ଅଜାଣତରେ ଆମେ ବହୁତ ବାର କିଛି ଏମିତି ଗଛ ଘରେ ରଖି ଦେଇଥାଉ ଯାହା ପାଇଁ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଆସନ୍ତୁ ଆଜି ଜାଣିବା ଘରେ କେଉଁ ପ୍ରକାର ଗଛ ରଖିବା ଉଚିତ ଓ କେଉଁ ପ୍ରକାର ଗଛ ଲଗେଇବା ଉଚିତ ନୁହେଁ।
୧. ଘରେ ଏପରି କୌଣସି ଗାଛ ଲଗାନ୍ତୁ ନାହିଁ ଯେଉଁ ଗଛରେ କଣ୍ଟା ଥିବା ଓ ପତ୍ର ଛିଡେଇଲେ ସେଥିରୁ କ୍ଷୀର ବାହାରୁଥିବ । ଏହି ପ୍ରକାର ଗଛ ଘରେ ନକାରାତ୍ମକ ଶକ୍ତି ଉତ୍ପାଦନ କରିଥାଏ ଓ ଘରେ ବହୁତ କ୍ଷତି ଘଟେଇ ଥାଏ। କିନ୍ତୁ ଆପଣ ଗୋଲାପ ଗଛ ଘରେ ଲଗେଇ ପାରିବେ ହେଲେ ଯଦି ଏହାକୁ ଘରର ଛାତ ଉପରେ ଲଗାନ୍ତି ତାହାଲେ ଏହା ଭଲ ହେବ।
୨. ଶୋଇବା ଘରେ କୌଣସି ପ୍ରକାର ଗଛ ବା ଉଦ୍ଭିଦ ଲଗେଇବା ଉଚିତ ନୁହେଁ। ଏହା ଦ୍ବାରା ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପକେଇ ପାରେ। ଡାଇନିଂ କିମ୍ୱା ଡ୍ରଇଂ ରୁମ ରେ ଫୁଲ ଦାନି ରଖିପାରନ୍ତି।
୩. ବନସାଇ ଗଛ ମଧ୍ୟ ଘରେ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ବାହାରୁ ଆଣି ଘରେ ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ବନସାଇ ଗଛ ଘରେ ରହିବା ଦ୍ଵାରା ଘରେ ଆର୍ଥିକ ସମସ୍ୟା ଲାଗିଲି ରହିଥାଏ। ୪. ଉଚ୍ଚା ଏବଂ ଘନ ଗଛ ଆପଣ ଘରର ଦକ୍ଷିଣ କିମ୍ବା ଉତ୍ତର ଦିଗରେ ଘର ଠାରୁ ଟିକେ ଦୂରରେ ଲଗେଇବା ଉଚିତ ।
୫. ଘର ଆଗରେ ଯଦି କିଛି ଶୁଖିଲା ଘଛ ଅଛି ତାକୁ ଯେତେ ସମ୍ଭବ ସେଠାରୁ ହଟେଇ ଦିଅନ୍ତୁ। ଯଦି ଏଥିରେ ବିଳମ୍ବ ଅଥବା କିଛି ସମୟ ଲାଗୁଛି ତେବେ ଝରକା ଉପରେ ଏକ ପରଦା ଟାଣି ଦିଅନ୍ତୁ ଯେମିତି କି ତଃ ଘର ଭିତରୁ ଦେଖାଯିବ ନାହିଁ।
ବନ୍ଧୁଗଣ ଆସକରୁଛୁ ଆପଣଙ୍କୁ ଆମର ଏହି ଛୋଟ ଛୋଟ ବାସ୍ତୁ ଟିପ୍ସ ପସନ୍ଦ ଆସୁଥିବ। ଯଦି ପସନ୍ଦ ଆସିଥାଏ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ ନିଜର ମତାମତ ଆମକୁ ନିଶ୍ଚିନ୍ତ ଦେବେ।