ଚୀନ ର ନୂଆ ଚକ୍ରାନ୍ତ : ଲାଦାଖ ର ଆଉ ଏକ ଅଞ୍ଚଳ ରେ କରିଲା ଅବରୋଧ , ସାଇବର ଆକ୍ରମଣ ର ମଧ୍ୟ ଚେଷ୍ଟା କରୁଛି

ଭାରତ ଓ ଚୀନ ଙ୍କ ମଧ୍ୟରେ ସ୍ଥିତି ବିଗାଡିବାକୁ ଲାଗୁଛି । ଗଲବାନ ଘାଟି ରେ ହୋଇଥିବା ବିବାଦ ପରେ ସମ୍ପର୍କ ବିଗାଡି ଚାଲିଛି ତା ସହିତ ସୀମାରେ ସେନାର ଉପସ୍ଥିତି ମଧ୍ୟ ବଢାଯାଇଛି । ଏହା ମଧ୍ୟରେ ଚୀନ ଲଗାତାର ଭାବରେ ଚାପ ପକାଉଛି ଓ ପ୍ରତିଦିନ ନୂଆ ନୂଆ ଚକ୍ରାନ୍ତ କରି ଚାଲିଛି । ଚୀନ ସହ ଆଗରୁ ପୈଗୋଙ୍ଗ ଲେକ ରେ ବିବାଦ ଲାଗି ରହିଥିଲା ଏହା ମଧ୍ୟରେ ଚୀନ ଏବେ ପୁଣି ଲଦାଖ ରେ ପ୍ରତିବନ୍ଧକ ଲଗାଇଛି ।

ବେଇମାନ ଚୀନ ର ପୁଣି ଏକ ଚକ୍ରାନ୍ତ

ଯେଉଁ ସମୟରେ ଦୁଇ ଦେଶ ର ସେନା ଗଲବାନ ଘାଟିରେ ହିଂସା ପରେ ସେଠାରେ ଥିବା ସେନା ଙ୍କୁ ଫେରାଇ ଆଣିବା ପାଇଁ ଚର୍ଚ୍ଚା ହେଉଥିଲା ତା ମଧ୍ୟରେ ଚୀନ ର ପୁଣି ଏକ ଚକ୍ରାନ୍ତ ସାମ୍ନା କୁ ଆସିଛି । ପୂର୍ବ ଲଦାଖ ର ପୂର୍ବ ପାଖ ରେ ଚୀନ ବାରିକେଡ କରିଛି ।

ଜୁନ ମାସରେ ଚୀନ କ୍ୟାମ୍ପ ପାଖରେ ଯୁଦ୍ଧ ଜାହାଜ ସବୁ ଦେଖିବାକୁ ମିଳୁଛି । ଚୀନ ତରଫରୁ ଏହି କ୍ୟାମ୍ପ ୨୦୧୬ ପୂର୍ବରୁ ତିଆରି କରାଯାଇଥିଲା । ଏବେ ଏହାର ସ୍ପଷ୍ଟ ଚିତ୍ର ସ୍ୟାଣ୍ଟେଲାଇଟ ରୁ ହୋଇଛି ଓ ଦେଖା ଯାଇଛି କି ଏଠାରେ ଶିବିର ଓ ଟେଙ୍କ ପ୍ରସ୍ତୁତ। ଅଛି ।

ଦେପସାଙ୍ଗ ର ଏହି ଅଞ୍ଚଳରେ ୨୦୧୩ ରେ ଚୀନ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା ଏହି କାରଣରୁ ଭାରତ ଆଗରୁ ପ୍ରସ୍ତୁତ ଥିଲା । ଚୀନ ସହ ମୁକାବିଲା କରିବା ପାଇଁ ଭାରତ ମଧ୍ୟ ଏଠାରେ ସେନା ବାଢାଇଛି ଓ ଚୀନ କୁ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛି ।

ସାଇବର ଆକ୍ରମଣ ର ଜାଲ ମଧ୍ୟ ବିଛାଉଛି

ଚୀନ ଏବେ ଭାରତ ଉପରେ ସାଇବର ଆକ୍ରମଣ କରୁଛି । ସେ ଭାରତର ଗୁପ୍ତ ସୂଚନା ହାତେଇବା ପାଇଁ ଚେଷ୍ଟା କରୁଛି । ମହାରାଷ୍ଟ୍ର ସାଇବର ଡିପାଟମେଣ୍ଟ ଚୀନ ର ଏହି ଚକ୍ରାନ୍ତ ର ଖୋଲାସ କରିଛି । ବିଭାଗ ଲୋକଙ୍କୁ ସଚେତନ କରାଇଛନ୍ତି । ସୂଚନା ଅନୁସାରେ ଚୀନ ଗତ ୫ ଦିନ ଭିତରେ ଭାରତ ରେ ପ୍ରବଳ ମାତ୍ରାରେ ସାଇବର ଆକ୍ରମଣ କରିଛି ।

