ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ର ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବାର ସୁଚନା ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତୁ ର କାରଣ ଜଣାପଡ଼ିନାହିଁ। ମୃତୁ ସମ୍ବଧରେ ସୂଚନା ତାଙ୍କ ପାଖରେ କାମ କରୁଥିବା ପିଲା ପୋଲିସ କୁ ଦେଇଥିଲେ। ପୋଲିସ ବର୍ତ୍ତମାନ ଅନୁସନ୍ଧାନ ଜାରି ରଖିଛନ୍ତି।
ସୁଶାନ୍ତ ସିଂ ରାଜପୁତ ଙ୍କୁ ସମସ୍ତେ ଜାଣନ୍ତି ପ୍ରଥମେ ସେ ଟିଭି ସେରୀୟଲ୍ ମାଧ୍ୟମରେ ଆସିଥିଲେ । ‘ପବିତ୍ର ରିସ୍ତା ‘ ରେ ସେ ଦର୍ଶକ ମାନଙ୍କ ମନ ଜିଣି ବଲିଉଡ୍ ରେ ପାଦ ଥାପିଲେ ‘ କାଇପୁଚେ’ ମାଧ୍ୟମରେ ଏମ୍ ଏସ୍ ଧୋନି, ଛିଚୋରା, ଭଳି ଅନେକ ସୁପର ହିଟ୍ ସିନେମା କରୁଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଯିଏ ଏଇ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ସହିତ ସୁଶାନ୍ତ ସିଂ ରାଜପୁତ ଙ୍କ କିଛି ସମ୍ଭଦ ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ତଥ୍ୟ ଆସିନାହିଁ।