ବଢୁଥିବା ଲିଭ୍ ଇନ୍ ରିଲେସନ ଏହା କେତେ ଫାଇଦାମଦ ହୋଇଥାଏ?

ସମୟ ବହୁତ ଜଲଦି ବଦଳୁଛି ଓ ଏହା ସହିତ ଲୋକଙ୍କ ଜୀବନଚୟ୍ଯା ବଦଳିବାକୁ ଲାଗୁଛି । ଏବେ ମଧ୍ୟ ଭଲପାଇବା ର ତରିକା ମଧ୍ୟ ବଦଳିଛି ଆଗରୁ ଗୋଟେ ଝଲକ ପାଇବା ପାଇଁ ମାସ ମାସ ଅପେକ୍ଷା କରିଥିଲେ କିନ୍ତୁ ଏବେ ଗୋଟେ ସେକେଣ୍ଡ ରେ ଭିଡିଓ କଲ ମଧ୍ୟରେ ଦେଖିପାରୁଛୁ । ଆଜିକାଲି ର ଯୁବପିଢ଼ି ଏବେ ଲିଭ୍ ଇନ୍ ରିଲେସନ ଆଡ଼କୁ ବଢୁଛନ୍ତି । ଆଜି ପ୍ରତି ଦ୍ଵିତୀୟ ପ୍ରେମୀ ଯୁଗଳ ଘର ଠାରୁ ଦୂରରେ ରହିଲେ ଏକା ରହିବା ଠାରୁ ପାର୍ଟନର ସହ ରହିବାକୁ ପସନ୍ଦ କରୁଛନ୍ତି ।

ଆଜିକାଲି ର ଯୁବକ ଙ୍କ କହିବା କଥା ଲିଭ୍ ଇନ୍ ରିଲେସନ ରେ ରହିବା ଫଳରେ ପାର୍ଟନର କୁ ବୁଝିବାକୁ ବହୁତ ସାହାଯ୍ୟ ମିଳୁଛି ଯାହା ଫଳରେ ସେ ଭବିଷ୍ୟତ ର ନିଷ୍ପତ୍ତି ସହଜରେ ନେଇପାରୁଛି । ଲିଭ୍ ଇନ୍ ରେ ରହିବା ଫଳରେ ଦୁହେଁ ଦୁହିଁଙ୍କର ଅଭ୍ୟାସ ବିଷୟରେ ଭାବରେ ଜାଣିପାରନ୍ତି ଓ ତାଙ୍କର ଭଲ ପାଇବା , ସମ୍ପର୍କ ବହୁତ ମଜଭୁତ ହୋଇଥାଏ ।  କିନ୍ତୁ ସବୁ ଜିନିଷର ଦୁଇଟି ପାର୍ଶ୍ଵ ରହିଥାଏ ଗୋଟେ ଭଲ ଓ ଅନ୍ୟ ଟି ଖରାପ । ଏହି ଭଳି ଲିଭ୍ ଇନ୍ ରିଲେସନ ରେ ବହୁତ ଫାଇଦା ରହିଥାଏ ସେହି ଭଳି ବହୁତ କ୍ଷତି ମଧ୍ୟ ହୋଇଥାଏ ତାହା ଭାବନାତ୍ମକ ରୂପରେ ହେଉ କିମ୍ବା ଶାରୀରିକ ରୂପରେ ।

୧. ଭାରତୀୟ କାନୁନ ହିସାବରେ ଲିଭ୍ ଇନ୍ ରିଲେସନ କୁ ବୈଧ ମନା ଯାଇଥାଏ । ଭାରତରେ ୧୮ ବର୍ଷ ରୁ ଅଧିକ ବୟସ ର ଯୁବତୀ ଓ ୨୧ ବର୍ଷ ରୁ ଅଧିକ ବୟସ ର ଯୁବକ ଏକ ସାଙ୍ଗ ରେ ସହମତି ରେ ରହିପାରିବେ । ଏହି ସମୟରେ ଜଣେ ଅନ୍ୟ ଜଣଙ୍କୁ ଭଲ ଭାବରେ ବୁଝିପାରିବେ ।

୨. ଯେବେ ଦୁଇ ପାର୍ଟନର ନିଜ ଇଚ୍ଛା ରେ ଲିଭ୍ ଇନ୍ ରେ ରହିଥାନ୍ତି ତେବେ ତାଙ୍କ ଦ୍ଵାରା ଛୋଟ ଛୋଟ କଥା ରେ ଝଗଡ଼ା ମଧ୍ୟ ହୋଇଥାଏ । ଏହା ଛଡା ପାର୍ଟନର ଉପରେ କୌଣସି ନା କୌଣସି ଆଡୁ ସମାଜ ର ଚାପ ରହିଥାଏ । ଯଦି ଆପଣ ଦୁହେଁ ବିବାହ କରିବେ ଓ ତା ପୂର୍ବରୁ ଲିଭ୍ ଇନ୍ ରେ ରହୁଛନ୍ତି ତେବେ ଆପଣ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ଫଳରେ ସମ୍ପର୍କ ଭାଙ୍ଗି ଯାଇପାରେ ।

google

୩. ମାନସିକ ଭାବେ ମଜଭୁତ ହୁଅନ୍ତୁ ଓ ସବୁବେଳେ ମନେ ରଖିବେ ଯଦି କୌଣସି କଥା କୁ ନେଇ ପାର୍ଟନର ଙ୍କ ମଧ୍ୟରେ ଝଗଡ଼ା ହେଲେ କିମ୍ବା କିଏ କାହାକୁ ଛାଡି ଦେଲେ ତେବେ ଆପଣଙ୍କୁ ମାନସିକ ରୂପରେ ଅଧିକ ଚିନ୍ତା କରିବା କୁ ନ ପଡେ । ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ ।

୪. ଲିଭ୍ ଇନ୍ ରିଲେସନ ରେ ରହୁଥିବା ମହିଳା ଙ୍କ ଘରୋଇ ହିଂସା ଆକ୍ଟ ରେ ସମାନ ଅଧିକାର ଦିଆଯାଇଛି । ଏମିତି ରେ ଲିଭ୍ ଇନ୍ ରେ ରହୁଥିବା ମହିଳା ଙ୍କ ଘରୋଇ ହିଂସା କାନୁନ ହିସାବରେ ଅଭିଯୋଗ କରିପାରିବେ ।

୫. ଏମିତି ଯୋଡ଼ି ଯିଏ ଲିଭ୍ ଇନ୍ ରେ ରହୁଛନ୍ତି ତାଙ୍କୁ କାନୁନ ହିସାବରେ ବିବାହ ପରେ ହେଉଥିବା ପିଲା ଙ୍କ ପରି ଦିଆ ଯାଇଛି । ଯେମିତି କି ପିଲାର ଭରଣପୋଷଣ ଭତ୍ତା , ସମ୍ପତ୍ତି ରୁ ଏକ ଭାଗ ଦେବା ।

୬. ଯଦି କୌଣସି ଯୁବକ କିମ୍ବା ଯୁବତୀ କାନୁନ ହିସାବରେ ବିବାହିତ ଅଛନ୍ତି ଓ ନିଜର ବର୍ତ୍ତମାନ ର ସାଥୀ କୁ ଛାଡି ଅନ୍ୟ କାହା ସହ ଲିଭ୍ ଇନ୍ ରେ ରହୁଥିଲେ ତେବେ ଏହାକୁ ପୁରାପୁରି ସଙ୍ଗୀନ ଅପରାଧ ବୋଲି ମନାଯିବ ।

Leave a Reply

Your email address will not be published. Required fields are marked *