ଶକ୍ତିଶାଳୀ ହେବା ପରେ ମଧ୍ୟ ଭାରତକୁ ହରାଇ ପାରିବନି ଚୀନ,ଏହା ଅଟେ ବଡ଼ କାରଣ

ନୂଆଦିଲ୍ଲୀ: ଭାରତ ଓ ଚୀନ ଭିତରେ ସୋମବାର ରାତିକୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗଲବାନ ଘାଟିରେ ସଂଘର୍ଷ ହୋଇଛି। ଏହା ଦ୍ବାରା 20 ଜଣ ସୈନିକ ଶହୀଦ ହୋଇଛନ୍ତି। ଏହି ସଂଘର୍ଷ ଦ୍ବାରା 43 ଜଣ ଚୀନ ସୈନିକବି ମରିଥିବା ଜଣା ପଡିଛି। ଚୀନ ସୈନିକ ସୀମାରେ ଭାରତୀୟ ସୈନିକ ଙ୍କୁ ଝଗଡା ପାଇଁ ମତାଉଛନ୍ତି।ଭାରତ ଠୁ ଚୀନ ଅଧିକ ଶକ୍ତିଶାଳୀ ଅଟେକିନ୍ତୁ ଭାରତକୁ କମଜୋର ଭାବିବା ତାର ଭୁଲ ହେବ।ଆସନ୍ତୁ ଜାଣିବା କେଉଁ ଦେଶର ସୈନିକ କେତେ ଶକ୍ତିଶାଳୀ।

ଭାରତୀୟ ସେନା ଅଧିକ ଶକ୍ତିଶାଳୀ:

ଯଦି ସୈନିକଙ୍କ କଥା କହିବାତ ଚୀନ ଭାରତଠୁ ଅଧିକ।ଚୀନର ୨୨.୬ ଲକ୍ଷ ସୈନିକ ଅଛନ୍ତି ଓ ଭାରତରେ ୧୩.୬ ଲକ୍ଷ ସୈନିକ ଅଛନ୍ତି କିନ୍ତୁ ରିଜର୍ଭ ସୈନିକଙ୍କ କଥା କହିବା ତ ଚୀନ ପାଖରେ ୧୪.୫୨ ଲକ୍ଷ ସୈନିକ ଥିଲା ବେଳେ ଭାରତ ପାଖରେ ଦୁଇଗୁଣ ଅଧିକ ୨୮.୪୪ ଲକ୍ଷ ସୈନିକ ଅଛନ୍ତି।

ଗ୍ଲୋବାଲ ଫାୟାରପାୱାର ୱେବ୍ସାଇଟେ ଅନୁସାରେ ଭାରତ ପାଖରେ ମୋଟ ୪୨.୦୭ ସୈନିକ ଅଛନ୍ତି। ଯେବେକି ଚୀନ ପାଖରେ ୩୭.୧୨ ଲକ୍ଷ ସୈନିକ ଅଛନ୍ତି । ସ୍ଥଳ ସେନା ଟ୍ୟାଙ୍କ କଥା କହିବାତ ଚୀନ ଭାରତଠୁ ଅଧିକ ଆଗରେ ଅଛି। ଚୀନ ପାଖରେ ୬୪୫୭ ଟ୍ୟାଙ୍କ ଥିଲା ବେଳେ ଭାରତ ପାଖରେ ୪୪୨୬ ଟ୍ୟାଙ୍କ ଅଛି। ଯଦି କାଗଜି ଟ୍ୟାଙ୍କ କଥା ଛାଡ଼ିଦେଵ ତ ଅନ୍ୟ ବଡ ବଡ଼ ଟ୍ୟାଙ୍କ ଭାରତ ପାଖରେ ଅଛି।ଏହା ଛଡା ଭାରତ ପାଖରେ ୬୭୦୪ ଯୁଦ୍ଧ ବିମାନ ଅଛି ଓ ଚୀନ ପାଖରେ ୪୭୮୮ ବିମାନ ଅଛି। ତାପରେ ବି ଭାରତ ଚୀନ ଠୁ ଆଗରେ ଅଛି।ଚୀନ ପାଖରେ ୬୨୪୬ ତୋପ ଥିଲା ବେଳେ ଭାରତ ପାଖରେ ୭୪୧୪ ତୋପ ଅଛି।

ଏୟାରଫୋର୍ସ ମାମଲାରେ କିଏ କେତେ ଶକ୍ତିଶାଳୀ:

ଚୀନ ପାଖରେ ସୈନିକଙ୍କ ନବା ଆଣିବା ପାଇଁ ୧୨୭୧ ବିମାନ ଅଛି। ଯେବେକି ଭାରତ ପାଖରେ ୬୭୬ ବିମାନ ଅଛି। ଚୀନ ପାଖରେ ୧୩୮୫ ଯୁଦ୍ଧ ବିମାନ ଅଛି ଓ ଭାରତ ପାଖରେ ୮୦୯ ଅଛି।

