ଚିତାବାଘର ମାଆ ଗୋଟିଏ ଛେଳି। ଛେଳିର କ୍ଷୀର ପିଇ ବଢୁଛି ଚିତବାଘ ଛୁଆ…

ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ପାତୁର ଜଙ୍ଗଲ ଜୋନରେ କିଛି ଦିନ ପୂର୍ବରୁ ଚାରୋଟି ଚିତାବାଘ ସେମାନଙ୍କ ମା’ଠାରୁ ଅଲଗା ହୋଇଯାଇଥିଲେ। ବନ ବିଭାଗର ଅଧିକାରୀମାନେ ଏହା ଜାଣିବା ମାତ୍ରେ ଏହି ପିଲାମାନଙ୍କୁ ପୁନଶ୍ଚ ସମାନଙ୍କ ମା’କୁ ଖୋଜି ତାପାଖରେ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜଙ୍ଗଲ ବିଭାଗର ଟିମ ପାଇଁ ଏହି କାର୍ଯ୍ୟ କୌଣସି ପ୍ରକାରରେ ସହଜ ନଥିଲା।

बकरी का दूध पीकर बड़े हो रहे तेंदुए के बच्चे, मां ने किया खुद से दूर

ଚିତାବାଘର ଏହି ଛୁଆ ମାନଙ୍କୁ ତାଙ୍କ ମାଆ ପାଖରେ ପହଞ୍ଚାଇବା ପାଇଁ ସଙ୍ଘର୍ଷ ଆରମ୍ଭ ହୋଇଯାଇଥିଲା। ଏହି କାର୍ଯ୍ୟ ପାଇଁ ବନବିଭାଗର ଟିମକୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିଥିଲା। ବନବିଭାଗର ରାତିର ନିଦ ଏବଂ ଦିନର ଶାନ୍ତି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଥିଲା।କାହିଁକି ନା ଯେଉଁ ଅଞ୍ଚଳରୁ ଏହି ଚିତାଛୁଆ ଗୁଡ଼ିକ ମିଳିଥିଲେ ସେହି ଜଙ୍ଗଲରେ ଏହି ପିଲା ମନଙ୍କ ମା’କୁ ଖୋଜିବା ସହଜ ନଥିଲା। ଏହି ଅବସରରେ ଚିତାଛୁଆ ମନଙ୍କର ସୁରକ୍ଷିତ ରଖିବା ମଧ୍ୟ ଏକ ବଡ଼ ଆହ୍ୱାନ ଥିଲା।

बकरी का दूध पीकर बड़े हो रहे तेंदुए के बच्चे, मां ने किया खुद से दूर

ଏହି ଶାବକ ଗୁଡ଼ିକର ମା’କୁ ଖୋଜିବା ଲାଗି ବନବିଭାଗ ଡ୍ରୋନ୍ କ୍ୟାମେରାର ସହାୟତା ନେଇଥିଲା। ଏଥିସହିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ସୋଲାର ସିସିଟିଭି କ୍ୟାମେରା ମଧ୍ୟ ଲଗାଇଥିଲା। ମାତ୍ର ପ୍ରକୃତ ଆହ୍ୱାନ ତ ବର୍ତ୍ତମାନ ଆରମ୍ଭ ହେବାର ଥିଲା। ଯେତେବେଳେ ଏହି ଶାବକ ଗୁଡିକୁ ତାଙ୍କ ମା’ ପାଖରେ ଛଡା ଯାଇଥିଲା ସେମାନେ ତାଙ୍କ ମା’ ପାଖକୁ ଯାଇ ନଥିଲେ। ଏହି ଦୃଶ୍ୟ ଦେଖି କେହିଁ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବ।

बकरी का दूध पीकर बड़े हो रहे तेंदुए के बच्चे, मां ने किया खुद से दूर

ମା’ପାଖକୁ ଯିବା ଲାଗି ଏହି ଶାବକ ଗୁଡ଼ିକୁ ମା’ ଚିତାବାଘ ଆଖ ପାଖରେ ରଖାଯାଇଥିଲା। ମାତ୍ର ଶାବକ ମାନଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନଥିଲା। ପରାଜିତ ହୋଇ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଏହି ଚାରୋଟି ଛୁଆକୁ ନାଗପୁର ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ଗୋରୱାଡା ପ୍ରକଳ୍ପରେ ରଖିଥିଲେ।

बकरी का दूध पीकर बड़े हो रहे तेंदुए के बच्चे, मां ने किया खुद से दूर

ବନବିଭାଗ ଟିମ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଏହି ଛୁଆମାନଙ୍କୁ ସେମାନଙ୍କ ମା’ ପାଖରେ ଛାଡିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଥିଲେ। ଏହି ସମୟ ମଧ୍ୟରେ, ଛୁଆମାନଙ୍କୁ ଡାକ୍ତରଙ୍କ ପରାମର୍ଶରେ ପ୍ରୋଟିନ୍ ଯୁକ୍ତ ଛେଳି କ୍ଷୀର ଖାଇବାକୁ ଦିଆଯାଉଥିଲା। ମଝିରେ ମଝିରେ ପିଲାମାନଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଥିଲା, ଯାହା ଦ୍ୱାରା ସେମାନେ ସୁସ୍ଥ ରହି ପାରିବେ। କର୍ମଚାରୀମାନେ ଏହି ଛୁଆମାନଙ୍କର ନିଜ ସନ୍ତାନ ପରି ଯତ୍ନ ନେଉଥିଲେ। କିନ୍ତୁ ଏତେ ପରିଶ୍ରମ ସତ୍ତ୍ୱେ ଏହି ଛୁଆମାନଙ୍କୁ ମା’ର ମମତା ମିଳି ପାରିଲା ନାହିଁ।

Leave a Reply

Your email address will not be published. Required fields are marked *