ଭାରତ -ଚୀନ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଛପରାର ଯୁବକ ସୁନୀଲ ରାୟଙ୍କ ଘରର କାହାଣୀ।ଯେଉଁଠି ପ୍ରଥମେ ପୁଅର ଶହୀଦ ହେବାର ଖବର ଆସିଥିଲା ଓ ପରେ ପୁଅର ଜୀବିତ ଖବର ଆସିଥିଲା ଯାହା ଶୁଣି ପରିବାର ଲୋକ ଖୁସିରେ ପାଗଳ ହୋଇଯାଇଥିଲେ।
ଛପରା- ବୁଧବାର ଅପରାହ୍ନରେ ଛପରର ଧୀବରା ଗାଁର ଏକ ଘରକୁ ଫୋନ ଆସିଥିଲା। ଫୋନ ଉଠାଇଥିବା ମହିଳା ଘରର ବୋହୁ ତଥା ଭାରତୀୟ ସେନା ଯବାନ ସୁନୀଲ ରାୟଙ୍କ ପତ୍ନୀ ମେନକା ଥିଲେ। ଫୋନରେ କେହି ଜଣେ କହିଥିଲେ ଆପଣଙ୍କ ପତି ଶହୀଦ ହୋଇଯାଇଛନ୍ତି। ମେନକା ଏହା ଶୁଣି କିଛି କଥା କହି ପାରିନଥିଲେ। ଫୋନ କରିବା ଵାଲା ପୁଣି ପଚାରିଥିଲେ ଆପଣଙ୍କ ଘରେ ଆଉ କେହି ଅଛନ୍ତି ଯିଏ କଥା ହେଇପାରିବେ। ମେନକା କହିଥିଲେ ମତେ କୁହ କଣ ହୋଇଛି। ଅନ୍ୟ ଜଣେ କହିଥିଲେ ଲଦାଖରର ଚୀନ ସୈନିକଙ୍କ ସହ ସଂଘର୍ଷରେ ଆପଣଙ୍କ ପତି ଶହୀଦ ହୋଇଛନ୍ତି। ଏହା ଶୁଣି ଘରେ ଚିତ୍କାର ଉଠିଲା। ଘରର ଅନ୍ୟ ସଦସ୍ୟ ବି ଏହି ବିପଦକୁ ଅନୁଭବ କରିଥିଲେ।
ସୁନୀଲଙ୍କ ଭାଇ ଅନୀଲ ତୁରନ୍ତ ମେନକାଙ୍କ ହାତରୁ ଫୋନ ନେଇଥିଲେ ଏବଂ ଖବର ନିଶ୍ଚିନ୍ତ ହୋଇଥିଲା ସେମାନେ କହିଥିଲେ ଶବ କିପରି ଛପରାରେ ପହଞ୍ଚିବ। ଘରର ପରିବେଶ ଅସହ୍ୟ ହୋଇପଡିଥିଲେ ପାଖ ଲୋକମାନେ ଘରକୁ ଆସିବାକୁ ଲାଗିଥିଲେ। ଏହି ସମୟରେ ପୁଣି ଫୋନ ବାଜିଥିଲା। ଏଥର ଆସିଥିବା ସୂଚନା ପରିବେଶକୁ ଶାନ୍ତ କରିଥିଲା। ଏଥର କୁହାଯାଇଥିଲା ଯେ ସୁନୀଲ ରାୟ ସୁରକ୍ଷିତ ଅଛନ୍ତି। ଶହୀଦ ହୋଇଥିବା ସୁନୀଲ ଅନ୍ୟ କେହି ଥିଲେ। କିଛି ସମୟ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଁ ବେହୋସ ହୋଇଥିବା ପତ୍ନୀ ଏବେ ତାଙ୍କ ସୁରକ୍ଷିତ ଖବର ପାଇ ତାଙ୍କ ଖୁସିର ସୀମା ରହି ନଥିଲା।
ମେନକା କହିଛନ୍ତି ବ୍ୟାଜ ଖସିପଡିଥିବାରୁ ଏପରି ଭଲ ହୋଇଛି:
ମେନକା କହିଛନ୍ତି ଦ୍ୱିତୀୟ ଫୋନ ପରେ ସେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ। ସୁନୀଲ କହିଥିଲେ ଗାଲଭାନ ଉପତ୍ୟାକାରେ ପେଟ୍ରୋଲିଂ ସମୟରେ ଚୀନ ସୈନିକ ମାନେ ଆକ୍ରମଣ କରିଥିଲେ। ଏହାର ଜବାବରେ କିଛି ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହି ସଂଘର୍ଷ ସମୟରେ ସୁନିଲଙ୍କ ବ୍ୟାଜ ସେଠାରେ ଖସି ପଡିଥିଲା। ଯାହା ପାଇଁ ତାଙ୍କ ପାଖରେ ପୂର୍ବରୁ ସୂଚନା ନଥିଲା। ସେଥିପାଇଁ ଏପରି ଭୁଲ ହୋଇଛି ବୋଲି ସୁନୀଲ କହିଛନ୍ତି ସେ ଏହା ମଧ୍ୟ କହିଛନ୍ତି ସେ ସାମାନ୍ୟ ଆଘାତ ହୋଇଛନ୍ତି।
ସୁନିଲଙ୍କ ବାପାବି ଅଛନ୍ତି ସେନାରେ:
ଭାରତୀୟ ସେନାର ସୈନିକ ସୁନୀଲ ରାୟ ଛପରାର ଧୀବରା ଗାଁର ଅଟନ୍ତି। ତାଙ୍କ ବାପା କାମେଶ୍ୱର ପ୍ରସାଦ ରାୟ ମଧ୍ୟ ସେନାରେ ଅଛନ୍ତି। ଯିଏକି ବର୍ତ୍ତମାନ ଜଲପାଇଗୁରିରେ ପୋଷ୍ଟ ହୋଇଛନ୍ତି। ୨୦୦୪ରେ ସୁନୀଲ ସେନାରେ ଭର୍ତ୍ତି ହୋଇଥିଲେ। ସେ ବର୍ତ୍ତମାନ ଦାନାପୁରର ୧୬ ବିହାର ରେଜିମେଣ୍ଟର ଜଣେ ସୈନିକ,ଯାହାଙ୍କ ପୋଷ୍ଟିଙ୍ଗ ବର୍ତ୍ତମାନ ଗାଲବାନ ଉପତ୍ୟାକାରେ ଅଛି। ସୁନିଲଙ୍କ ଏକ ତିନି ବର୍ଷର ଝିଅ ଅଛି। ଧୀବରା ଗାଁର ଅନେକ ଲୋକ ସେନାରେ ଅଛନ୍ତି।ବର୍ତ୍ତମାନ ସମସ୍ତ ଗାଁ ଗାଲବାନ ଉପତ୍ୟାକାରେ ନଜର ରଖିଛି। ସମସ୍ତେ କେବଳ ଏତିକି ଚାହାଁନ୍ତି ଯେ ତାଙ୍କ ଗାଁର ପୁଅ ସାହସିକତା ପଛରେ ରହିବେ ନାହିଁ ।