କରଣ ଜୋହରଙ୍କ ବଡ଼ ଖୁଲାସା। କାହିଁକି ଆଜି ପର୍ଯ୍ୟନ୍ତ ଭଡ଼ା ଘରରେ ରହୁଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା?

୧୯୮୩ ମସିହା ଜୁଲାଇ ୧୬ରେ ହଙ୍ଗକଙ୍ଗ ଠାରେ ଜନ୍ମ ଗ୍ରହଣ କରିଥିଲେ ଅଭିନେତ୍ରୀ କ୍ୟାଟ୍ରିନା। ଅଭିନେତ୍ରୀ କ୍ୟାଟ୍ରିନା ଆଜି ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ୟାଟ୍ରିନା ଏକ କୋଟିପତି ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ଭଡ଼ାଘରରେ ରହୁଛନ୍ତି। ମିଡ଼ିଆ ରିପୋର୍ଟସଙ୍କ କହିବା ମୁତାବକ କ୍ୟାଟ୍ରିନାଙ୍କ ପାଖରେ ୬ ମିଲିୟନ ଡ଼ଲାର(ପ୍ରାୟ ୪୫ କୋଟି ଟଙ୍କା) ସମ୍ପତ୍ତି ରହିଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ୨୦୦୩ରୁ ବଲିଉଡ ଜଗତରେ ସକ୍ରିୟ ଥିବା ଏହି ନାମିଦାମୀ କଳାକାରଙ୍କର ଭାରତରେ ଗୋଟିଏ ହେଲେ ନିଜସ୍ଵ ଘର ନାହିଁ। ସେ ଆଜି ବି ମୁମ୍ବାଇରେ ଘର ଭଡା ନେଇ ରହୁଛନ୍ତି। କରନ ଜୋହାରଙ୍କ ଏକ ସୋ ରେ କ୍ୟାଟ୍ରିନା ବର୍ତ୍ତମାନ ସୁଦ୍ଧା ଭଡ଼ା ଘରେ ରହିବାର କାରଣ ମଧ୍ୟ କହିଥିଲେ।

କ୍ୟାରିୟରର ପ୍ରାରମ୍ଭ ସମୟରେ କ୍ୟାଟ୍ରିନା ବାନ୍ଦ୍ରା ସ୍ଥିତ ଗୁଲଦେବ ସାଗରରେ ରହୁଥିଲେ। ୨୯୧୪ରେ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହିତ କାର୍ଟର ରୋଡ ସ୍ଥିତ ସିଲଭର ସେଣ୍ଡ ଆପାର୍ଟମେଂଟକୁ ସିଫ୍ଟ ହୋଇଥିଲେ ମାତ୍ର ୨୦୧୬ରେ ଦୁହେଁ ଅଲଗା ହୋଇଯାଇଥିଲେ।

ଏଭଳି ପରିସ୍ଥିତିରେ କ୍ୟାଟ୍ରିନା ସେହି ଗୋଟିଏ ଘରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିଲେ, ଯେଉଁଥିପାଇଁ ତାଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ପ୍ରତି ମାସରେ ଭଡା ମଧ୍ୟ ଦିଆଯାଉଥିଲା | ତେବେ ଶୁଣିବାକୁ ମିଳିଥିଲା ​​ଯେ ସେ ଏକାକୀ ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚ ନିକଟ ଆପାର୍ଟମେଣ୍ଟକୁ ସିଫ୍ଟ ହୋଇଯାଇଛନ୍ତି।

କ୍ୟାଟ୍ରିନା ବର୍ତ୍ତମାନ ତାଙ୍କ ଭଉଣୀ ଇସାବେଲଙ୍କ ସହ ମୁମ୍ବାଇର ଅନ୍ଧେରୀ ୱେଷ୍ଟ ସ୍ଥିତ ମୌର୍ଯ୍ୟ ହାଉସରେ ରୁହୁଛନ୍ତି। ତାଙ୍କ ଘର ଭିତରେ ସୁନ୍ଦର ସିଡ଼ି ନିର୍ମାଣ କରାଯାଇଛି। କ୍ୟାଟ୍ରିନା ନିଜର ଇନଷ୍ଟା ଷ୍ଟୋରୀରେ ତାଙ୍କ ଘରର କିଛି ଫଟୋ ସେୟାର କରିଥିଲେ। ସେ ଘରର କାନ୍ଥର ସାଜସଜ୍ଜା ଏବଂ ଆସବାବପତ୍ର ପପ୍ ଆର୍ଟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି।

କ୍ୟାଟ୍ରିନା ଏଠାରେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ଭଡା ନେଇଛନ୍ତି। ତାଙ୍କ ବାସଗୃହରେ ଏକ ବକ୍ର ଆକାରର ସିଡ଼ି ରହିଛି | ପାର୍ଟୀ କିମ୍ବା ଫଙ୍କସନ ଯିବା ପାଇଁ ସେ ପ୍ରାୟତ ଏହି ସିଡ଼ି ନିକଟରେ ଫଟୋ ଉଠାଇଥାନ୍ତି | କରୋନା ତାଲାବନ୍ଦ ଥିବା ସମୟରେ କ୍ୟାଟ୍ରିନା ତାଙ୍କ ଘରର ଫଟୋ ଏବଂ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ନିଜେ ଘର ଝାଡୁ କରୁଥିବା ଦେଖିବାକୁ ମିଳିଥିଲା।

