କାର୍ଗିଲରେ ନିର୍ଭିକତା କାହାଣୀ ଲେଖିଥିବା ସେହି ସହିଦ ବିକ୍ରମ ବତ୍ରାଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଦୁଖଦାୟକ ଥିଲା

7 ଜୁଲାଇ 1999ରେ ସଙ୍ଗଟିତ ହୋଇଥିବା କାର୍ଗିଲ ଯୁଦ୍ଧରେ ବିକ୍ରମ ବତ୍ରା ଏବଂ ତାଙ୍କ ସାଥୀ ଶହୀଦ ହୋଇଥିଲେ । ବିକ୍ରମ ବତ୍ରା ଏବଂ ତାଙ୍କ ସାଥୀମାନଙ୍କର ବିରୋତ୍ୱ କୁ ଆଜି ମଧ୍ୟ ମାଟି ମା ମନେ ରଖିଛି । ଯେଉଁ ସାହସିକତା ସହିତ ସେ କାର୍ଗିଲରେ 5140 ର ଶିଖରକୁ କବ୍ଜା କରିଥିଲେ ଏବଂ କବ୍ଜା କରିବା ପରେ ‘ୟେ ଦିଲ ମାଙ୍ଗେ ମୋର କହିଥିଲେ, ଏହା ପରେ ସେ ସମସ୍ତଙ୍କ ହୃଦୟ ଜିତିପାରିଥିଲେ ।ଏହି ବୀର ଯୋଦ୍ଧା ଜଣଙ୍କ ଦେଶ ଭକ୍ତିକୁ ପ୍ରଥମ ଗୁରୁଦାୟିତ୍ୱ ଭାବି ନିଜ ପ୍ରେମ ଠାରୁ ଦୂରେଇ ଯାଇଥିଲେ। ଏଠାରେ ଆମେ ଆଜି ଆପଣଙ୍କୁ ବିକ୍ରମ ବତ୍ରାଙ୍କ ଦେଶ ଭକ୍ତି ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ବିକ୍ରମ ବତ୍ରା ଙ୍କ ପ୍ରେମ କାହାଣୀ

ଯେତେବେଳେ ବିକ୍ରମ ବତ୍ରା 1995 ମସିହାରେ ପଞ୍ଜାବର ବିଶ୍ୱବିଦ୍ୟାଳୟରେ ଅଧୟନ କରୁଥିଲେ ସେ ଜଣେ ଝିଅ ଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହେଁ ପଞ୍ଜାଵର ବିଶ୍ଵବିଦ୍ୟାଳୟ ରେ ଇଂରାଜୀରେ MA କରୁଥିଲେ । ଠିକ ଏହି ସମୟରେ ଦୁହେଁ ଦୁହିଙ୍କ ପ୍ରତି ଆକର୍ଷିତ ହୋଇ ପ୍ରେମରେ ପଡିଥିଲେ। ଏବଂ କିଛି ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ କରିଥିଲେ ।କିନ୍ତୁ ଏହି ସମୟରେ ହି ବିକ୍ରମ ବଟ୍ରା ସେନାରେ ନିଯୁକ୍ତ ହୋଇଥିଲେ।

ବିକ୍ରମ ବତ୍ରାଙ୍କୁ ମନେ ପକାଇ ତାଙ୍କ ପ୍ରେମିକା ଦୁଃଖରେ କହିଥିଲେ ଯେ “ସେ ଫେରିଲେ ନାହିଁ” ହେଲେ ଆଜୀବନ ମୋତେ ତାଙ୍କର ସ୍ମୃତି ଦେଇଗଲେ । ବିକ୍ରମ ମୋତେ ବିବାହ କରିବାକୁ ସବୁବେଳେ ପ୍ରତିଶ୍ରୁତି ଦେଉଥିଲେ ଏବଂ କହିଥିଲେ ଯେ ତୁମେ ଯାହାଙ୍କୁ ପସନ୍ଦ କର ତାଙ୍କର ଯତ୍ନନିଅ । ତାଙ୍କର ପ୍ରେମ ମୋ ଜୀବନକୁ ଆକୃଷ୍ଟ କରିଛି ଏବଂ ଏହା କିପରି ତାଙ୍କ ସହିତ ସବୁଦିନ ପାଇଁ ରହିବ ଯେହେତୁ ବତ୍ରା ଦେଶର ସେବାରେ ନିୟୋଜିତ ଥିଲେ ଏବଂ ସେ ଅନେକ ସମୟରେ ସେନା ମିଶନ ପୁରା କରିବା ପାଇଁ କାର୍ଯ୍ୟରେ ବ୍ୟସ୍ତ ରହୁ ଥିଲେ। ଯେଉଁଥିପାଇଁ ତାଙ୍କୁ ଅନେକ ଦିନ ଅଲଗା ରହିବାକୁ ପଡିଥିଲା ।

