Fact check : ଭିକ ମାଗୁଥିବା ଛୋଟ ଝିଅର ସୁନ୍ଦରତା ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ , ଜାଣନ୍ତୁ କିଏ ଏହି ‘ ରାଜକୁମାରୀ ‘

କରୋନା ର ଭୟାବହତା ଯୋଗୁଁ ପୁରା ଦେଶରେ ଲକଡାଉନ ହୋଇଛି । ଲୋକ ମାନେ ଘରେ ବନ୍ଦ ହୋଇ ରହିଛନ୍ତି ଏବଂ ଲୋମ ମାନେ ଭୋକର ଜ୍ୱାଳା ସହିତ ଲଢେଇ କରୁଛନ୍ତି । ଏବେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ଝିଅର ଫଟୋ ଭାଇରଲ ହେଉଛି । ଏହି ଫଟୋ ରେ ଗୋଟିଏ ଛୋଟ ଝିଅ ଭିକ ମାଗୁଥିବାର ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଏହା ଜୋର ଦେଇ କୁହାଯାଇଛି କି ଏହି ଝିଅଟି ଜୋନପୁର ରେ ଏକ ଭିକାରୀ ଗୋଷ୍ଠୀ ସହିତ ମିଳିଥିଲା । ଝିଅଟି ଭୋକିଲା ଅବସ୍ଥାରେ ଥିବାରୁ ଲୋକମାନଙ୍କ ଘରକୁ ଯାଇ ଭିକ ମାଗୁଛି । ପିଲା ଟିକୁ ବ୍ରାହ୍ମଣ କହି ତାର ସାହାଯ୍ୟ ପାଇଁ ସ୍ୱର୍ଣ୍ଣ ସମୁଦାୟ ରେ ନିବେଦନ କରାଯାଉଛି । ପିଲାଟିର ଶାନ୍ତ ସରଳ ମୁହଁ କୁ ଦେଖି କାହାର ବି ଆଖି ଲାଖିଯିବ । ତା ସହିତ ପିଲାଟି ଖୁବ ସୁନ୍ଦର ଲୋକେ ସେହି ପିଲାଟି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ଆଶୀର୍ବାଦ ଦେଉଛନ୍ତି । ଅସାନ୍ତୁ ଜାଣିବା ଏହି କଥାର ସତ୍ୟତା ।

ଲୋକମାନଙ୍କ କହିବା କଥା ଯେ ଭିକାରୀ ମାନଙ୍କୁ ଏହି ଛୋଟ ଝିଅଟି ମୁମ୍ବାଇ ରୁ ଆସୁଥିବା ଟ୍ରେନରେ ମିଳିଥିଲା । ପିଲା ଟିକୁ ରାସ୍ତା କଡରେ ଭିକ ମାଗୁଥିବାର ଦେଖି ଲୋକମାନେ ଚକିତ ହୋଇଗଲେ । ଏହାପରେ ସୋସିଆଲ ମିଡିଆରେ ସେହି ଝିଅର ବାପା ମାଙ୍କୁ ଖୋଜି ପିଲାଟିକୁ ତାଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରାଯାଇଛି ।

କଣ ହେଉଛି ଭାଇରାଲ । ଫେସବୁକରେ ଦାଦନ ପାଣ୍ଡେ ନାମକ ଜଣେ ୟୁଜର ଭାଇରାଲ ପୋଷ୍ଟକୁ ସେୟାର କରିଥିଲେ ଯେଉଁଥିରେ ୨ଟି ଫୋଟ ଥିଲା ଏବଂ ଏହି ଫଟୋରେ ଝିଅଟି ଭିକ ମାଗୁଥିବାର ଦେଖାଯାଇଥିଲା । ପିଲାଟିର ହାତରେ ଗୋଟିଏ ପ୍ଲେଟ ଥିଲା ଯେଉଁଥିରେ କିଛି ନୋଟ ଓ କିଛି କୋଏନ ରଖାଯାଇଥିଲା ।

କେଉଁ କଥାରେ ଜୋର ଦିଆଯାଇଛି ? ଏହି ଛୋଟ ଝିଅଟି ଜୋନ ପୁର ରେ ଭିକାରୀ ଗୋଷ୍ଠୀ ଙ୍କ ସହିତ ଦେଖା ଯାଇଥିଲା । ଦୟାକରି ଏହି ପୋଷ୍ଟକୁ ଆଗକୁ ବଢ଼ାନ୍ତୁ ଯେପର୍ଯ୍ୟନ୍ତ ଏହି ଖବର ସେହି ପିଲାର ପିତା ମାତାଙ୍କ ପାଖରେ ନପହଞ୍ଚିଛି । ଏବଂ କେହି ଏ ଝିଅଟିକୁ ଚିହ୍ନଟ ନକରିଛନ୍ତି ସେ ପର୍ଯ୍ୟନ୍ତ । ସେ ତାର ନାମ ଜାଣିଛି ଏବଂ କହୁଛି କି ତାର ନାମ ସୋନାଲ ତ୍ରିପାଠୀ । ଲୋକମାନେ କହୁଛନ୍ତି ପିଲାଟି କେବେହେଲେ ଭିକାରୀ ହୋଇପାରିବ ନାହିଁ ନିଶ୍ଚିତ ଭାବରେ କେହି ଜଣେ ତାକୁ ଅପହରଣ କରି ଭିକ ମାଗିବାକୁ ବାଧ୍ୟ କରାଯାଉଛି । ଦୟାକରି ଏହି ଫଟୋକୁ ଆପଣଙ୍କର ସମସ୍ତ ସୋସିଆଲ ମିଡିଆ ସାଇଟ ରେ ଉପଲୋଡ କରନ୍ତୁ ।