ଭାରତର ସାହାଯ୍ୟ ପ୍ରଣାଳୀ ଉତ୍ତମ:

ଭାରତ ପାଖରେ କମ ସଂଖ୍ୟାରେ ବିମାନ ଅଛି କିନ୍ତୁ ଭାରତର ବାୟୁସେନାର ସାହାଯ୍ୟ ପ୍ରଣାଳୀ ଚୀନ ଠୁ ଭଲ।

ନୌସୈନିକ ଜାହାଜ:

ଭାରତ ନୌସେନା ପାଖରେ ତିନୋଟି ବିମାନ ବାହକ ଜାହାଜ ଅଛି ଯେବେକି ଚୀନ ପାଖରେ ମାତ୍ର ଗୋଟେ ଅଛି।ଭାରତ ପାଖରେ ୧୫ଟି ଜଳମଗ୍ନ ଜାହାଜ ଥିବା ବେଳେ ଚୀନ ପାଖରେ ୬୮ଟି ଅଛି। ଭାରତ ପାଖରେ ୧୪ଟି ଫ୍ରାଗେଟ ଥିଲା ବେଳେ ଚୀନ ପାଖରେ ୫୧ ଟି ଅଛି। ଚୀନ ପାଖରେ ୩୧ଟି ଯୁଦ୍ଧ ଜାହାଜ ଅଛି ଯାହା ଭାରତ ପାଖରେ ମାତ୍ର ୬ଟି ଅଛି କିନ୍ତୁ ନୌସେନା ଶକ୍ତିଯୁଦ୍ଧରେ ଚୀନକୁ ସାହାଯ୍ୟ କରିପାରିବନି। ଚୀନର ଯୁଦ୍ଧ ଜାହାଜ ସହଜରେ ଭାରତର ସମୁଦ୍ରାରେ ଫସିଯିବେ।ଏଠାରେ ଭାରତୀୟ ନୌସେନା ଅଧିକ ଶକ୍ତିଶାଳୀ ଅଟନ୍ତି।

କାଗଜି ଶକ୍ତି ଛଡା ଚୀନକୁ ଏହି କଥାର ବି ଅଛି ଧ୍ୟାନ:

ଚୀନର ପୂର୍ବ ସମୁଦ୍ର ତଟ ଅଧିକ ଅସୁରକ୍ଷିତ। ଏଥିପାଇଁ ସେ ଭାରତ ବିପକ୍ଷରେ ଏହାର ଉପଯୋଗ କରିପାରିବନି।ଜେବେକି ଭାରତୀୟ ସମୁଦ୍ର ତଟ ପୁରା ସୁରକ୍ଷିତ।ଭାରତର ସୀମା ୧୩୮୮୮କିମି ଅଟେ। ଯେବେକି ଚୀନ ସୀମା ୨୨୪୫୭ କିମି ଅଟେ। ଚୀନ ସୀମା ୧୪ ଦେଶ ସହିତ ଯୋଡି ହୋଇ ଅଛି। ଏମାନଙ୍କ ମଧ୍ୟରୁ ଅନେକଙ୍କ ସହ ତାର ବିବାଦ ଚାଲିଛି।

ଭରତ ପାଇଁ ବଙ୍ଗଳାଦେଶ, ଭୁଟାନ, ମିଆଁମାର ଓ ନେପାଳ ସୀମାରେ ଅନୁକୂଳ ସ୍ଥିତି ନାହିଁ କିନ୍ତୁ ଚୀନ ପାଇଁ ଦକ୍ଷିଣ ଚୀନ ସମୁଦ୍ର ଠୁ ପୂର୍ଵ ଚୀନ ପର୍ଯ୍ୟନ୍ତ ସବୁଠି ବିବାଦ ଅଛି।

ଦୁଇ ଦେଶକୁ ସହିବାକୁ ପଡିବ କ୍ଷତି:

ଗ୍ଲୋବାଲ ଫାୟାରପାୱାର ୱେବ୍ସାଇଟେ ଦୁନିଆର ୧୦୦ ଦେଶର ଶକ୍ତି ଉପରେ ନଜର ରଖିଥାଏ। ଭାରତ ଓ ଚୀନ ଶକ୍ତି ଦୁନିଆରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛି। ଏଥିପାଇଁ ଚୀନ ଚାହିଁକି ବି ଭାରତ ଉପରେ ଆକ୍ରମଣ କରିପାରିବ ନାହିଁ। ଯଦି ଚୀନ ଏପରି କରିବ ଭାରତ ଅପେକ୍ଷା ଚୀନକୁ ବି ଅନେକ କ୍ଷତି ସହିବାକୁ ପଡିବ।

Leave a Reply

Your email address will not be published. Required fields are marked *