ଗଲବାନ ଘଟିରେ ଗତ ଜୁନ ମାସ ୧୫ତାରିଖରେ ଚୀନ ସହିତ ହୋଇଥିବା ସଙ୍ଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତ ସରକାର ଚୀନର 59 ଆପ ଉପରେ ରୋକ ଲଗାଇଥିଲେ। ଏଥିସହିତ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଲେହ ଗସ୍ତ କରି ଭାରତୀୟ ସେନାକୁ ପ୍ରଶଂସା କରିଥିଲେ। ବିସ୍ତାରବାଦର ଯୁଗ ଚାଲି ଯାଇଛି , ଏହା ବିକାଶବାଦର ଏକ ନୂଆ ଯୁଗ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଥିଲେ।
ତେବେ ଚୀନର ୫୯ଟି ଆପ ଉପରେ ନିଷେଧାଦେଶ ଦେବା ପରେ ବର୍ତ୍ତମାନ ଆପ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ। ସେ ଏକ ଆତ୍ମନିର୍ଭର ଭାରତ ଆପ ଇଂନୋବାସନ ଚ୍ୟାଲେଞ୍ଜ ଆରମ୍ଭ କରିବାକୁ ନେଇ ମତ ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଏପରି ଡିଜିଟାଲ ଆନ୍ଦୋଳନ ଦ୍ୱାରା ଚୀନକୁ ଲାଗିଛି ଏକ ବଡ଼ ଝଟକା ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଯୁବ ପିଢୀକୁ ଆହ୍ବାନ ଦେଇ କହିଛନ୍ତି ସେମାନେ ଟ୍ୱିଟର, ଫେସବୁକ ଏବଂ ହ୍ଵାଟ୍ସଆପ ପରି ଭାରତୀୟ ଆପ ତିଆରି କରନ୍ତୁ। @GoI_MeitY ଏବଂ @AIMtoInnovate ମିଳିତ ଭାବରେ ଇଂନୋବାସନ ଚାଲେଞ୍ଜ କୁ ଆରମ୍ଭ କରିଛନ୍ତି ଏଥିସହିତ ଯଦି ଆପଣଙ୍କ ପାଖରେ ଏମିତି କିଛି ପ୍ରୋଡକ୍ଟ କିମ୍ବା ଏମିତି କିଛି ତିଆରି କରିବାର କ୍ଷମତା ରହିଛି ତେବେ ଯଥାଶୀଘ୍ର ଏହି ଟେକ କମ୍ୟୁନିଟି ସହ ଯୋଡି ଯିବାକୁ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି।
Today there is immense enthusiasm among the tech & start-up community to create world class Made in India Apps. To facilitate their ideas and products @GoI_MeitY and @AIMtoInnovate are launching the Aatmanirbhar Bharat App Innovation Challenge. https://t.co/h0xqjEwPko
— Narendra Modi (@narendramodi) July 4, 2020
ଏହି ଚାଲେଞ୍ଜଟି ଦୁଇଟି ଟ୍ରାକ ରେ କାମ କରିବ। ଟ୍ରାକ-୧ ରେ ଆପ ଗୁଡିକର ଉତ୍କର୍ଷତାର ସ୍ତର ବା ମାତ୍ରା ଉପରେ କାମ କରିବାକୁ ଥିବା ବେଳେ ଟ୍ରାକ-୨ରେ ନୂତନ ଆପ ଏବଂ ପ୍ଲାଟଫର୍ମ ତିଆରି ଠାରୁ ଆରମ୍ଭ କରି ଏହାକୁ ବଜାରରେ ଉପଲବ୍ଧ କରିବା ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ଦୃଷ୍ଟି ରଖିବ।