ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମା ସହିତ କଥା ହୋଇଥିବାର ଦାବି କରିଛନ୍ତି ପାରାନର୍ମାର୍ଲ ଏକ୍ସପର୍ଟ ଷ୍ଟିଭ। ଷ୍ଟିଭଙ୍କ କହିବା ମୁତାବକ ସୁଶାନ୍ତଙ୍କ ପ୍ରଶଂସକ ମେସେଜ ଏବଂ ଇ-ମେଲ ଜରିରିଆରେ ଷ୍ଟିଭଙ୍କ ଠାରୁ ସାହାଯ୍ୟ ମାଗିଥିଲେ। ଏହାପରେ ଷ୍ଟିଭ ନିଜର ସ୍ୱତନ୍ତ୍ର ଯନ୍ତ୍ର ମାଧ୍ୟମରେ ସୁଶାନ୍ତଙ୍କ ଆତ୍ମା ସହିତ ଏକ ସ୍ପିରିଟ୍ ବକ୍ସ ସେସନ କରିଥିଲେ। ଷ୍ଟିଭ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ, ସୁଶାନ୍ତଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଥିଲା ଏବଂ ତାଙ୍କ ଆତ୍ମା ସହିତ କଥା ହୋଇ ଷ୍ଟିଭଙ୍କୁ ଅବିଶ୍ୱାସନୀୟ ଅନୁଭୁତି ହୋଇଛି।
ଷ୍ଟିଭ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ” ସେ ମୋତେ ସିଧାସଳଖ ଉତ୍ତର ଦେଇଛନ୍ତି। ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ। ମୁଁ ଶୀଘ୍ର ଏହାର ଅନ୍ୟ ଏକ ସେସନ କରିବି,ଯେଉଁଥିରେ ଆହୁରି ଅନେକ ଗମ୍ଭୀର ପ୍ରଶ୍ନ ପଚାରିବି।”ଷ୍ଟିଭ ଏହି ସେସନଟି ୧୩ ଜୁଲାଇକୁ କରିଥିଲେ ଯେଉଁଥିରେ ସେ ଦେଖିବାକୁ ଚାହୁଁଥଲେ ସୁଶାନ୍ତଙ୍କ ଆତ୍ମା ଆସୁଛନ୍ତି କି ନାହିଁ। ତେବେ ଷ୍ଟିଭ ପ୍ରକାଶ କରିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମା ଆସିଥିଲେ ଏବଂ ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ।
ଭିଡ଼ିଓରେ ଷ୍ଟିଭ ସୁଶାନ୍ତଙ୍କ ନାମ ନେଇ ପଚାରିଛନ୍ତି ଯେ, “ଅପଣଙ୍କର ମନେ ଅଛି ଅପଣଙ୍କ ମୃତ୍ୟୁ କିପରି ହୋଇଥିଲା?” ଷ୍ଟିଭଙ୍କ ଏହି ପ୍ରଶ୍ନ ପଚାରିବା ମାତ୍ରେ ଇଂରାଜୀରେ ଉତ୍ତର ଆସିଥିଲା,” ଏଠାରେ ବହୁତ ଆଲୋକ ଅଛି ଷ୍ଟିଭ, ସେମାନଙ୍କୁ କୁହନ୍ତୁ ମୋତେ ଆଲୋକ ମିଳି ଯାଇଛି, ଏବେ ଏଠାରେ ଆଲୋକ କମ ହେଉଛି, ସେ ତୁମକୁ ଦେଖୁଛନ୍ତି, ମୁଁ ବାସ୍ତବରେ ଭଗବାନଙ୍କ ସହ ମିଶିବାକୁ ଚାହୁଁଥିଲି।” ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ତାଙ୍କ ଆତ୍ମା ସ୍ଵର୍ଗରେ ଭଲରେ ଅଛି।