ପୋଷ୍ଟରେ ଜୋରଦେଇ କୁହାଯାଇଛି ଯେ , ଯେଉଁ ଭିକାର ମାନଙ୍କୁ ସେ ମିଳିଥିଲା ସେମାନଙ୍କ କହିବା ଅନୁସାରେ ସେମାନେ ତାକୁ ମୁମ୍ବାଇରୁ ଅସୁଥିବା ଟ୍ରେନରେ ପାଇଥିଲେ । ଯଦି ସମ୍ଭବ ସେ ତାର ସୁଖମୟ ଜୀବନ ପୁଣିଥରେ ଫେରି ପାଉ । ପିଲାଟିର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଲୋକମାନେ ତାର ଭବିଷ୍ୟତ ବିଷୟରେ ଚିନ୍ତା କରି ଡରୁଛନ୍ତି ।

ସତ କଥାଟି କଣ ? ଯେତେବେଳେ ଏହି ଫଟୋର ଯାଞ୍ଚ କରାଗଲା ଜଣାପଡ଼ିଲା ଯେ ଏହି ଫଟୋ ଗୋଟିଏ ବର୍ଷ ପୁରୁଣା । ଏହି ଝିଅ ଟି ୨୦୧୯ ରେ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଏହି ଝିଅଟି ବାଂଗଲାଦେଶର ଥିଲା ଯିଏକି ଭିକ ମାଗୁଥିଲା କିନ୍ତୁ ପୋଲିସ ଏହି ଝିଅକୁ ଖୋଜି ତାକୁ ତା ଘରେ ସୁରକ୍ଷିତ ଭାବରେ ପହଞ୍ଚାଇ ଦେଛନ୍ତି । ଯାଞ୍ଚ ସମୟରେ ଆମେ ଦେଖିଥିଲୁ କି ପିଲାଟି ହାତରେ ଥିବା ପ୍ଲେଟ ରେ ଯେଉଁ ଟଙ୍କା ଥିଲା ତାହା ଭାରତୀୟ ଟଙ୍କା ନଥିଲା ସେଥିରେ ମହାତ୍ମାଗାନ୍ଧୀ ନୁହଁ ବାଂଗଲାଦେଶ ର ସଂସ୍ଥାପକ ରାଜନେତା ଶେଖ ମୁଯିବୁର ରାହମାନ ଙ୍କ ଫଟୋ ଥିଲା। ଏହି ଫଟୋ ବାଂଲାଦେଶ ର ମୁଦ୍ରା ଟାକା ଉପରେ ଥାଏ । ପିଲାଟି ହାତରେ ଥିବା ମୁଦ୍ରା ବାଂଲାଦେଶି ମୁଦ୍ରା ଅଟେ । ଖବର ଅନୁସାରେ ଜଣେ ଲୋକ ଏହି ପିଲାଟିର ଫଟୋ ଢାକା ର ରାସ୍ତା କଡରେ ଉଠାଇଥିଲା। ପିଲାଟିକୁ ଖୋଜି ତାକୁ ସୁରକ୍ଷିତ ଭାବରେ ତାର ବାପା ମାଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି ।

ଶେଷରେ ଏହି ସିଦ୍ଧାନ୍ତରେ ପହଂଚିଲୁ ଯେ ଏହି ଫଟୋ ଯୋନପୁରର ନୁହଁ ସତ୍ୟତା ଯାଞ୍ଚ କଲା ପରେ ଆମେ ପାଇଲୁକି ସୋସିଆଲ ମିଡିଆରେ ଭାଇରଲ ହେଉଥିବା କଥା ମିଛ ଅଟେ । ଅସଲରେ ଏହି ଫଟୋ ବାଂଲାଦେଶ ର ଅଟେ । ସୋସିଆଲ ମିଡିଆରେ ୨୦୧୯ର ପୁରୁଣା ଫଟୋକୁ ଏବେ ଲକଡାଉନ ର ଫାଇଦା ଉଠାଇ ଏହାକୁ ପୁଣି ଭାଇରଲ କରାଯାଉଛି। ଝିଅଟିର ଫଟୋ ସହିତ ଭୁଲ ଖବର ଭାଇରାଲ ହେଉଛି ତାହା ଉପରେ ଭରସା କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *