ବିବାହର ଅନେକ ବର୍ଷପରେ ପିଲାର ଅପେକ୍ଷା କରିରହିଥିଲେ ଦମ୍ପତି ,ଡାକ୍ତର ପଚାରିଲେ ସେକ୍ସ ଜୀବନ କିପରି ଅଛି ତ -ଦମ୍ପତି କହିଥିଲେ ସେ କଣ ହୋଇଥାଏ?

ଯଦି ଆପଣଙ୍କୁ ଲାଗୁଛି କେବଳ ଭାରତରେ ସେକ୍ସ ଏଜୁକେସନ କମି ଅଛି ତ ଆପଣ ଭୁଲ ଭାବୁଛନ୍ତି। ଦୁନିଆରେ ଏମିତି ଦମ୍ପତି ଅଛନ୍ତି ଯାହାଙ୍କୁ ସେକ୍ସ ବିଷୟରେ ଜଣାନାହିଁ। ସେକ୍ସ ଜୀବନ ଏକ ପିଲା ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଏହା ଅନେକ ଦମ୍ପତିଙ୍କ ଜଣା ନାହିଁ। ସେକ୍ସ ଏଜୁକେସନରେ କମି କାରଣରୁ ପିଲାକୁ ଭବିଷ୍ୟତରେ ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ ନିଉୱର୍କର ଏକ ନର୍ସ ଏକ ଲେଖା ଲେଖିଛନ୍ତି।ଏହି ଲେଖାରେ ସେ ତାଙ୍କ ମେଡିକାଲ ଜୀବନର ୪୦ ବର୍ଷର ଅଭିଜ୍ଞତା ବଣ୍ଣନା କରିଛନ୍ତି। ସେହି ଲେଖାରେ ନର୍ସ ଏପରି କଥା ପ୍ରକାଶ କରିଛନ୍ତି ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଏହା ଶୁଣି ଆପଣଙ୍କୁ ହସ ଲାଗିବ ଓ ଜଣା ପଡିବ ସେକ୍ସ ଜୀବନ କାହିଁକି ଗୁରୁତ୍ତ୍ୱପୂର୍ଣ୍ଣ।

୫୯ ବର୍ଷୟୀ ରେଚେଲ ହୈରସନ ପୂର୍ଵ ୪୦ ବର୍ଷରୁ ନିଉୱର୍କର ଏକ ମେଡିକାଲରେ କାମ କରୁଥିଲେ। ସେ ଏବେ ଏକ ବହି ଲେଖିଛନ୍ତି ଯାହାର ନାମ ହେଣ୍ଡେଲ ବେଥ କେୟର।

ଏହି ବହିରେ ରିଚେଲ ତାଙ୍କ ବିତିଥିବା ୪୦ ବର୍ଷର ମେଡିକାଲ ଜୀବନର ଅଭିଜ୍ଞତା ବଣ୍ଣନା କରିଛନ୍ତି। ଏହା ଭିତରେ ସେ ଏକ ଏପରି କଥା କହିଛନ୍ତି ଯାହା ଆଶ୍ଚର୍ଯ୍ୟଜନକ ଅଟେ।

ସେ କହିଛନ୍ତି ଏକ ମାମଲା ଯାହା ତାଙ୍କୁ ପୁରା ଜୀବନ ମନେ ରହିବ। ତାଙ୍କ ପାଖୁ ଏକ ଦମ୍ପତି ଆସିଥିଲେ । ସେମାନଙ୍କ ବିବାହ ଅନେକ ଦିନରୁ ହୋଇଥିଲା କିନ୍ତୁ ତାଙ୍କୁ କୌଣସି ପିଲା ହୋଇନଥିଲା।

ନର୍ସ ଏହା ବିଷୟରେ ଲେଖିଛନ୍ତି ତାଙ୍କ ରିପୋର୍ଟ ବି ନର୍ମାଲ ଥିଲା। ତଥାପି ତାଙ୍କର ପିଲା ହେଉନଥିଲା। ଯେବେ ରିଚେଲ ତାଙ୍କୁ ତାଙ୍କ ସେକ୍ସ ଜୀବନ ବିଷୟରେ ପଚାରିଲେ ରିଚେଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଦମ୍ପତିଙ୍କୁ ଜଣା ନଥିଲା କି ବିବାହ ପରେ ସେକ୍ସ କରିବାକୁ ହୋଇଥାଏ ବୋଲି। ଏହା ପରେ ପିଲା ହୋଇଥାଏ ବୋଲି।

ରିଚେଲ କହିଛନ୍ତି ଛୋଟବେଳୁ ଏହି ଦମ୍ପତିଙ୍କ କୁହାଯାଇଥିଲାକି ପିଲା ପରି ଆଣି ଦେଇଥାଏ ବୋଲି।ସେମାନେ ସେକ୍ସ ବିଷୟରେ ଜାଣି ନଥିଲେ।

GOOGLE

ଏପରି ଯେବେ ଦୁହିଁଙ୍କ ବିବାହ ହୋଇଥିଲା ଦୁହିଁଙ୍କୁ ଜଣା ନଥିଲା କି ବିବାହ ପରେ ସେକ୍ସ କରିବାର ଥିଲା ଵୋଲି।ଏହାପରେ ପିଲା ହୋଇଥାଏ ଵୋଲି ସେହି ଦମ୍ପତି ନିଜ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ନର୍ସ କହିଛନ୍ତି ଏହି ଘଟଣା ପରେ ଜଣାପଡିଲା କି ସେକ୍ସ ଏଜୁକେସନ କେତେ ଆବଶ୍ୟକ ବୋଲି। ନର୍ସ ସେହି ଦମ୍ପତିଙ୍କ ସେକ୍ସ ବିଷୟରେ କହିଲେ। ଯାହା ପରେ ସେମାନଙ୍କୁ ଶାରୀରିକ ସମ୍ପର୍କ ବିଷୟରେ ଜଣାପଡିଲା।

Leave a Reply

Your email address will not be published. Required fields are marked *