9 ସେପ୍ଟେମ୍ବର1974 ରେ ହିମାଚଳ ପ୍ରଦେଶର ପାଲମ ପୁରରେ ଜନ୍ମଗ୍ରହଣ କରିଥିବା ବିକ୍ରମ ବତ୍ରା କାର୍ଗିଲ ଯୁଦ୍ଧର କିଛି ମାସ ପୂର୍ବରୁ ପାଲମପୁର ରେ ଥିବା ତାଙ୍କ ଘରକୁ ଯାଇଥିଲେ । ଏଠାରେ ସେ ନିଜ ସାଙ୍ଗମାନଙ୍କୁ ଏକ ଭୋଜି ଦେବା ପାଇଁ ନୁଗାଲ କ୍ୟାଫେ କୁ ଯାଇଥିଲେ । ଯେଉଁଠି ତାଙ୍କର ଏକ ବନ୍ଧୁ ତାଙ୍କୁ କହିଥିଲେ ଯେ ‘ବର୍ତ୍ତମାନ ତୁମେ ସେନାରେ ଅଛ ନିଜର ଯତ୍ନ ନିଅ’ କ୍ୟାପଟେନ ବିକ୍ରମ ବତ୍ରା ପ୍ରତିଉତ୍ତର ରେ କହିଥିଲେ ଯେ ବେସ୍ତ ହୁଅନାହିଁ ମୁଁ ବିଜୟ ପରେ ତ୍ରିରଙ୍ଗା ଉଡାଇ ଆସିବି ନଚେତ ସେହି ତ୍ରିରଙ୍ଗାରେ ନିଜେ ଗୁଡେଇ ହୋଇ ଆସିବି କିନ୍ତୁ ମୁଁ ନିଷ୍ଟିତ ଭାବେ ଆସିବି ।

20 ବର୍ଷ ପୂର୍ବେ ଶହୀଦ ହୋଇଥିଲେ ।

 

ଆଜିକୁ 20 ବର୍ଷ ପୂର୍ବେ, 7 ଜୁଲାଇ1999 ରେ କାର୍ଗିଲ ଯୁଦ୍ଧ ସମୟରେ କ୍ୟାପଟେନ ବିକ୍ରମ ବତ୍ରା ତାଙ୍କ ସହକର୍ମୀ ଙ୍କୁ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିଲେ । କ୍ୟାପଟେନ ବିକ୍ରମ ବତ୍ରା ଅଧିକାରୀଙ୍କୁ ବଞ୍ଚାଇବା ବେଳେ କହିଥିଲେ ତୁମେ ଚାଲିଯାଅ ତୁମେ ଚାଲିଯାଅ ତୁମ ପତ୍ନୀ ଏବଂ ସନ୍ତାନ ଅଛନ୍ତି ।

ବାସ୍ତବରେ ବିକ୍ରମ ବତ୍ରା ଏବଂ ତାଙ୍କ ସାଥି ନବୀନ ଏକ ବଙ୍କରରେ ଥିଲେ । ଏହି ସମୟରେ ନବୀନଙ୍କ ଗୋଡ ନିକଟରେ ଏକ ବୋମା ବିସ୍ପୋରଣ ହୋଇଥିଲା । ନବୀନ ଗୁରୁତ୍ୱର ଆହତ ହୋଇଥିଲେ । ବିକ୍ରମ ବତ୍ରା ତାଙ୍କୁ ତୁରନ୍ତ ସେଠାରୁ ହଟାଇ ଦେଇଥିଲେ, ଯାହା ନବୀନଙ୍କ ଜୀବନ ରକ୍ଷା କରିଥିଲା କିନ୍ତୁ ଅଧିନାୟକ ଶହୀଦ ହୋଇଥିଲେ ।

ବିକ୍ରମ ବତ୍ରା ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ ।

ବିକ୍ରମ ବତ୍ରା ଙ୍କ ନେତୃତ୍ୱରେ ପାକିସ୍ତାନ ସେନା ପାଖରୁ କାର୍ଗିଲ ପଏଣ୍ଟ 5140 ଶିଖରକୁ ଛଡାଇ ନିଆଯାଇଥିଲା । ଏହି ସ୍ଥାନଟି ଉଚ୍ଚ ଥିଲା ଏବଂ ସଳଖ ଥିଲା ଏହି ସ୍ଥାନରେ ଲୁଚି ରହି ପାକିସ୍ତାନୀ ଅନୁପ୍ରବେଶ କାରୀ ମାନେ ଭାରତୀୟ ସୈନିକଙ୍କୁ ଉପରକୁ ଗୁଳି ଚଳାଉଥିଲେ । ଏହା ପରେ ବିକ୍ରମ ବତ୍ରା ପରବର୍ତ୍ତୀ ପଏଣ୍ଟ 4875 ଜିତିବାକୁ ଆଗେଇ ଆସିଥିଲେ ଯାହା 17000 ଫୁଟ ଉଚ୍ଚରେ ଥିଲା ଏବଂ ଏଠାରେ ତାପମାତ୍ରା 80 ଡିଗ୍ରୀ ଥିଲା ।

ବିକ୍ରମ ବତ୍ରା ଙ୍କ ସାହସ ହେତୁ ପାକ ସେନା ଠାରୁ 5140 ପଏଣ୍ଟ ମୁକ୍ତ ହୋଇପାରିଥିଲା । ସେ ଏହି ସମୟ ମଧ୍ୟରେ ଶହୀଦ ହୋଇଥିଲେ । ସେଠାରେ ତାଙ୍କ ସାହସିକତା ପାଇଁ ପରମବୀର ଚକ୍ରରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । 1999 ରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ସହୀଦ ହେବ ସମୟରେ ତାଙ୍କୁ ମାତ୍ର 25 ବର୍ଷ ହୋଇଥିଲା ।

କ୍ୟାପଟେନ ବିକ୍ରମ ବତ୍ରା ଯେଉଁ ସାହାସିକତା ସହିତ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ ତାହାର କାହାଣୀ ଆଜି ମଧ୍ୟ ପାକିସ୍ତାନରେ ମଧ୍ୟ ଜଣା ଶୁଣା । ଏବଂ ପାକିସ୍ତାନି ସେନା ଦ୍ୱାରା ଏହାର ନାମ ‘ସେର ସାହା’ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *