ଚୀନ ରେ ବାରମ୍ବାର କୋରାନା ଭାଇରସ ର ଲକ୍ଷଣ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ଅଡୁଆ ରେ ପକାଇ ଦେଉଛି । ନିକଟରେ ରାଜଧାନୀ ପେଇଚିଙ୍ଗ ରେ ଆସିଥିବା କୋରାନା ଭାଇରସ ର ଦ୍ଵିତୀୟ ପର୍ଯ୍ୟାୟ ରେ ପୁରା ଅଲଗା ପ୍ରକାର ଲକ୍ଷଣ ଦେଖିବାକୁ ମିଳୁଛି ସଂକ୍ରମିତ ଙ୍କ ଠାରେ ଯାହା ଡାକ୍ତର ମାନେ ମଧ୍ୟ ଅଡୁଆ ରେ ପଡି ଯାଉଛନ୍ତି । ପ୍ରଥମେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ଠାରେ ଅଲଗା ଅଲଗା ପ୍ରକାର ଲକ୍ଷଣ ସବୁ ଦେଖିବା କୁ ମିଳୁଥିଲା ।
ରୋଗୀ ଙ୍କ ପେଟ ଓ ହାଡ଼ ରେ ବ୍ୟଥା
ତାଜା ଖବର ଅନୁସାରେ ୨ ୩ ଦିନ ପୂର୍ବରୁ ପେଇଚିଙ୍ଗ ରେ ଯେଉଁ ଲୋକ କରୋନା ଭାଇରସ ରେ ସଂକ୍ରମିତ ଜଣା ପଡୁଛନ୍ତି ସେଥିରୁ ଅଧିକାଂଶ ଲୋକ ପେଟ ଓ ହାଡ଼ ରେ ବ୍ୟଥା ଅନୁଭୂତ କରୁଛନ୍ତି । ଏତିକି ନୁହେଁ ଚୀନ ର ରାଜଧାନୀ ର ଅଲଗା ଅଲଗା ଅଞ୍ଚଳ ରେ ରହୁଥିବା ଲୋକ ଙ୍କ ଠାରେ ଅଲଗା ଅଲଗା ପ୍ରକାର ଲକ୍ଷଣ ଦେଖିବାକୁ ମିଳୁଛି ।
ଅଧିକାଂଶ ଯୁବକ ସଂକ୍ରମିତ
ଚୀନ ମିଡ଼ିଆ ଅନୁସାରେ ୧୧ ଜୁନ ପରେ ପେଇଚିଙ୍ଗ ରେ କରୋନା ଭାଇରସ ରେ ୧୩୭ ନୂଆ ମାମଲା ସାମ୍ନା କୁ ଆସିଛି । ସଂକ୍ରମିତ ଲୋକ ଙ୍କ ମଧ୍ୟରେ ଯୁବକ ଙ୍କ ସଂଖ୍ୟା ଅଧିକ ଅଟେ । ହେଲେ ଏହି ଲୋକ ଙ୍କ ଠାରେ ଲକ୍ଷଣ ବହୁତ ସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି ।
୯୦ ହଜାର ଲୋକଙ୍କ ଯାଞ୍ଚ ଜାରି ରହିଛି
ପେଇଚିଙ୍ଗ ରେ ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି ଚୀନ ର ରାଜଧାନୀ ରେ ସ୍ଥିତି ବହୁତ ଖରାପ ଅଛି ଯେଉଁଠି ଅଧିକାରୀ ଏହାକୁ ରୋକିବା ପାଇଁ ବହୁତ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି ଓ ପ୍ରାୟ ୯୦ ହଜାର ଲୋକ ଙ୍କ ଯାଞ୍ଚ ଜାରି ରଖିଛନ୍ତି । ଏହା ଛଡା ଯେଉଁଠି ନୂଆ ସଂକ୍ରମିତ ର ଖବର ଆସୁଛି ସେଠାରେ ବଜାର ରେ ଲକଡାଉନ କରି ଦିଆ ଯାଉଛି । ପେଇଚିଙ୍ଗ ମହାନଗର ର ପ୍ରବକ୍ତା ଶୁ ହେଜିୟାନ କହିଛନ୍ତି କି ୨୨ ଘଣ୍ଟା ଭିତରେ ୨୭ ନୂଆ ମାମଲା ସାମ୍ନା କୁ ଆସିଛି ।
ପୁରା ସହର କଡ଼ା ପଦକ୍ଷେପ
ମିଡିଆ ଖବର ଅନୁସାରେ ଲୋକ ଙ୍କୁ କରୋନା ଭାଇରସ ଟେଷ୍ଟ କରିବା ପାଇଁ କୁହାଯାଉଛି ଓ ସ୍ଥାନେ ସ୍ଥାନେ ଲୋକ ଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି । ପେଇଚିଙ୍ଗ ରେ ଲୋକ କୁ ଏକାଠି ହେବା ଓ ସବୁ ପ୍ରକାର ଖେଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ପୂର୍ବରୁ ରବିବାର ରାଜଧାନୀ ର ତିନୋଟି ବଜାର କୁ ପୁରା ବନ୍ଦ କରି ପୁରା କ୍ଷେତ୍ର କୁ ଲକଡାଉନ କୁ କଡ଼ାକଡ଼ି ଲାଗୁ କରାଯାଇଛି ।