ଏହି ସମୟରେ ଭାରତ ର ସୂଚନା , ବ୍ୟାଙ୍କିଙ୍ଗ ଓ ଇଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ଆକ୍ରମଣ କରିଛି । ଏବେ ପର୍ଯ୍ୟନ୍ତ ୪୦ ହଜାର ରୁ ଅଧିକ ଥର ଚୀନ ସାଇବର ଆକ୍ରମଣ କରି ସାରିଛି । କହି ରଖୁଛୁ କି ଇଲେକ୍ଟ୍ରୋନିକ ଜିନିଷ ପାଇଁ ଚୀନ ଉପରେ ଭାରତ ପ୍ରାୟ ନିର୍ଭରଶୀଳ ରହିଛି ଏମିତି ଚୀନ କୁ ସାଇବର ଆକ୍ରମଣ କରିବା କିଛି ମୁସ୍କିଲ ନୁହେଁ ।

ଭାରତ ଙ୍କୁ ଯୁଦ୍ଧାସ୍ତ୍ର ମିଳିବା କୁ ରୋକିବାକୁ ଚାହୁଁଛି ଚୀନ

ଚୀନ ନିଜର ଫାଇଦା ଛଡା ଅନ୍ୟ କିଛି ଦିଶୁନାହିଁ ଏଥି ପାଇଁ ସେ ଅନ୍ତଃରାଷ୍ଟ୍ରୀୟ ଚକ୍ରାନ୍ତ କରୁଛି ଓ ମିଛ ମଧ୍ୟ କହୁଛି । ଯେଉଁ ସମୟରେ ମସ୍କୋ ରେ ଋଷ ସହ ଯୁଦ୍ଧାସ୍ତ୍ର ଆଣିବା ପାଇଁ କଥାବାର୍ତ୍ତା କରୁଛି ସେହି ସମୟରେ ଚୀନ ଚକ୍ରାନ୍ତ କରିବାକୁ ଲାଗିଛି । ତେବେ ତ ମିଛ କଥା କହି ବନ୍ଧୁତା ମଧ୍ୟରେ ସମ୍ପର୍କ କରିବାକୁ ଚାହୁଁଛି ।

ଚୀନ ର ମିଡ଼ିଆ ଆବେଦନ କରି କହିଛନ୍ତି କି ଋଷ ଭାରତ କୁ ଯୁଦ୍ଧାସ୍ତ୍ର ନ ଦେଉ କିନ୍ତୁ ଋଷ ତା କଥା ଶୁଣିନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କୁ ଋଷ ରୁ ଜଲ୍ଦୀ ଯୁଦ୍ଧାସ୍ତ୍ର ମିଳିବାକୁ ପ୍ରତିଶ୍ରୁତି ମିଳିଛି ।

ଗଲବାନ ଘାଟି ରେ ଭାରତ ଓ ଚୀନ ର ସେନା ଙ୍କ ମଧ୍ୟରେ ୧୫ ଜୁନ ରେ ବିବାଦ ଲାଗିଥିଲା । ଆରୋପ ଲାଗିଥିଲା କି ଚୀନ LAC ପାଖରେ ଇଫ୍ରାଷ୍ଟ୍ରକ୍ଚର ବଢ଼ାଉଛି । ଯାହାକୁ ଦୃଷ୍ଟିରେ ରଖି ସ୍ୟାଟେଲାଇଟ ଚିତ୍ର ରେ ଜଣା ପଡିଛି । ଯେବେ ଭାରତୀୟ ସେନା ର ଯବାନ ଚୀନ କୁ ବୁଝାଇବା କୁ ପହଞ୍ଚିଲେ PLA ଧୋକା ରେ ଆକ୍ରମଣ କରିଥିଲା ଓ ଏହା ଫଳରେ ଭାରତ ର ବୀର ଯବାନ ସହିଦ ହୋଇଥିଲେ ।

Leave a Reply

Your email address will not be published. Required fields are marked *