ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଅଛି,ଯାହା କିଛି ମଣିଷ ମାନଙ୍କ ନଜରକୁ ଆସିଥାଏ ଏବଂ ଆଉ କିଛି ମଣିଷ ମାନଙ୍କ ଆଖି ଆଢୁଆଳରେ ଲୁଚି ରହିଯାଏ । ସେହିପରି ଆମେ ଯଦି କିଛି ସମୁଦ୍ର ଜୀବ ମାନଙ୍କ ବିଷୟରେ ଆଲୋଚନା କରିବା ତେବେ ସେମାଙ୍କ ସୌନ୍ଦର୍ଯ୍ୟ ମଧ୍ୟ କାହା ଠାରୁ କମ ନୁହେଁ, କିନ୍ତୁ ବେଳେବେଳେ ଏହି ସମୁଦ୍ର ଜୀବ ଗୁଡିକ ଦେଖିବାକୁ ମିଳିଥାନ୍ତି ଯାହାକି କୌଣସି ଆସ୍ଟର୍ଯ୍ୟ ଠୁ କମ ନୁହେଁ ।
ପ୍ରକୃତି ପ୍ରାୟତ ଆମକୁ ବିଭିନ୍ନ ଉପାୟରେ ବିସ୍ମିତ କରିଥାଏ । ଏଥିରେ ଅନେକ ଉପାଦାନ ଅଛି ଯାହା ବିଷୟରେ ଆମକୁ ଜଣା ନାହିଁ। ତେବେ ଏହି ସମୟରେ ମାଲେସିଆ ରୁ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ମାଛ ବହୁତ ଲୋକପ୍ରିୟ ହେଉଛି ଯାହା ନିଜ ଭିତରେ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ମାଛ କୁ ଲୋକମାନେ ମଜାକ ନେବା ଆରମ୍ଭ କଲେଣି। ଏଥିସହିତ ସେମାନେ ଏହାକୁ ଏକ କାର୍ଟୁନର ସଠିକ ନକଲ ବୋଲି ମଧ୍ୟ କହୁଛନ୍ତି।
https://twitter.com/raff_nasir/status/1278602865766875136?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1278723742634409984%7Ctwgr%5E&ref_url=https%3A%2F%2Faajtak.intoday.in%2Fgallery%2Funique-fish-found-human-lips-jaws-and-teeth-malaysia-social-media-viral-features-tstn-1-52891.html
ଲୋକମାନେ ଏହି ମାଛଟିକୁ ଦେଖି ବହୁତ ଅଷ୍ଟର୍ଯ୍ୟ ଚକିତ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପଛର କାରଣ ହେଉଛି ଏହାର ବୈଶିଷ୍ଟ୍ୟ । ଏହି ଅନନ୍ୟ ମାଛର ଓଠ ଠିକ ମଣିଷ ପରି। ଏହି ମାଛ କୁ ଦେଖି ବୈଜ୍ଞାନିକ ମାନେ ମଧ୍ୟ ଆଷ୍ଟର୍ଯ୍ୟ ହୋଇଯାଇଛନ୍ତି ଯେ ଏହି ମାଛର ଓଠ କିପରି ମଣିଷ ପରି ହୋଇପାରିଲା।
ମାଛରେ ପ୍ରକୁତ ମଣିଷ ପରି ଦାନ୍ତ ଏବଂ ଓଠ ସହିତ ମାନବ ପରି ଗୁଣ ମଧ୍ୟ ରହିଛି । ଏହି ମାଛର ନାମ ହେଉଛି ଟ୍ରାଇଗର ଫିସ । ଏହା ସାଧାରଣତଃ ଦକ୍ଷିଣ ପୂର୍ବ ଏସିୟ ଜଳବାୟୁରେ ଦେଖାଯାଏ । ଏହି ମାଛର ଜିଭ ବହୁତ ମଜବୁତ ହୋଇଥାଏ । ଏହି ମାଛର ଦାନ୍ତ ଏବଂ ଓଠ ମଣିଷଙ୍କ ପରି ହୋଇଥାଏ । ଏହାର ଫୋଟ କାହାକୁ ବି ବିସ୍ମିତ କରିପାରେ ।
ଜଣେ ବ୍ୟକ୍ତି ଏହି ଅସାଧାରଣ ମାଛର ଫୋଟ ଟ୍ୱିଟରରେ ପୋଷ୍ଟ କରିଥିଲେ ,ଯାହା ପରେ ଏହା କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାର ବୈଶିଷ୍ଟ୍ୟ ଗୁଡିକୁ ଦେଖି ଲୋକେ ମାନେ ଫୋଟ ଉଠାଉଛନ୍ତି। ଯାହା ଅତ୍ୟନ୍ତ ମଜାଦାର । ଟ୍ୱଟିରରେ ପୋଷ୍ଟ ହେବା ମାତ୍ରେ ଏହି ଫୋଟ ଗୁଡିକ ଅଧିକ ଭାଇରାଲ ହେବାରେ ଲାଗିଛି ।