ବଜାରରୁ ଆଣିଥିବା ଚିଲ୍ଲି ସସ ଖାଇଲା ପରେ କଣ ଘଟିଲା ଯେ ମହିଳା ଖାଇବା ଥାଳି ଫୋପାଡ଼ି ଦେଲେ

ଦୁନିଆରେ ଲୋକ ମାନଙ୍କ ପାଇଁ ଟଙ୍କା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟଙ୍କା ରୋଜଗାର କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ଏଥିପାଇଁ କିଛି ଲୋକେ ଯେକୋୖଣସି ସ୍ତରକୁ ଯିବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏମିତି ଅନେକ ଖାଦ୍ୟ ଶିଳ୍ପ ଅଛି ଯେଉଁଠି ଶସ୍ତା ଏବଂ ଅତ୍ୟନ୍ତ ନିମ୍ନ ମାନର ଜିନିଷ ବଜାରରେ ବହୁ ମୂଲ୍ୟରେ ବିକ୍ରି କରିଥାନ୍ତି । ଯାହାକୁ କିଣିବା ଦ୍ଵାରା ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜୀବନ ପ୍ରତି ମଧ୍ୟ ବିପଦ ଥାଏ ।

ଆସନ୍ତୁ ଦେଖିବା ମହିଳା ଜଣଙ୍କ କଣ ପାଇଁ ଖାଇବା ଥାଳି ଫୋପାଡ଼ି ଦେଇଥିଲେ । ବର୍ତ୍ତମାନ UK ରେ ରହୁଥିବା ଦୁଇ ପିଲାଙ୍କର ମା କଣ ଜାଣିଥିଲେ କି ବଜାରରୁ ଆଣିଥିବା ଚିଲ୍ଲି ସସ ତାଙ୍କ ଜୀବନ ନେଇଯାଇଥାନ୍ତା । ଯେତେବେଳେ ସେ ସସ କୁ ଖାଦ୍ୟରେ ମିଶାଇବା ପାଇଁ ବାହାର କଲେ ସେଥିରୁ ଏମିତି ଏକ ଜିନିଷ ବାହାରିଲା ଯାହାକୁ ଦେଖି ମହିଳା ଆସ୍ଟର୍ଯ୍ୟ ହୋଇଗଲେ ଏବଂ ଚିଲେଇବାକୁ ଲାଗିଲେ । ମହିଳା ଜଣଙ୍କ ଏହି ସସ ବୋତଲ ର ଫୋଟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଏହାର ଫୋଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

UK ରେ ରହୁଥିବା 47 ବର୍ଷୀୟ ମହିଳା ପୋଲ୍ଲୀ ୟୋନ୍ତେ ନିଜ ସହିତ ଘଟିଥିବା ଏକ ଭୟଙ୍କର ଘଟଣା ର ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦୁଇ ଝିଅଙ୍କର ମା ସ୍ଥାନୀୟ ବଜାରରୁ ଏକ ଚିଲ୍ଲି ସସ କିଣିକି ଆଣିଥିଲେ ।

ମହିଳା ଜଣଙ୍କ ନିଜ ଘର ପାଖରେ ଥିବା ବଜାରରୁ କେବେ ବି ଜିନିଷ କିଣୁନଥିଲେ । କିନ୍ତୁ ଲକଡାଉନ କାରଣ ରୁ ସେହି ଲେଡିଲ ନାମକ ଲୋକାଲ ମାର୍କେଟ ରୁ ଜିନିଷ କିଣିବାକୁ ବାଧ୍ୟ ହୋଇଥିଲେ ।

ମହିଳା ଜଣଙ୍କ ସେଠାରୁ ତାଙ୍କର 20 ବର୍ଷୀୟ ଦୁଇ ଯାଆଁଳା ଝିଅଙ୍କ ପାଇଁ ଏକ ଚିଲ୍ଲି ସସ ବୋତଲ କିଣିଥିଲେ । ତାଙ୍କ ଝିଅଙ୍କୁ ସ୍ପାଇସ ଖାଇବା ପସନ୍ଦ ଥିଲା । ସେ ଯୋଉ ଚିଲ୍ଲି ସସ କିଣିଥିଲେ ତାର ସମାପ୍ତି ତାରିଖ ମାର୍ଚ୍ଚ2022 ଥିଲା ।

ଯେତେବେଳେ ଘରକୁ ଆସି ପୋଲ ପ୍ଲେଟରେ ସସ ବାହାର କଲେ, ସେଥିରୁ ଝିଟିପିଟି ର ମୁଣ୍ଡ ବାହାରିଥିଲା । ଏହା ଦେଖି ପୋଲ ଚିକ୍ତାର କରିଥିଲେ ।

ସବୁଠାରୁ ଖରାପ କଥା ଏହା ଥିଲା ଯେ ସେତେବେଳେ ପୋଲଙ୍କ ଆଖି ଝିଟିପିଟିର ମୁଣ୍ଡ ଉପରେ ପଡ଼ିଲା ସେତେବେଳକୁ ସେ କିଛି ଚାମଚ ସସ ଖାଇସାରିଥିଲେ ।

ତାଙ୍କ ଝିଅମାନେ ମଧ୍ୟ ପୋଲଙ୍କ ସହ ସସ ଖାଉଥିଲେ । ଏହି ଘଟଣା ଟି ପୁରା ପରିବାରକୁ ଆସ୍ଟର୍ଯ୍ୟ କରିଛି । ପୋଲ କହିଛନ୍ତି ଯେ ସେ କମ୍ପାନୀ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବେ ।

ଏହି ଘଟଣା ପରେ ପୋଲ ଏବଂ ତାଙ୍କ ଦୁଇ ଝିଅଙ୍କୁ ଶକ୍ତ ଧକ୍କା ଲାଗିଛି । ଏହି ଘଟଣା ପରଠାରୁ 3ଜଣ କିଛି ଖାଇନାହାନ୍ତି । ସେ ସେହି ଦୋକାନ ବିରୁଦ୍ଧରେ ମଧ୍ୟ ମାମଲା ରୁଜ୍ଜୁ କରିଛନ୍ତି ।

କିନ୍ତୁ ପୋଲ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ତାଙ୍କୁ ଗୋଟେ ହେଲେବି କ୍ଷମା ପାର୍ଥନର ଫୋନ କଲ ଆସିନାହିଁ । କରୋନା ଭଳି ଏକ ପରିସ୍ଥିତି ରେ ଅସାବଧାନତା ପ୍ରକୃତରେ ତାଙ୍କୁ ଚକିତ କରିଛି । ଏହା ଦ୍ଵାରା କାହା ଜୀବନ ମଧ୍ୟ ଯାଇପାରିଥାନ୍ତା ।

ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି । ଖାଦ୍ୟ ବିଶେଷଙ୍ଗ ମାନେ ଝିଟିପିଟିର ମୁଣ୍ଡକୁ ନିଜ ଅଧିନ କୁ ନେଇଛନ୍ତି । ଏଥିସହିତ ଗ୍ରାହକ ଯେଉଁ ଅସୁବିଧାର ସମ୍ଭୁଖିନ ହୋଇଛନ୍ତି ସେଥିପାଇଁ କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ ହୋଇଛି ।

Leave a Reply

Your email address will not be published. Required fields are marked *