ସୁଶାନ୍ତଙ୍କ କେସରେ ଏପର୍ଯ୍ୟନ୍ତ ଅନେକ ଲୋକ ସାମ୍ନାକୁ ଆସି ବହୁତ କିଛି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ପ୍ରଥମେ ରୁପା ଗାଙ୍ଗୁଲି, ପରେ ଏକ କ୍ରାଇମବ୍ରାଞ୍ଚ ଅଫିସର ଆଲୋକ ବର୍ମା ସାମ୍ନାକୁ ଆସି ନିଜ ବୟାନ ଦେଇଥିବା ବେଳେ ବର୍ତ୍ତମାନ ଜଣେ ପୂର୍ବତନ Raw ଅଫିସର ବିକ୍ରମ ସୁଦ ସାମ୍ନାକୁ ଆସି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ତେବେ ଅଫିସର ବିକ୍ରମ ଦାବି କରିଛନ୍ତି ଯେ ଏହା ଏକ ଷଡ଼ଯନ୍ତ୍ର କରି କରାଯାଇଥିବା ହତ୍ୟା ଏହା କୌଣସି ପ୍ରକାରର ଆତ୍ମହତ୍ୟା ନୁହେଁ।
ବିକ୍ରମ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଟିମ ସହିତ ଏବିଷୟରେ କଥା ହୋଇଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହା ଏକ ହତ୍ୟା ମାମଲା। ଏଥିସହିତ ସେ ଦାବି କରିଛନ୍ତି ଯେ ଏହି ଷଡଯନ୍ତ୍ର ପଛରେ ଅଭିନେତାଙ୍କ ସହିତ ଜଣେ ନେତାଙ୍କର ମଧ୍ୟ ହାତ ରହିଛି। ଏହା ପଛରେ ଏପରି ବଡ଼ ଲୋକଙ୍କ ନାମ ରହିଛି ଯାହା ସମସ୍ତେ ଜାଣି ମଧ୍ୟ କହିପାରିବେ ନାହିଁ। ଏହାଛଡା କେସ କ୍ରାଇମବ୍ରାଞ୍ଚ ପାଖକୁ ଯାଉ କି ନଯାଉ କୌଣସି ପରିସ୍ଥିତିରେ ଅଭିଯୁକ୍ତଙ୍କ ପର୍ଦାଫାସ ହେବ ନାହିଁ।
ବିକ୍ରମ ସୁଶାନ୍ତଙ୍କ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ସହିତ ଆଲୋଚନା ମଧ୍ୟ କରିଛନ୍ତି। ହେଲେ କ୍ରାଇମବ୍ରାଞ୍ଚ କହିଛି ଯେ, ଆମ ପାଖକୁ କେସ ଆସିଲେ ଏହାତ ପ୍ରମାଣ ହୋଇଯିବ ଏହା ଏକ ହତ୍ୟା ହେଲେ ଯଥେଷ୍ଟ ପ୍ରମାଣ ନଥିବା କାରଣରୁ ଅଭିଯୁକ୍ତଙ୍କୁ ଶାସ୍ତି ଦିଆଯାଇ ପାରିବ ନହିଁ। କାରଣ ଏହି କେସରେ ଯାହା ବି ପ୍ରମାଣ ରହିଥିଲା ସେସବୁକୁ ନଷ୍ଟ କରିଦିଆଯାଇଛି। ଆମେ ପ୍ରମାଣ ନଥିବାରୁ ତାଙ୍କୁ ଗିରଫ ମଧ୍ୟ କରି ପାରିବୁ ନାହିଁ। ଶେଷରେ ଆଗକୁ ଯାଇ ଏହି କେସ ବନ୍ଦ ହୋଇଯିବ।
ପ୍ରାୟ ଏକ ବର୍ଷ ହେବ ସୁଶାନ୍ତଙ୍କ ପାଇଁ ଷଡଯନ୍ତ୍ର ଚାଲିଥିଲା। ସେ ଉଦାହରଣ ଦେବାକୁ ଯାଇ କହିଥିଲେ, ଅଭିନେତ୍ରୀ ଜିଆ ଖାନଙ୍କ ସମୟରେ ମଧ୍ୟ ଜଣେ କ୍ରାଇମବ୍ରାଞ୍ଚ ଅଫିସର କହିଦେଇଥିଲେ ଏହା ଏକ ହତ୍ୟା। ଏହି କଥା କହିବା ପରେ ସେହି ଅଫିସରଙ୍କ ଚାକିରୀ ଚାଲିଯାଇଥିଲା। ବିକ୍ରମ ଏହା ମଧ୍ୟ କହିଛନ୍ତି ଯେ, ଯଦିଓ ଏହି କେସରେ କେହି ସତ କହିବେ ତା’ପରେ ମଧ୍ୟ ତାଙ୍କୁ ସଫଳତା ମିଳିବ ନାହିଁ। ଏହାଛଡା ସେ ପ୍ରକାଶ କରିଛନ୍ତି ଯେ ଚାହେଁ କେସ କ୍ରାଇମବ୍ରାଞ୍ଚ ପାଖକୁ ଆସୁ କି ନଆସୁ କୌଣସି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଶାସ୍ତି ମିଳିବ ନାହିଁ।