ଏହାପରେ ଷ୍ଟିଭ ପଚାରନ୍ତି ” ତୁମେ କାହିଁକି ନିଜ ଜୀବନ ଦେଲ?” ଏହି ପ୍ରଶ୍ନର ଉତ୍ତରରେ ଯନ୍ତ୍ରରୁ ଉତ୍ତର ଆସିଥାଏ, ” ପରିବର୍ତ୍ତନ ପାଇଁ।” ଷ୍ଟିଭ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମା ଏକୁଟିଆ ନଥିଲେ। ତାଙ୍କ ସହିତ ଆହୁରି ଦୁଇଟି ଆତ୍ମା ଥିଲେ। ଗୋଟିଏ ପୁରୁଷ ଆତ୍ମା ଥିବା ବେଳେ ଅନ୍ୟଟି ମହିଳା ଆତ୍ମା ଥିଲା।
ଷ୍ଟିଭଙ୍କ କହିବା ମୁତାବକ ସେ ଗତ ୧୦ ବର୍ଷରୁ ଆତ୍ମାଙ୍କ ସହିତ କଥା ହୋଇ ଆସୁଛନ୍ତି। ଏଥିପାଇଁ ସେ ଡିଭାଇସ ଏଷ୍ଟ୍ରଲ ଡୋରବେ ବନାଇଛନ୍ତି। ଯେଉଁ ଡିଭାଇସ ଆତ୍ମା ମାନଙ୍କ ସ୍ୱର ଶୁଣିବାରେ ସାହଯ୍ୟ କରିଥାଏ, ଯାହା ମାଧ୍ୟମରେ ଷ୍ଟିଭ ଆତ୍ମାଙ୍କ ସହିତ କଥା ହୋଇଥାନ୍ତି। ପୈଟ୍ରିକ ସ୍ବେଜ ଏବଂ ମଇକେଲ ଜ୍ୟାକସନଙ୍କ ଆତ୍ମା ସହିତ ମଧ୍ୟ କଥା ହୋଇସାରିଛନ୍ତି ଷ୍ଟିଭ। ଯାହାର ଭିଡ଼ିଓ ସେ ନିଜର ୟୁ-ଟ୍ୟୁବ ଚ୍ୟାନେଲରେ ଛାଡିଛନ୍ତି।
ଷ୍ଟିଭଙ୍କ ବ୍ୟତୀତ ଆହୁରି ଦୁଇଜଣ ବ୍ୟକ୍ତି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମା ସହିତ କଥା ହୋଇଥିବାର ଦାବି କରିଛନ୍ତି। ୨୮ ଜୁନ ସକାଳେ ଲୁନା ବେଦିକା ନାମକ ସଂସ୍ଥା ଚଳାଉଥିବା ଡ଼ା. ସଶିନା ୟୁ-ଚ୍ୟାନେଲରେ ଏକ ରୋମାଞ୍ଚକର ଭିଡ଼ିଓ ଛାଡି ସୁଶାନ୍ତଙ୍କ ସହିତ କଥା ହୋଇଥିବାର ଦାବି କରିଥିଲେ।
ଏହାଛଡା ସୁଶାନ୍ତଙ୍କ ପ୍ରଶଂସକ ଧୋତ୍ରେ ଗୁରୁଜୀ ମଧ୍ୟ ୟୁ-ଟ୍ୟୁବ ଚ୍ୟାନେଲରେ ଭିଡ଼ିଓ ଛାଡି ସୁଶାନ୍ତଙ୍କ ଆତ୍ମା ସହିତ କଥା ହୋଉଥିବାର ଦାବି କରିଥିଲେ।
ମୁମ୍ବାଇ ପୋଲିସ ପାଖରେ ଏପର୍ଯ୍ୟନ୍ତ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା କେସକୁ ନେଇ ବୟାନ ଫାଇଲ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩୫ ଜଣ ଲୋକଙ୍କ ବୟାନ ରେକର୍ଡ କରାଯାଇ ସାରିଛି। ସୁଶାନ୍ତଙ୍କ ମନୋଚିକିତ୍ସକ କେସି ଛାବଡ଼ାଙ୍କୁ ଏବେ ପଚରା ଉଚରା କରାଯାଉଛି। ସୂଚନାମୁତାବକ ପୋଲିସ ଆସନ୍ତା ସପ୍ତାହରେ ଅନ୍ତିମ ତଦନ୍ତ ରିପୋର୍ଟ ଫାଇଲ କରିବାର ସମ୍ଭାବନା ରହିଛି।