ମୁମ୍ବାଇ: ରବିନାଙ୍କର ଫିଲ୍ମ ଜଗତରେ ୨୯ ବର୍ଷ ପୁରା ହୋଇଗଲାଣି। ଏହି ଅଭିନେତ୍ରୀ ୧୯୯୧ରେ ଆସିଥିବା ଫିଲ୍ମ “ପଥର କେ ଫୁଲ’ ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ଥିଲେ ସଲମାନ ଖାନ। ରବିନା ଟଣ୍ଡନ କିରଣ ଜୁନେତାଙ୍କ ଅନ୍ଲାଇନ ଚାଟ ସୋ “ଇନସାଇଡ ଟକ” ରେ ସଲମାନଙ୍କ ସହିତ ହୋଇଥିବା ପ୍ରଥମ ଦେଖା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ସେ ଫିଲ୍ମ ଜଗତକୁ ଆସିବାକୁ ଚାହୁଁନଥିଲେ କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅନ୍ୟ ଲେଖା ଥିଲା।
କହିରଖିବୁ କି ରବିନା ଆରମ୍ଭରୁ ଗୁରୁ ପ୍ରହ୍ଲାଦ କଙ୍କଡ଼ଙ୍କ ସହିତ ମଡେଲିଙ୍ଗ ପ୍ରୋଜେକ୍ଟ କରିଥିଲେ। ରବିନାଙ୍କ କହିବା ମୁତାବକ ସେ ୧୦ ପରୀକ୍ଷା ଦେଇସାରିବା ପରେ ଗୁରୁ ପ୍ରହ୍ଲାଦ କଙ୍କଡ଼ଙ୍କ ସହିତ କାମ ଆରମ୍ଭ କରିଥିଲେ।ସେତେବେଳେ ଲୋକ କହିଥିଲେ ସେ ସମ୍ପୂର୍ଣ ଅଭିନୟ ଜଗତକୁ ଆସିଯାଆନ୍ତୁ।
ରବିନାଙ୍କ ଅନୁସାରେ ସେ ଯତେବେଳେ ପ୍ରହ୍ଲାଦଙ୍କ କୌଣସି ମଡେଲ ଆସୁନଥିଲେ ସେ ରବିନାଙ୍କୁ ଷ୍ଟେଜରେ ଛିଡା କରୁଥିଲେ।

ରବିନା ସଲମାନଙ୍କ ସହିତ ତାଙ୍କ ପ୍ରଥମ ଭେଟ ବିଷୟରେ କହିଛନ୍ତିକି ଦିନେ ବାନ୍ଦ୍ରାରେ ସୁଟିଙ୍ଗ ଚାଲିଥିଲା। ସେହି ସମୟରେ ମତେ ମୋ ସାଙ୍ଗ ବଣ୍ଟିର ଫୋନ ଆସିଥିଲା ଯିଏକି ସଲମାନଙ୍କର ବି ସାଙ୍ଗ ଅଟେ। ବଣ୍ଟି ମତେ କହିଥିଲା ଯଦି ମୁଁ ପାଖରେ ଅଛି ଯାଇ ତାକୁ ଭେଟ କରିବାକୁ। ଯେବେ ମୁଁ ତାକୁ ଭେଟିବାକୁ ଗଲି ସଲମାନ ମୋ ପାଖ ଦେଇ ଗଲେ।
ସଲମାନ ସେହି ସମୟରେ ଜିପି ସିପି ପ୍ରଡକ୍ସନ ଦ୍ଵାରା ନିର୍ମିତ ହେବାକୁ ଥିବା ଫିଲ୍ମ ‘ପଥର କେ ଫୁଲ’ ପାଇଁ ଏକ ନୂଆ ଚେହେରା ଖୋଜିବାରେ ଥିଲେ। ବଣ୍ଟି ମତେ କହିଲା ସଲମାନ ମତେ ତାଙ୍କ ଫିଲ୍ମରେ ନେଇପାରିବେ।
