ଗାର୍ଲଫ୍ରେଣ୍ଡଙ୍କୁ ଖୁସି କରାଇବା ପାଇଁ ସମସ୍ତ ସୀମା ଟପିଗଲେ ପ୍ରେମିକ। ପ୍ରେମିକାଙ୍କୁ ଉପହାର ଦେବା ହେଲା କାଳ।

ମଧ୍ୟପ୍ରଦେଶରର ଉଜ୍ଜୟିନୀ ସ୍ଥିତ ପୂର୍ବ ବିଧାୟକଙ୍କ ଜ୍ୱାଇଁଙ୍କ ଘରେ ହୋଇଥିବା ଚୋରିର ପର୍ଦାଫାସ ହେବ ପରେ ଏପରି ଏକ ତଥ୍ୟ ସମ୍ନାକୁ ଆସିଲା ଯାହାକୁ ଜାଣିଲେ ଆପଣମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଏମିତି କେଉଁ ଉଦେଶ୍ୟ ଥିଲା ଏହି ଚୋରି ପଛରେ ଏବଂ କିଏ କରିଥିଲା ଏହି ଚୋରି। ଜଣେ ପ୍ରେମିକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ କିଛି ଉପହାର ଦେବାକୁ ଚାହୁଁଥିଲେ। ସେଥିପାଇଁ ସେ ଏକ ଚୋରିର ଯୋଜନା ପ୍ରସ୍ତୁତ କଲେ।

ଚୋରି ସାମଗ୍ରୀରୁ ୪ଟି ସୁନା ଚୁଡି ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଗିଫ୍ଟ କରିଲେ। ହେଲେ ଚୋରି ସମୟରେ ତାଙ୍କ ସହିତ ଥିବା ଅନ୍ୟ ଏକ ସାଥୀର ଚପଲ ଛିଡି ଯାଇଥିଲା। ପ୍ରେମିକ ଜଣଙ୍କ ସେଠାରୁ ତାଙ୍କୁ ଛାଡି ଚାଲିଯାଇଥିଲେ। ପୋଲିସ ଏହି ସୂତ୍ରରୁ ହିଁ ଚୋରମାନଙ୍କୁ ଧରିଥିଲା। ଏହି ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଥିଲା।

ପୋଲିସର ସୂଚନାନୁସାରେ, ପୂର୍ବତନ ବିଧାୟକ ଶିବନାରାୟଣ ଜାଗିରଦାରଙ୍କ ଜ୍ୱାଇଁ ଶରଦ ପାଣ୍ଡ୍ୟା ଦେବାସ ରୋଡ଼ ସ୍ଥିତ ସନରାଇଜ ସିଟିରେ ରୁହନ୍ତି। ଏଥିସହିତ ସେ ଏକ ଫାର୍ମା କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ୨୪ ଜୁନ୍ ରେ, ସେ ନିଜ କାମକୁ ନେଇ ସହରରୁ ବାହାରେ ଥିଲେ। ଏହି ଅବସରରେ ଘରେ କେହି ନଥିବାର ଦେଖି ୫ ଲକ୍ଷ ଟଙ୍କାର ସୁନା ଗହଣା ସହିତ କିଛି ନଗଦ ଟଙ୍କା ଚୋରି କରି ନେଇଯାଇଥିଲେ। ଏହି ଚୋରି ସାମଗ୍ରୀରୁ ଜଣେ ଚୋର ୪ଟି ସୁନା ଚୁଡି ନିଜ ଗାର୍ଲଫ୍ରେଣ୍ଡକୁ ଗିଫ୍ଟ କରିଥିଲା।

ଏହି ଘଟଣାଟି ସେଠାରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା । ଏଥିସହ ଘଟଣା ସ୍ଥଳରେ ଜଣେ ଚୋରର ଚପଲ ଛିଡି ଯାଇଥିଲା। ଏହା ଦେଖି ଅନ୍ୟ ଚୋର ଜଣଙ୍କ ତାକୁ ସେଠାରେ ଛାଡି ପଳାଇଥିଲା। ପୋଲିସ ଏହି ସୂତ୍ରରୁ ଦୁଇଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ପୋଲିସର କହିବା ମୁତାବକ ଚୋରମାନେ ପଡୋଶୀ ଛାତରୁ ଡେଇଁବା ପରେ ପାହାଚ ସାହାଯ୍ୟରେ ତଳକୁ ଓହ୍ଲାଇ ଆସିଥିଲେ। ଏଠାରୁ ହିଁ ପୋଲିସକୁ ସିସିଟିଭି ଫୁଟେଜ ମିଳିଥିଲା। ଏହାପରେ ପୋଲିସ ଚୋରମାନଙ୍କର ମୋବାଇଲ ଲୋକେସନ ମଧ୍ୟ ବାହାର କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ବେଗମବାଗରେ ରହୁଥିବା ବେଳେ ଆଉଜଣେ ମକୋଡ଼ିୟାନଆମ ଅଞ୍ଚଳରେ ରୁହେ। ପଚରାଉଚରା କରିବାରୁ ସେମାନେ କରିଥିବା ୬ଟି ଚୋରି ସ୍ବୀକାର କରିଛନ୍ତି। ପ୍ରଥମେ ଛୋଟା ଛୋଟ ଚୋରି କରୁଥିଲେ ପରେ ବଡ଼ ଚୋରି କରିବା ଆରମ୍ଭ କରିଦେଇଥିଲେ।

Leave a Reply

Your email address will not be published. Required fields are marked *