ଯଦି ଏହି ଆଠଟି ସ୍ବପ୍ନ ଦେଖନ୍ତି ତେବେ ବୁଝିଯାନ୍ତୁ ଯେ ଆପଣଙ୍କ ସହିତ କିଛି ଅଘଟଣା ଘଟିପାରେ ।

ସ୍ୱପ୍ନ ଜ୍ୟୋତିଷଙ୍କ ଅନୁସାରେ , ଯେତେବେଳେ ଆମେ ଗଭୀର ନିଦ୍ରା ରେ ଥାଉ ସେତେବେଳେ ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ମାନଙ୍କ ଉପରେ ଆମକୁ ପୂର୍ବରୁ ସଚେତନ କରାଇଥାଏ । କେତେକ ସ୍ବପ୍ନ ଶୁଭ ସଂକେତ ଦେଇଥିବା ବେଳେ ଆଉ କେତେକ କିଛି ଅଶୁଭ ଘଟଣା ଆଡକୁ ଇଙ୍ଗିତ କରିଥାଏ ।ଉଜ୍ଜୟିନୀ ର ଜ୍ୟୋତିଶାଚାର୍ଯ୍ୟ ପଣ୍ଡିତ ପ୍ରବୀଣ ଦ୍ବିବେଦୀ ଙ୍କ ଅନୁସାରେ , ସ୍ବପ୍ନ ଜ୍ୟୋତିଷ ରେ ସ୍ବପ୍ନ ମାନଙ୍କ ବିଷୟରେ ବିସ୍ତୃତ ରୂପରେ ଲେଖାଯାଇଛି । ଆଜି ଆମେ ଆପଣଙ୍କୁ କିଛି ଏପରି ସ୍ବପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଆମ ଭବିଷ୍ୟତରେ ହେବେକୁ ଥିବା ଅଶୁଭ ଘଟଣା ମାନଙ୍କ ବିଷୟରେ ପୂର୍ବରୁ ସଚେତନ କରିଦିଏ ।

୧ . ସ୍ୱପ୍ନରେ ଆପଣ ନିଜକୁ ଯାତ୍ରାରେ ଯାଉଥିବାର ଦେଖନ୍ତି ତେବେ ଆପଣଙ୍କ ସହିତ କିଛି ଖରାପ ବା ଅଘଟଣ ହେବାର ସମ୍ଭାବନା ବଢ଼ିଯାଏ । ୨ . ସ୍ବପ୍ନରେ ଶରୀରର କୌଣସି ଅଙ୍ଗ କଟିଥିବାର ଦେଖିଲେ ନିକଟ ଭବିଷ୍ୟତରେ ଆପଣଙ୍କର କୌଣସି ଆତ୍ମୀୟଙ୍କର ବିୟୋଗ ହୋଇପାରେ।

୩ . ଯଦି କୌଣସି ମହିଳା ସ୍ବପ୍ନରେ ନିଜକୁ ଲଣ୍ଡା ହୋଇଥିବାର ଦେଖନ୍ତି ତେବେ ତାଙ୍କୁ ଦାରିଦ୍ର୍ୟତା ର ସାମ୍ନା କରିବାକୁ ପଡିପାରେ । ୪ . ଯଦି କୌଣସି ବ୍ୟବସାୟୀ ସ୍ୱପ୍ନରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଛନ୍ତି ତେବେ ଖୁବ ଶୀଘ୍ର ତାଙ୍କର ବ୍ୟବସାୟ ଠପ ହୋଇପାରେ ।

୫ . ସ୍ୱପ୍ନରେ ଆପଣଙ୍କ ପଛରେ ଷଣ୍ଢ ଗୋଡେଇବାର ଦେଖା ଯାଏ ତେବେ ବୁଝିଯାନ୍ତୁ ଆପଣଙ୍କୁ ଖୁବ ଶୀଘ୍ର କୌଣସି ବିପଦର ସାମ୍ନା କରିବାକୁ ପଡିପାରେ ।୬ . ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ କବର ଦେଖିଥାଏ ଭବିଷ୍ୟତରେ ତାଙ୍କ ସହିତ କୌଣସି ଦୁର୍ଘଟଣା ଘଟିପାରେ ।

୭ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜକୁ ନିର୍ବସ୍ତ୍ର ଦେଖାନ୍ତି ନିକଟ ଭବିଷ୍ୟତରେ ତାଙ୍କର ଅପମାନ ବା ବ୍ୟବସାୟରେ ହାନିର ସାମ୍ନା କରିବାକୁ ପଡିପାରେ । ୮ . ଯଦି କେହି ଯିଏ ନିଜ ସ୍ବପ୍ନ ରେ ନିଜକୁ ହସୁଥିବାର ବା ନାଚୁଥିବାର ଦେଖନ୍ତି ତେବେ ସେ କୌଣସି କାନୁନି ମକଦ୍ଧମାରେ ଫସିବାର ସମ୍ଭାବନା ରାହିଥାଏ ।

Leave a Reply

Your email address will not be published. Required fields are marked *