ଯଦିଓ ଲକଡାଉନ କାରଣରୁ ଫିଲ୍ମ ଏବଂ ଟିଭି ସିରିଏଲ ର ସୁଟିଙ୍ଗ ବନ୍ଦ ହୋଇଯାଇଛି , କିନ୍ତୁ ବଲିଉଡର ଲୋକ ପ୍ରିୟ ହାସ୍ୟାଅଭିନେତା କପିଲ ଶର୍ମା ସବୁବେଳେ ନିଜ ସୋ କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଦ କପିଲି ଶର୍ମା ସୋ ରେ ଅନେକ ବଲିଉଡ ତାରକା ଅତିଥି ଭାବରେ ଆସିଥାନ୍ତି ।
ଏହି ତାରକା ମାନେ ନିଜ ଦୈନ ଦିନ ଜୀବନ ବିଷୟରେ ଅନେକ ମଜାଦାର ଏବଂ ଅନେକ ଆକର୍ଷଣୀୟ କାହାଣୀ କହିଥାନ୍ତି । ଏଥି ସହ କପିଲ ଶର୍ମା ମଧ୍ୟ ସୋ ରେ ବହୁ ଖୁଲାସା କରିଥାନ୍ତି । ଏଥର ସେ ରଣବୀର ସିଂ ଙ୍କ ବିଷୟରେ ଏକ ମଜାଦାର ଖୁଲାସା କରିଛନ୍ତି ।
ଆଜିକାଲି ସୋସିଆଲ ମିଡିଆରେ କପିଲ ଶର୍ମା ସୋ ର ଏକ ଥ୍ରୋ ବ୍ୟାକ ଭିଡିଓ ଭାଇରାଲ ହେବାର ଲାଗିଛି। ଯେଉଁଥିରେ ସେ ଅଭିନେତା ରଣବୀର ସିଂ ଙ୍କ ସହିତ ଜଡିତ ଏକ କାହାଣୀ କହୁଛନ୍ତି । ଏହି କଥାଟି କପିଲି ଶର୍ମା ରଣବୀର ସିଂ ଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ କହୁଛନ୍ତି, ଯିଏକି ସୋ ରେ ଅତିଥି ଭାବରେ ନଜର ଆସିଛନ୍ତି ।
ଭିଡିଓ ରେ କପିଲ ଶର୍ମା ଦୀପିକା ପାଦୁକୋନ ଙ୍କୁ କହୁଛନ୍ତି କି , ରଣବୀର ସିଂ ତାଙ୍କୁ ତାଙ୍କ ବାହାଘର କୁ ଡାକି ଅନେକ ଅପମାନିତ କରିଥିଲେ । ଆସନ୍ତୁ ଜାଣିବା କଣ କହି କପିଲ ଶର୍ମା ଙ୍କୁ ଅପମାନିତ କରିଥିଲେ ।
ରଣବୀର ମତେ ବିବାହରେ ଡାକି ଯେଉଁ ପ୍ରକାର ଅପମାନିତ କରିଛନ୍ତି କଣ ସେ କଥା ଆପଣ ଜାଣିଛନ୍ତି କି ? ଆପଣ ବା କିପରି ଜାଣିବେ ଯେହେତୁ ଆପଣ ସେଠାରେ ନଥିଲେ ସେହି ସମୟରେ ଆପଣ ଅତିଥିଙ୍କ ମେଳରେ ଥିଲେ ।
କପିଲ ଶର୍ମା ଭିଡିଓ ରେ ଆହୁରି କହିଛନ୍ତି, ରଣବୀର ମତେ ଡାକିକି କହନ୍ତି କି ଦେଖ ଦୀପିକଙ୍କୁ ମୁଁ ନେଇଆସିଲି ଏହି ପରି କହି କିଏ ଅପମାନିତ କରେ । କପିଲ ଶର୍ମାଙ୍କ ଏହି କଥାରେ ଦୀପିକା ସହମତି ଦେଇ କହିଥିଲେ ଏହି କଥା ଟି ସତ ଏବଂ ସେ ପରେ ହସିବାକୁ ଲାଗିଥିଲେ । କପିଲ ଶର୍ମା ଏବଂ ଦୀପିକା ପାଦୁକୋନଙ୍କ ଏହି ଥ୍ରୋ ବ୍ୟାକ ଭିଡିଓ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଦୁଇ କଳାକାରଙ୍କ ପ୍ରଶଂସକ ଏହି ଭିଡ଼ିଓ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆପଣଙ୍କୁ କହିରଖୁଚୁ କି ନିକଟରେ କପିଲ ଶର୍ମା ଗାୟିକା ନେହା କକର ଙ୍କ ସହିତ ଏକ ଥ୍ରୋ ବ୍ୟାକ ଫୋଟ ସେୟାର କରି ଚର୍ଚ୍ଚା ରେ ଥିଲେ । ସେ ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏବଂ ନେହ କକର ଙ୍କ ଏକ ଫୋଟ ସେୟାର କରିଥିଲେ । ଫୋଟରେ କପିଲ ଶର୍ମା କମଳା ରଙ୍ଗର ଟି ସାର୍ଟ ଏବଂ ନେହା କକର କଳା ରଙ୍ଗର ଡ୍ରେସରେ ନଜର ଆସିଥିଲେ ।
ଏହି ଫୋଟକୁ ସେୟାର କରି କପିଲ ଶର୍ମା ଏକ ମଜାଦାର କ୍ୟାପସନ ଲେଖିଥିଲେ । ଯାହା ଉପରେ ନେହା କକର ପ୍ରତିକ୍ରିୟା ରଖିଥିଲେ । କପିଲ ଶର୍ମା ଫୋଟର କ୍ୟାପସନ ରେ ଲେଖିଥିଲେ ‘ଏହି ପିଲାକୁ ଚିହ୍ନନ୍ତୁ । ଏହା ଉପରେ ନେହା କକର କାମେଣ୍ଟ କରି ଲେଖିଥିଲେ ଭାଇ, ମୁଁ ଏ ପିଲାକୁ ଜାଣିଛି ।