ରବିନା କହିଲେ ମୁଁ ବି ଫିଲ୍ମରେ କାମ କରିବାପାଇଁ ପ୍ରସ୍ତୁତ ଥିଲି କିନ୍ତୁ ମୋ ଠୁ ଅଧିକ ଉତ୍ସାହିତ ମୋ ସାଙ୍ଗମାନେ ଥିଲେ।ସାଙ୍ଗମାନେ କହିଥିଲେ ଆଗକୁ ଆଉ ଫିଲ୍ମ କର କି ନ କର ଏହି ଫିଲ୍ମଟା ତ କରିଦେ। ଏହିପରି ସଲମାନଙ୍କ ସହିତ ମୋ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା।
କହିରଖିବୁକି ସଲମାନ ଓ ରବିନା କାମ କରିବା ୨୯ ବର୍ଷ ହୋଇଗଲାଣି। ଏବେ ବି ଦୁହିଁଙ୍କ ବନ୍ଧୁତ୍ୱ ସେହିପରି ଅଛି। ‘ପଥର କେ ଫୁଲ’ ପରେ “ଅନ୍ଦାଜ ଆପନା ଆପନା (୧୯୯୪)’ ” କହିଁ ପ୍ୟାର ନା ହୋ ଯାଏ(୨୦୦୦)” ଭଳି ଫିଲ୍ମରେ ବି ଏକ ସାଙ୍ଗେ କାମ କରିଛନ୍ତି।
ଏହା ଛଡା ରବିନା ସଲମାନଙ୍କ ପ୍ରଡକ୍ସନରେ ତିଆରି ସିରିୟଲ “ନାଚ ବିଲିଏ ୯’ ରେ ବି ଜର୍ଜ ହିସାବରେ କାମ କରିଛନ୍ତି।
ରବିନା ଏହାବି କହିଛନ୍ତି ଏକ ସମୟ ଆସିଥିଲା ଯେବେ ସେ ନିଜେ ପ୍ରଡ୍ୟୁସର ହିସାବରେ କାମ କରିଥିଲେ। ଏହି ଫିଲ୍ମରେ ଏକ ଡ୍ୟାନ୍ସ ଥିଲା ଯାହା ଏକ ସାଧାରଣ ହିରୋ ସହିତ କରିବାର ଥିଲା। ସେ କହିଛନ୍ତି ବଜେଟ ଅଧିକ ନଥିବାରୁ ସେ ଏହି ପରି କରିଥିଲେ।
ସେ କହିଛନ୍ତି ସମସ୍ତେ ସେହି ଡ୍ୟାନ୍ସ ପାଇଁ ମନା କରିଦେଇଥିଲେ। ସେ ଶେଷରେ ସଲମାନଙ୍କ ପାଖରେ ପହଁଚିଲେ ଓ ସଲମାନ ରାଜି ହୋଇଯାଇଥିଲେ। ସଲମାନ କହିଥିଲେ ସୁଟିଙ୍ଗ କେବେ ଓ ମତେ କେବେ ଯିବାକୁ ପଡିବ।
ଯେବେ ରବିନା ସଲମାନଙ୍କୁ ପଇସା କଥା ପଚାରିଲେ ସଲମାନ କହିଥିଲେ ଏହାର ଚିନ୍ତା ନ କରିବାକୁ। ଏହାପରେ ଦୁଇ ଦିନ ମଧ୍ୟରେ ସୁଟିଙ୍ଗ ସରିଗଲା। ଏହା ପରେ ମୁଁ ପୁଣି ସଲମାନଙ୍କୁ ପଇସା ବିଷୟରେ ପଚରିବାରୁ ସେ ମହିଲେ ଗାଳି ଆଉ ମତେ ଏତେ ଦେଏନି । ମୁଁ ପୁଣି ତୋ ଠୁ ପଇସା ନେବି। ଏପରି କଥା କହନି । ରବିନା କହିଛନ୍ତି ତାଙ୍କର ଏହି କଥା ଆଜିବି ମୋ ଆଖିରେ ଲୁହ ଆଣିଦେଇଥାଏ।