କ୍ୟାଟ୍ରିନା ଥରେ ପ୍ରକାଶ କରିଥିଲେ ଯେ ସେ ଏକ ଛୋଟ ଘରେ ରୁହନ୍ତି, ଯେତେବେଳେ ତାଙ୍କ ପ୍ରତିଯୋଗୀମାନେ ନିଜର ବଡ଼ ଏବଂ ବିଳାସପୂର୍ଣ୍ଣ ବଙ୍ଗଳାରେ ରହିଥାନ୍ତି। କରଣ ଜୋହରଙ୍କ ଚାଟ୍ ସୋ’ରେ ଯେତେବେଳେ ବରୁଣ ଧୱନ ଏବଂ କରଣ ନିଜେ ପଚାରିଥିଲେ ଯେ କାହିଁକି କ୍ୟାଟ୍ରିନା ସେମାନଙ୍କୁ ଖ୍ରୀଷ୍ଟମାସ ପାର୍ଟିରେ ନିମନ୍ତ୍ରିତ କରି ନଥିଲେ ସେତେବେଳେ କ୍ୟାଟ୍ରିନା ଏକ ମଜାଳିଆ ଉତ୍ତର ଦେଇଥିଲେ।

କ୍ୟାଟ୍ରିନା କହିଥିଲେ ଯେ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରି ନିଜେ ବହୁତ ଖୁସି ହୋଇଥାନ୍ତି, ମାତ୍ର ମୁଁ କଣ କରିପାରିବି ମୋ ଘର ବହୁତ ଛୋଟ। ସେଥିପାଇଁ ମୁଁ ଘରେ ପାର୍ଟି କରିପାରି ନଥିଲି। ଏହାର ପ୍ରତିଉତ୍ତରରେ କରଣ ଜୋହର କହିଥିଲେ ଯେ ବାସ୍ତବରେ କ୍ୟାଟ୍ରିନାଙ୍କ ଘର ବହୁତ ଛୋଟ। ତା’ପରେ ସେ ପଚାରିଥିଲେ ଯେ କ୍ୟାଟ୍ରିନା ନିଜ ପାଇଁ ଗୋଟିଏ ଘର କାହିଁକି କିଣୁ ନାହାନ୍ତି?

କରଣ କହିଲେ ଯେ କ୍ୟାଟ୍ରିନା ସବୁବେଳେ ଛୋଟ ଛୋଟ ଆପାର୍ଟମେଂଟ ଖୋଜିଥାନ୍ତି। ଯଦି ଏବେବି କ୍ୟାଟ୍ରିନା ଘର ନେଇ ନାହାନ୍ତି ତେବେ ଫିଲ୍ମ ଜଗତ ଛାଡ଼ିବା ପରେ ନିହାତି ଦଲାଲ ହେବ ପାଇଁ ଚେଷ୍ଟାରେ ଅଛନ୍ତି। କରଣ ଏହା ମଧ୍ୟ କହିଥିଲେ ଯେ ମୁଁ ଯେତେ ବି ପ୍ରୋପର୍ଟି ଦେଖିବାକୁ ଯାଇଛନ୍ତି ସମସ୍ତେ କୁହନ୍ତି କ୍ୟାଟ୍ରିନା ଆସିଥିଲେ। କିନ୍ତୁ ସେମାନଙ୍କୁ ପଚାରିଲେ କି କ୍ୟାଟ୍ରିନା କିଛି ପ୍ରୋପର୍ଟି କିଣିଲେ କି ନାହିଁ ସେମାନେ କୁହନ୍ତି ନା କିଛି କିଣିଲେ ନାହିଁ।

ଜୋହାରଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କ୍ୟାଟ୍ରିନା କହିଥିଲେ ଯେ ମୋତେ ଲାଗେ ମଣିଷ ନିଜ ସ୍ଵଭାବ ଅନୁସାରେ ସାଙ୍ଗ, ସମ୍ପର୍କ, ଘର ଏସବୁ ଜିନିଷର ଚୟନ କରିଥାଏ। ଯେତେବେଳେ ଏହିସବୁ ଜିନିଷ ଆମ ସାମ୍ନାକୁ ଆସିଥାଏ ସେତେବେଳେ ଆପଣ ନିଜେ ଅନୁଭବ କରି ପାରିବେ ଏହା ମୋ ପାଇଁ ଉଚିତ ନା ଅନୁଚିତ।

କ୍ୟାଟ୍ରିନା ଦୀର୍ଘଦିନ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ ଫିଲ୍ମ କରିବା ସହିତ ମଡେଲିଂ, ବ୍ରାଣ୍ଡ ଆମ୍ବାସାଡର (ଲୋରିଆଲ, ସ୍ଲାଇସ୍, ଲକ୍ସ, ନକ୍ଷତ୍ର) ଏବଂ ବିଜ୍ଞାପନ ରୁ ମଧ୍ୟ ମୋଟା ଅଙ୍କରେ ରୋଜଗାର କରିଥାନ୍ତି।

ଏହାଛଡା କ୍ୟାଟ୍ରିନା ଗୋଟିଏ ଚଳଚ୍ଚିତ୍ର ପାଇଁ ପ୍ରାୟ ୯ ରୁ ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି। କ୍ୟାଟ୍ରିନା କାର କ୍ଷେତ୍ରରେ ଅଧିକ ସୌଖିନ। ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ଅଛି। ଏଥିରେ ଅଡି Q3, ଅଡି Q7 ଏବଂ SUV ଅନ୍ତର୍ଭୁକ୍ତ ମଧ୍ୟ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *