ଶ୍ରାବଣ ମାସକୁ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ବୋଲି ମାନିଥାନ୍ତି। ୨୦୨୦ ରେ ଶ୍ରାବଣ ମାସ ଜୁଲାଇ ୬ ତାରିଖ ରୁ ଆରମ୍ଭ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଶ୍ରାବଣ ୫ ମାସ ହୋଇଥାଏ। ଏହି ମାସ ଶିବଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ | ଶ୍ରାବଣ ମାସର ପ୍ରତେକ ସୋମାବରକୁ ଖାସ୍ ଦିନ ବୋଲି ମଧ୍ୟ ବିବେଚନା କରାଯାଏ। ଏହି ଦିନର ବାବା ଭୋଲେନାଥ ଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ଵାରା ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଲୋକ ମାନେ ଏହାର ମଧ୍ୟ ମାନନ୍ତି ଯେ ଯେଉଁ ଲୋକ ଏହି ଶ୍ରାବଣ ମାସରେ ଭକ୍ତି ର ସହିତ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ଏହି ବର୍ଷ ଶ୍ରାବଣ ମାସ ଜୁଲାଇ ୬ ତାରିଖ ୨୦୨୦ ରୂର୍ ଆରମ୍ଭ ହୋଇ ଏହା 3 ଅଗଷ୍ଟ 2020 ରେ ଶେଷ ହେବ।
ବିଶେଷ ସଂଯୋଗ:
ଏହି ବର୍ଷ ଶ୍ରାବଣ ମାସରେ ବିଶେଷ ସଂଯୋଗ ବନୁଅଛି। ବାସ୍ତବରେ ଏହି ଜୁଲାଇ ୬ରେ ଶ୍ରାବଣ ମାସ ଆରମ୍ଭ ହେଉଛି। ଏବଂ ଏହି ଦିନ ମଧ୍ୟ ସୋମବାର ଅଟେ। ଶେଷ ଦିନ ମାନେ ୩ ଅଗଷ୍ଟ କୁ ମଧ୍ୟ ସୋମବାର ପଡୁଛି। ଏହି ବର୍ଷ ଶ୍ରାବଣ ମାସ ର ଆରମ୍ଭ ଏବଂ ଶେଷ ହିଁ ସୋମବାର ରେ ପଡୁଥି ବାରୁ ଏହା ବହୁତ ଅଦ୍ଭୁତ ସଂଯୋଗ ଅଟେ।
ଶ୍ରାବଣ ମାସର ମହତ୍ଵ:
ଧାର୍ମିକ କାହାଣୀ ଅନୁଯାୟୀ, ମାତା ପାର୍ବତୀ ଭଗବାନ ଶିବ ଶଙ୍କରଙ୍କୁ ପାଇବାକୁ ଘୋର ତପସ୍ୟା କରିଥିଲେ ଏହି ଶ୍ରାବଣ ମାସରେ । ଏହା ମଧ୍ୟ କୁହାଯାଏ କି ଯେଉଁ ଦମ୍ପତି ମାନଙ୍କ ଭିତରେ କିଛି ଅସୁବିଧା ଅଛି ସେମାନେ ଏହି ଶ୍ରାବଣ ମାସ ସୋମବାର ପୂଜା ଅର୍ଚ୍ଚନା କରିବା ବହୁତ ଲାଭ ଦାୟକ ହୋଇଥାଏ। ଭଗବାନ ଶିବଙ୍କ ଆଶ୍ରିବାଦରୁ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି।
ଭଗବାନ ଶିବଙ୍କୁ ଭକ୍ତି କରୁଥିଲେ ଥରଟେ ଲେଖି ଦିଅନ୍ତୁ “ଓଁ ନମଃ ଶିବାୟ”