୍କୁ ବିବାହ ମଧ୍ୟ କରିଥିଲେ। ସୋନୁ ତିନୋଟି ବିବାହ କରିଥିଲେ । କିନ୍ତୁ ତାଙ୍କ ସବୁ ସ୍ୱାମୀ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ସୋନୁଙ୍କ ସେକ୍ସ ବ୍ୟାପାର ଦିନକୁ ଦିନ ବଢିବାକୁ ଲାଗିଲା ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କ ଉପରେ MCOCA( Maharashtra Control of Organised Crime Act, 1999 ) ଲାଗିଥିଲା ହେଲେ ସୋନୁ ଖସି ଚାଲିଯାଇଥିଲେ।
ମାତ୍ର ୧୭ ବର୍ଷ ବୟସରେ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ଶ୍ରୀ ପ୍ରକାଶ ଶୁକ୍ଳାଙ୍କ ଅତି ନିକଟତର ବ୍ୟକ୍ତି ହରିୟାଣାର ହିଷ୍ଟ୍ରିଶୀଟର ବିଜୟକୁ ବିବାହ କରିଥିଲେ ସୋନୁ। ୨୦୦୩ ମସିହାରେ ବିଜୟଙ୍କୁ UP STF ହାପୁଡ଼ର ଏନକାଉଣ୍ଟରରେ ମାରିଦେଇଥିଲା। ଏହାପରେ ସୋନୁ ନିଜ ପାୱାର ଏବଂ ପଇସା ପାଇଁ ସେକ୍ସ ର୍ୟାକେଟ ଆରମ୍ଭ କରିଦେଇଥିଲେ। ନିଜ ଅପରାଧିକ ବ୍ୟାପାରର ସଂରକ୍ଷଣ ପାଇଁ ସୋନୁ ଆଉଜଣେ ଗୁଣ୍ଡା ଦୀପକଙ୍କୁ ବିବାହ କରିଥିଲେ। ଯେଉଁ ଦୀପକ ୨୦୦୪ ମସିହାରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ।
ଏହାପରେ ଦୀପକର ସାନ ଭାଇ ହେମନ୍ତକୁ ବିବାହ କରିଥିଲେ ସୋନୁ। ହେମନ୍ତକୁ ମଧ୍ୟ ୨୦୦୬ ମସିହାରେ ପୋଲିସ ଏକ ଏନକାଉଣ୍ଟରରେ ମରିଦେଇଥିଲା। ଏହି ଘଟଣା ପରେ ପରେ ଗୀତା ଅରୋଡ଼ା ସୋନୁ ପଞ୍ଜାବନରେ ପରିବର୍ତ୍ତିତ ହୋଇଯାଥିଲେ। ସେ ହେମନ୍ତର ବନ୍ଧୁ ଅଶୋକ ଏବଂ ବଣ୍ଟିଙ୍କ ସହିତ ହାତ ମିଶାଇ ନେଇଥିଲା। ଯେଉଁମାନେ ତାଙ୍କୁ ବଡ଼ ଆକାରରେ ସେକ୍ସ ର୍ୟାକେଟ ଚଳାଇବାର ବୁଦ୍ଧି ଦେଇଥିଲେ।
କିଛି ଦିନ ବ୍ୟବଧାନରେ ଅଶୋକ ମଧ୍ୟ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା। ସୋନୁଙ୍କ ଏହି ଅପରାଧିକ ବ୍ୟାପାର ଉନ୍ନତିର ଶୀର୍ଷରେ ପହଞ୍ଚି ସାରିଥିଲା। ଏକ କମ୍ପାନୀ ଚଳାଇବା ପରି ସୋନୁ ଏପରି କିଛି ଯୁବକଙ୍କୁ ଦଲାଲ ଭାବରେ ରଖିଥିଲେ ଯେଉଁମାନଙ୍କ କାମ କେବଳ କମ ବୟସର ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଆଣିବା ଥିଲା। କେତେକ ମଡେଲ ଏବଂ ସ୍କୁଲ, କଲେଜ ଝିଅଙ୍କୁ ଆଣି ଧନ୍ଦାରେ ଲଗାଇବା ଆରମ୍ଭ କରିଦେଇଥିଲେ ସୋନୁ।
ପୋଲିସ ଅଧିକାରୀଙ୍କ କହିବା ମୁତାବକ ସୋନୁ ଏକ ସଂଗଠନ ପ୍ରଣାଳୀରେ ଯୋୖନ ବେପାର କରି ଆସୁଥିଲେ। ସେ ଗ୍ରାହକ ମାନଙ୍କ ପାଖକୁ କଲ ଗାର୍ଲ ପଠାଇଥାଏ ଯେଉଁମାନଙ୍କ ମଧ୍ୟରେ ଅଧିକତର ସ୍କୁଲ ଏବଂ କଲେଜର ପଢ଼ୁଥିବା ଛାତ୍ରୀ ହୋଇଥାନ୍ତି। ସେ ୱାଟସଆପ ମେସେଜ ଏବଂ ଭିଡ଼ିଓ କଲ ମାଧ୍ୟମରେ ଯୋଗଯୋଗରେ ରହିଥିଲେ। ଯୁବତୀମାନଙ୍କୁ ଗ୍ରାହକ ପାଖକୁ ପଠାଇବା ପାଇଁ ସେ ୩୦ ପ୍ରତିଶତ କମିଶନ ନେଉଥିଲେ, ଯାହା ସାଧାରଣତଃ ୨୦ ରୁ ୨୫ ହଜାର ଟଙ୍କା ଥିଲା।
ସୋନୁ ଅଧିକାଂଶ ଟଙ୍କା କାରବାର ଇ-ୱାଲେଟ ଜରିଆରେ କରୁଥିଲେ। ଯାହାଦ୍ୱାରା ପୋଲିସ କୌଣସି ସୂଚନା କିମ୍ବା ପ୍ରମାଣ ନମିଳିପାରୁ। ସୋନୁଙ୍କ ଉପରେ ହତ୍ୟା ସମେତ ଆହୁରି ଅନେକ ମାମଲା ରିପୋର୍ଟ କରାଯାଇଛି। ମାତ୍ର ତାଙ୍କୁ ପ୍ରଥମଥର ପାଇଁ ସଜା ଦିଆଯାଇଛି।