ସାଧାରଣ ଭାବରେ ଏହି ୬ ଟି କାରଣ ପାଇଁ ହୋଇଥାଏ ଫୁସଫୁସ କ୍ୟାନସର

କ୍ୟାନସର ବହୁତ ପ୍ରକାର ଥାଏ ଓ ସବୁ ପ୍ରକାର କ୍ୟାନସର ର କିଛି କିଛି କାରଣ ପାଇଁ ଏହା ଅଲଗା ହୋଇଥାଏ । ଫୁସଫୁସ କ୍ୟାନସର ସହିତ ମଧ୍ୟ କିଛି ଏମିତି କାରଣ ରହିଛି । ଆସନ୍ତୁ ଜାଣିବା କ’ଣ ସେହି ସାଧାରଣ କାରଣ ଯାହା ଫଳରେ ଲୋକ ମାନେ ଫୁସଫୁସ କ୍ୟାନସର ଭଳି ଭୟାନକ ରୋଗ ରେ ପୀଡ଼ିତ ହୁଅନ୍ତି ।

ସର୍ବପ୍ରଥମ କାରଣ ଧୁମ୍ରପାନ କରିବା

ଧୁମ୍ରପାନ କରିବା ଫୁସଫୁସ କ୍ୟାନସର ର ମୁଖ୍ୟ କାରଣ ଅଟେ । ଆମେରିକା ଭଳି ବିକଶିତ ଦେଶ କଥା ଯଦି କହିବା ସେଠାରେ ୮୦ ରୁ ୯୦ ପ୍ରତିଶତ ଫୁସଫୁସ କ୍ୟାନସର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଏଥିରୁ ଅଧିକାଂଶ ରୋଗୀ ଧୁମ୍ରପାନ କରିବା ଫଳରେ ଫୁସଫୁସ କ୍ୟାନସର ରେ ପୀଡ଼ିତ ହୋଇଥାନ୍ତି ।
ଧୁମ୍ରପାନ କରି ଫୁସଫୁସ କ୍ୟାନସର ର ଶିକାର ହେଲେ ୧୫ ରୁ ୩୦ ପ୍ରତିଶତ ଅଧିକ ମୃତ୍ୟୁ ହେବାର ସମ୍ଭାବନା ଥାଏ ଅନ୍ୟ କାରଣ ରୁ ଫୁସଫୁସ କ୍ୟାନସର ହେଉଥିବା ଲୋକଙ୍କ ଅପେକ୍ଷା । ସିଗାରେଟ ପିଉଥିବା ଲୋକ ମଧ୍ୟ ବିଭିନ୍ନ ପ୍ରକାରର ଅଛନ୍ତି । କିଛି ଦିନରେ ଥରେ କିମ୍ବା ଦୁଇ ଥର ଆଉ କିଛି ଲୋକ ବହୁତ ଅଧିକ କରିଥାନ୍ତି ।

ଏହି ଭଳି ସ୍ଥିତି ରେ ଫୁସଫୁସ କ୍ୟାନସର ର ଗମ୍ଭୀରତା ନିର୍ଭର କରିଥାଏ କି ରୋଗୀ କେଉଁ ଶ୍ରେଣୀ ରେ ଯାଉଛି । ସାଥିରେ କ୍ୟାନସର ଜଣା ପଡିଲା ପରେ ଯେଉଁ ଲୋକ ଧୁମ୍ରପାନ ପୁରା ଛାଡି ଦେଇଥାଏ ତାଙ୍କର ଭଲ ହେବା ସମ୍ଭାବନା ବଢ଼ି ଯାଇଥାଏ । ହେଲେ ଧୁମ୍ରପାନ କରୁନଥିବା ଲୋକ ଙ୍କ ଅପେକ୍ଷା ଅଧିକ ବିପଦ ରହିଥାଏ ।

ସେକେଣ୍ଡହେଣ୍ଡ ସ୍ମୋକିଂଙ୍ଗ

ଅନ୍ୟ ଲୋକ ଦ୍ଵାରା ଧୁମ୍ରପାନ ର ପ୍ରଭାବ ମଧ୍ୟ ଆମ ଉପରେ ପଡ଼ିଥାଏ । କାହିଁକି ନା ସେହି ସମୟରେ ଆମେ ତାଙ୍କ ପାଖରେ ଠିଆ ହୋଇ ନିଃଶ୍ୱାସ ନେଇଥାଉ । ଏମିତି ଆମେ ନ ଚାହିଁ ମଧ୍ୟ ଧୁମ୍ରପାନ କରିଥାଉ । ଏହି ଭଳି ରୋଗୀ କୁ ସେକେଣ୍ଡହେଣ୍ଡ ସ୍ମୋକିଂଙ୍ଗ କୁହାଯାଏ ।

ଏକ ଅନୁମାନ ରୁ ଜଣାଯାଏ ପ୍ରାୟ ପ୍ରତି ଚାରି ଜଣ ରେ ଜଣେ ସେକେଣ୍ଡହେଣ୍ଡ ସ୍ମୋକିଂଙ୍ଗ କରିଥାଏ । ଦୁଃଖର ବିଷୟ ଏଥିରେ ଛୋଟ ପିଲା ଓ ବୃଦ୍ଧ ମଧ୍ୟ ସାମିଲ ହୋଇଥାନ୍ତି , ଯାହାଙ୍କ ଶରୀର ରେ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ।

