କରୋନା ମହାମାରୀକୁ ଦୃଷ୍ଟିରେ ରଖି କୁୱେତ ଏମିତି ଏକ ନିୟମ ଲାଗୁ କରିବାକୁଯାଉଛି ଯାହା ଆଗାମୀ ଦିନରେ ଭାରତୀୟମାନଙ୍କ ପାଇଁ ସଙ୍କଟର କାରଣ ପଲଟିଯିବ। କୁୱେତରେ କାର୍ଯ୍ୟରତ ଭାରତୀୟମାନଙ୍କ ଉପରେ ଏହି ନିୟମ ଦ୍ୱାରା ଦୁଷ୍ପ୍ରଭାଵ ପଡିବ।ଗଲ୍ଫ ନ୍ୟୁଜର ରିପୋର୍ଟ ମୁତାବକ କୁୱେତ ନ୍ୟାସନାଲ ଆସେମ୍ବଲି ଦ୍ୱାରା ପ୍ରବାସୀ କୋଟା ବିଲକୁ ମଞ୍ଜୁରୀ ମିଳି ସାରିଛି। ଏହି ନିୟମ ଲାଗୁ ହେବା ପରେ କୁୱେତରେ କାର୍ଯ୍ୟରତ ୮ ଲକ୍ଷ ଭାରତୀୟଙ୍କୁ ନିଜ ଦେଶ ଫେରିବାକୁ ପଡିପାରେ।
ଏହି ଵିଲ ମୁତାବକ କୌଣସି ବି ଦେଶର ପ୍ରବାସୀଙ୍କ ସଂଖ୍ୟା କୁୱେତ ଜନସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ରହି ପାରିବ ନାହିଁ। ତେବେ ଏହି ବିଲକୁ ଆଉଥରେ ବିଚାର କରିବା ଲାଗି ପଠାଯିବ।
ଯଦି ଏହି ନିୟମ ଲାଗୁ ହୁଏ ତାହେଲେ ୮ଲକ୍ଷ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ ପଡିବ। ସେଠାରେ ରହୁଥିବା ପ୍ରବାସୀମନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। କୁୱେତ ଜନସଂଖ୍ୟା ୪୦ଲକ୍ଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ଲକ୍ଷ ପ୍ରବାସୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୪.୫ ଲକ୍ଷ କେବଳ ଭାରତୀୟ ପ୍ରବାସୀ। ଏହି ବିଲରେ ଥିବା ନିୟମ ଅନୁଯାୟୀ ୧୫ ପ୍ରତିଶତ ଅର୍ଥାତ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୬.୫ ରୁ ୭ ଲକ୍ଷ ପର୍ଯ୍ୟନ୍ତ ସୀମିତ କରିଦିଆଯିବ।
କୁୱେତରେ ରହୁଥିବା ଭାରତୀୟଙ୍କ ଆୟ ବହୁତ ଭଲ ରହିଥିବା ବେଳେ ଯଦି ବର୍ତ୍ତମାନ ସମୟରେ ଏହି ଵିଲ ଲାଗୁ ହୋଇଯାଏ ତେବେ ଭାରତ ସରକାରକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ।
କେବଳ ଭାରତ ନୁହଁ ଏହି ବିଲ ଅନ୍ୟ ଦେଶର ପ୍ରବାସୀମାନଙ୍କ ଉପରେ ମଧ୍ୟ ଲାଗୁ ହେବ। ଭାରତକୁ ବାଦ ଦେଲେ ମିଶର ଦେଶର ପ୍ରବାସୀଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। କରୋନା ମହାମାରୀ କାରଣରୁ କୁୱେତ ଅର୍ଥ ଅବସ୍ଥାରେ ଖରାପ ପ୍ରଭାବ ପକାଇଛି ଏହାଛଡା କିଛି ମାସ ପୂର୍ବରୁ କୁୱେତରେ ଥିବା ବାହାର ଦେଶର ନଗରୀକଙ୍କୁ ନେଇ ବିବାଦ ଦେଖା ଦେଇଥିଲା।
କୁୱେତ ବାସିନ୍ଦା ଏବଂ ସରକାରୀ ଅଧିକାରୀ ପ୍ରବାସୀମାନଙ୍କ ସଂଖ୍ୟା କମାଇବାକୁ ଦାବି ରଖିଥିଲେ। କୁୱେତ ପ୍ରଧାନମନ୍ତ୍ରୀ ଶେଖ ଖାଲିଦ କହିଥିଲେ ଯେ କୁୱେତରେ ପ୍ରବାସୀଙ୍କ ସଂଖ୍ୟା ୩୦ଲକ୍ଷ ରହିଛି ଯାହାକି ଏଠାକାର ଜନସଂଖ୍ୟାର ୭୦ ପ୍ରତିଶତ। ତେବେ ଏହାକୁ କମାଇ ୩୦ ପ୍ରତିଶତ କରିବା ଉଚିତ ହେବ।