ମହିଳା ଜଣଙ୍କ ବଜାରରୁ ବତକ ଅଣ୍ଡା ଆଣିଲେ ରୋଷେଇ ପାଇଁ ଯେବେ ଗଲେ ସେଥିରେ ଯାହା ବାହାରିଲା ମହିଳା ଜଣଙ୍କ ହୋଇଗଲେ ଆଶ୍ଚଯ୍ୟ

ଦୁନିଆ ରେ ଏମିତି କିଛି ଘଟଣା ସାମ୍ନା କୁ ଆସେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି । ଏହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇଯାଏ କିନ୍ତୁ ଏହା ସତ ହୋଇଥାଏ । ଏବେ ୟୁକେ ର ହେର୍ଟଫୋର୍ଡଶାୟର ର ଏହି ଖବର ଆସନ୍ତୁ ଶୁଣିବା । ଏଠାରେ ଏକ ମହିଳା ବଜାର ରୁ ଅଣ୍ଡା କିଣି ଆଣିଥିଲେ । କିନ୍ତୁ ଯେମିତି ଅଣ୍ଡା କୁ ଭାଙ୍ଗିଛନ୍ତି ଗୋଟେ ପରେ ଗୋଟେ ଅଣ୍ଡା ଭିତରୁ ତିନୋଟି ଚିଆଁ ବାହାରି ଆସିଥିଲା । ଏହି ଖବର ପଢ଼ି ଲୋକ ଆଶ୍ଚର୍ଯ୍ୟ ତ ହୋଇଛନ୍ତି ତା ସହ ମଜା ମଧ୍ୟ ନେଇଛନ୍ତି ।

ସୂଚନା ଅନୁସାରେ ଏହି ଘଟଣା ୟୁକେ ର ହେର୍ଟଫୋର୍ଡଶାୟର ର ଅଟେ । ଏଠାକାର ରହୁଥିବା ୨୯ ବର୍ଷୀୟ ଚାର୍ଲି ଲେଲ୍ଲୋ ନିଜ ସହ ହୋଇଥିବା ମଜାଦାର ଘଟଣା କୁ ଦୁନିଆ ସାମ୍ନା କୁ ଆଣିଛନ୍ତି । ଏବେ ଲକଡାଉନ ରେ ଚାର୍ଲି ଛେଳି ଫାର୍ମ କରିଛନ୍ତି । ସେ ମାର୍କେଟ ରୁ ଏକ ଡଜନ ଅଣ୍ଡା ଆଣିଲେ ଯାହା ବତକ ଅଣ୍ଡା ଥିଲା ।

ଗୋଟେ ମାସ ପର୍ଯ୍ୟନ୍ତ ଚାର୍ଲି ଏହି ଅଣ୍ଡା କୁ ବ୍ୟବହାର କରିନଥିଲେ । ଗୋଟେ ଦିନ ଆମଲେଟ୍ ଖାଇବା ପାଇଁ ଅଣ୍ଡା ବାହାର କରିଲେ ।

କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେବେ ଏହି ଅଣ୍ଡା ମାନଙ୍କ ଭିତରୁ ତିନୋଟି ରୁ ଚିଆଁ ବାହାରି ଥିଲା । ବିବିସି କୁ ଦେଇଥିବା ଇଣ୍ଟରଭିୟୁ ରେ ଚାର୍ଲି କହିଥିଲେ କି ସେ ଏହି ଚିଆଁ ମାନଙ୍କ ନାମ ବିପ , ପିପ ଓ ମିପ ରଖିଛନ୍ତି । ଆସିଷ୍ଟାଣ୍ଟ ମ୍ୟାନେଜର ଚାର୍ଲି ମିଡ଼ିଆ କୁ ଏହା ମଧ୍ୟ କହିଛନ୍ତି ସେ ଏହି ଚିଆଁ ମାନଙ୍କୁ ପାଳିବେ ।

ଚାର୍ଲି କହିଥିଲେ କି ଆଗରୁ ସେ ଏମିତି କିଛି ଭିଡିଓ ଦେଖିଥିଲେ ଏମିତି ହେବା ର କିନ୍ତୁ ଏବେ ତାଙ୍କ ସହ ମଧ୍ୟ ଏମିତି ଘଟଣା ଘଟିଛି ।

ସୁପର ମାର୍କେଟ କୁ ଯେବେ ଏହି ବିଷୟରେ ପଚରା ଯାଇଥିଲା ସେ ମାନିଥିଲେ କି କିଛି ଅଣ୍ଡା ଫର୍ଟିଲାଇଜ୍ଡ ଥିଲା ଏହି କାରଣରୁ ଏମିତି ହେଲା ।

Leave a Reply

Your email address will not be published. Required fields are marked *