ରେଡାନ ଗ୍ୟାସ ର ଉତ୍ପନ୍ନ

ରେଡାନ ଏକ ପ୍ରାକୃତିକ ଗ୍ୟାସ ଅଟେ ଯାହା ରାକ୍ସ ଓ ଧୂଳି କାରଣ ରୁ ଉତ୍ପନ୍ନ ହୋଇଥାଏ । ଏହି ଗ୍ୟାସ ପାହାଡିଆ ଓ ଧୂଳି କାରଣ ରୁ ହେଉଥିବା ଏହି ଗ୍ୟାସ ର କୌଣସି ଟେଷ୍ଟ ଓ ସ୍ମେଲ ନଥାଏ ତା ସହିତ ଏହାକୁ ଦେଖି ହୁଏ ନାହିଁ ଯାହା ବହୁତ ବଡ଼ ଅସୁବିଧା କରିଥାଏ ।
ଏହି କାରଣ ରୁ ପାହାଡିଆ ଅଞ୍ଚଳ ରେ ରହୁଥିବା ଲୋକ ଙ୍କ ଘରେ ଏହି ଗ୍ୟାସ ଭରି ରହିଥାଏ ଯାହା ଫୁସଫୁସ କ୍ୟାନସର ର କାରଣ ହୋଇଥାଏ ।

ଅନ୍ୟ କିଛି କାରଣ

ଯେଉଁ ଲୋକ କେମିକାଲ କମ୍ପାନୀ ରେ କାମ କରୁଛନ୍ତି , ସେମାନଙ୍କୁ ଫୁସଫୁସ କ୍ୟାନସର ହେବା ର ସମ୍ଭାବନା ଅଧିକ ଥାଏ । ଧୁମ୍ରପାନ କରୁଥିବା ଲୋକ ଙ୍କ ଠାରୁ ମଧ୍ୟ ଯେଉଁ ଲୋକ କେମିକାଲ କମ୍ପାନୀ ରେ କାମ କରୁଛନ୍ତି ଫୁସଫୁସ କ୍ୟାନସର ହେବାର ସମ୍ଭାବନା ତାଙ୍କ ଠାରୁ ବହୁତ ଅଧିକ ଥାଏ ।

ବ୍ୟକ୍ତିଗତ କାରଣ

ଫୁସଫୁସ କ୍ୟାନସର ହେବାର ମଧ୍ୟ କିଛି ବ୍ୟକ୍ତିଗତ କାରଣ ମଧ୍ୟ ଥାଏ । ଏଥିରେ ବଂଶଗତ କାରଣ ମଧ୍ୟ ସାମିଲ । ସାଥିରେ ଯଦି କୌଣସି ବ୍ୟକ୍ତି ଧୁମ୍ରପାନ କରୁଛି ଓ ତାଙ୍କୁ ଫୁସଫୁସ କ୍ୟାନସର ଗମ୍ଭୀର ସ୍ଥିତି ରେ ପହଞ୍ଚି ଯାଇଛି ତେବେ ଏହି କଥା ର ପୁରା ସମ୍ଭାବନା ଅଛି କି ତାଙ୍କର ଫୁସଫୁସ ରେ ଅନ୍ୟ ଗୋଟିଏ କ୍ୟାନସର ମଧ୍ୟ ବିକଶିତ ହେଉଛି ।

ଯଦି ପରିବାର ରେ ମାତା ପିତା ଭାଇ ଭଉଣୀ କାହାରିକୁ ଫୁସଫୁସ କ୍ୟାନସର ହେଉଛି ତେବେ ଏହି କ୍ୟାନସର ହେବାର ସମ୍ଭାବନା ବହୁତ ଅଧିକ ହୋଇଥାଏ । ଏମିତି କି ରେଡାନ ଗ୍ୟାସ କାରଣ ରୁ ମଧ୍ୟ ହୋଇପାରେ । କାହିଁକି ନା ଯେବେ ପୁରା ପରିବାର ଗୋଟେ ଛାତ ତଳେ ରହୁଛନ୍ତି ଓ ଯଦି କୌଣସି ଜଣଙ୍କ ଶରୀରରେ ନକାରାତ୍ମକ ବାତାବରଣ ର ପ୍ରଭାବ ପଡୁଛି ତେବେ ପୁରା ପରିବାର ର ଅନ୍ୟ ସଦସ୍ୟ ଙ୍କୁ ମଧ୍ୟ ଏହି ଭଳି ଲକ୍ଷଣ ଦେଖା ଯିବା ସମ୍ଭାବନା ଅଧିକ ଥାଏ ।
ରେଡିଓସନ ଓ ଖାଇବା ପିଇବା ର କାରଣ

କ୍ୟାନସର ରୋଗୀ ଯେଉଁମାନେ ରେଡ଼ିଓ ଥେରାପି କରୁଛନ୍ତି ସେମାନଙ୍କୁ ମଧ୍ୟ ଫୁସଫୁସ କ୍ୟାନସର ହେବା ସମ୍ଭାବନା ଅଧିକ ଥାଏ । କାହିଁକି ନା ରେଡ୍ଡୀଏସନ ଚାଲୁଥିବା ସମୟରେ ମଧ୍ୟ ଫୁସଫୁସ ରେ କ୍ୟାନସର ସେଲ୍ ସୃଷ୍ଟି ହୋଇପାରେ ।

ଖାଇବା ପିଇବା ଓ କ୍ୟାନସର

ଯେଉଁ ଲୋକ ପିଉଥିବା ପାଣି ରେ ଆୟୋଡିନ ଆସୁଥାଏ ତାହା ଫଳରେ ଫୁସଫୁସ କ୍ୟାନସର ହେବାର ସମ୍ଭାବନା ବଢିଯାଏ । ଏମିତି ସାଧାରଣତଃ ସେତେ ବେଳେ ଅଧିକ ଦେଖିବା କୁ ମିଳିଥାଏ ଯେବେ ଲୋକ ନିଜର କୂଅ ରୁ ପିଇବା ପାଣି ଭର୍ତ୍ତି କରନ୍ତି ।

Leave a Reply

Your email address will not be published. Required fields are marked *