ପର୍ଦାଫାସ ହେଲା କଳା ନକାବ ଧାରି ରହସ୍ୟମୟୀ ବ୍ୟକ୍ତିର ପରିଚୟ। ସୁଶାନ୍ତଙ୍କ ମୃତ୍ୟୁର ଏମିତି ଏକ ଗୁମର ଯାହା ଜାଣିବା ପରେ ଆପଣବି ସ୍ତବ୍ଧ ହୋଇଯିବେ।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ପର୍ଦାଫାସ ହେବାରେ ଲାଗିଛି। ସୁଶାନ୍ତଙ୍କ ରୁମରେ ଉପସ୍ଥିତ ଥିବା ଜଣେ ଅଜଣା ବ୍ୟକ୍ତି ଜିଏକି କଳା ରଙ୍ଗର ପୋଷାକ ପିନ୍ଧିଥିଲେ ଏବେ ତାଙ୍କ ପରିଚୟ ସାମ୍ନାକୁ ଆସିବା ପରେ ଘଟଣାକୁ ଏକ ନୂଆ ମୋଡ଼ ଦେଇଛି। ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବ୍ୟକ୍ତି ଜଣକ ନିଜ ମାକ୍ସ ବାହାର କରିଛନ୍ତି ଯାହାଦ୍ୱାରା ତାଙ୍କ ପରିଚୟ ଜଣାପଡିଛି। ଏଥିସହିତ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏତେ ଦିନ ପରେ ସୁଶାନ୍ତ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

କଳା ରଙ୍ଗର ପୋଷକ ପିନ୍ଧିଥିବା ଲୋକଟି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ରୁମରୁ ଆରମ୍ଭ କରି ତାଙ୍କ ପାର୍ଥିବ ଶରୀରକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସରେ ମଧ୍ୟ ସେ ଲୋକଟି ନଜରକୁ ଆସୁଛନ୍ତି। ଏଥିସହିତ ପ୍ରମାଣ ନେଇ ପଳାଇବାରେ ମଧ୍ୟ ଭିଡ଼ିଓରେ ନଜର ଆସିଛନ୍ତି। ତେବେ ଗୋଟିଏ ସ୍ଥାନରେ ସେ ନିଜର ମାକ୍ସ ହଟାଇଛନ୍ତି।

ପୂର୍ବରୁ ସନ୍ଦେହ ଥିବା ବେଳେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ସୁଶାନ୍ତଙ୍କ ଚାକର ଦିପେସ ଅଟନ୍ତି। ଏହି ଭିଡ଼ିଓଟି ଭାଇରାଲ ହେବା ପରେ କଳା ପୋଷାକ ଧାରି ଯୁବକ ଜଣକ ସୁଶାନ୍ତଙ୍କ ଚାକର ଦିପେଶ ବୋଲି ପ୍ରମାଣିତ ହୋଇଯାଇଛି। ଏପରି ଦୁଇଟି ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଗତି ଫୋଟୋରେ ଦିପେଶଙ୍କ ନିଶ ଥିବା ବେଳେ ଅନ୍ୟଟିରେ ନିଶ କାଟିଦେଇଛନ୍ତି।

ଏଥି ସହିତ ଅଧିକ ଅନୁସନ୍ଧାନ କରିବା ପରେ ଜଣା ପଡ଼ିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆମ୍ବୁଲାନ୍ସ ମଧ୍ୟ ବଦଳା ଯାଇଥିଲା। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ୪ଟି ଆମ୍ବୁଲାନ୍ସ ଆସିଥିଲା। ଏଥିସହିତ ଦୁଇରୁ ତନୋଟି ମେଡ଼ିକାଲକୁ ନେବା ପାଇଁ କଥା ଚାଲିଥିଲା। ପ୍ରଥମେ ବାବାକର ହସ୍ପିଟାଲ ନେବାକୁ କଥାବାର୍ତ୍ତା ହୋଇଥିବା ବେଳେ ଯେତେବେଳେ ଆମ୍ବୁଲାନ୍ସ ପାଖକୁ ନିଆଗଲା ସେତେବେଳେ ଲୋକମାନେ ଲୀଳାବତୀ ହସ୍ପିଟାଲ ନେବାକୁ କହିଥିଲେ।

ଭାଇରାଲ ହୋଇଥିବା ସମସ୍ତ ଭିଡ଼ିଓକୁ ଦେଖିବା ପରେ ନିହାତି ସନ୍ଦେହ ଆସୁଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କିଛି ନ କିଛି ରହସ୍ୟ ରହିଛି। ଏହାପରେ ଗତକାଲି ଏକ ମିଟିଙ୍ଗରେ ସ୍ଥିର କରାଯାଇଛି ଯେ ସମସ୍ତ ଏଲେକ୍ଟ୍ରୋନିକ ପ୍ରମାଣର ଫରେନସିକ ଟେଷ୍ଟ ୧୪ ଦିନ ଭିତରେ ପ୍ରକାଶିତ ହୋଇଯିବ। ସୁଶାନ୍ତଙ୍କ ପ୍ରଶଂସକ ମାନଙ୍କୁ ଆଉ ମାତ୍ର ୧୪ ଦିନ ଅପେକ୍ଷା କରିବାକୁ ପଡ଼ିବ।

୧୪ ଜୁନରେ ସୁଶାନ୍ତ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ କୌଣସି ସୋସିଆଲ ମିଡ଼ିଆରେ ଦେଖାଯାଇ ନଥିଲେ । ଗତକାଲି ହଠାତ ରିୟା ଚକ୍ରବର୍ତ୍ତୀ ୧୪ ଜୁଲାଇ ଅର୍ଥାତ ସୁଶାନ୍ତଙ୍କ ମୃତ୍ୟୁର ଏକମାସ ପରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସୁଶାନ୍ତଙ୍କ ସହିତ ବହୁତ ଅନ୍ତରଙ୍ଗ ଭାବରେ ସାମ୍ନାକୁ ଆସୁଛନ୍ତି। ଏଥିସହିତ ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ସେ ସୁଶାନ୍ତ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସେ ବିଶ୍ଵାସ କରି ପାରୁନାହାନ୍ତି ଯେ ସୁଶାନ୍ତ ଏବେ ଆମମାନଙ୍କ ଗହଣରେ ନାହାନ୍ତି। ସୁଶାନ୍ତ ଏମିତି ଏକ ମଣିଷ ଥିଲେ ଯିଏ ତାଙ୍କୁ ଭଲପାଇବା ଉପରେ ବିଶ୍ୱାସ କରିବା ଶିଖାଇଥିଲେ ବୋଲି ରିୟା ପ୍ରକାଶ କରିଛନ୍ତି।

ରିୟା ଚକ୍ରବର୍ତ୍ତୀ କେବେବି ସୁଶାନ୍ତଙ୍କ ବଞ୍ଚିଥିବା ସମୟରେ ତାଙ୍କ ସମ୍ପର୍କ ବିଷୟରେ ପ୍ରକାଶିତ କରି ନଥିଲେ। ତେବେ କାହିଁକି ତାଙ୍କ ମୃତ୍ୟୁର ଏତେ ଦିନ ପରେ ଏପରି ପୋଷ୍ଟ କରି ଏପରି ଏକ ମିଛ ଅଭିନୟ କରୁଛନ୍ତି ବୋଲି ସୁଶାନ୍ତଙ୍କ ପ୍ରଶଂସକମାନେ ସମାଲୋଚନା କରିଛନ୍ତି। ଆୟୁସ୍ମାନ ଖୁରାନା ଏବଂ ଟାଇଗର ସରାଫଙ୍କ ପରି କେତେକ ଲୋକ ଏହି ପୋଷ୍ଟରେ ସକାରାତ୍ମକ ପ୍ରତିକ୍ରିୟା ରଖିଥିବା ବେଳେ ସୁଶାନ୍ତଙ୍କ ପ୍ରଶଂସକ ଏହି ପୋଷ୍ଟରେ ନକରାତ୍ମକ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *