ଚୀନ ମିଡ଼ିଆର ଧମକ, ଆମେରିକା ସହିତ ଭାରତ ରହିଲେ ଭାରତ ପାଇଁ ଭଲ ହେବନି।

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନରେନ୍ଦ୍ର ମୋଦିଙ୍କ ଧମକ ଦେଇଛନ୍ତି କି ସେ ଆମେରିକା ଠାରୁ ଦୁରେଇ ରୁହନ୍ତୁ। ଚୀନ ଖବରକାଗଜ କହିଛି ଚୀନ ସହିତ ସମ୍ପର୍କ ଭାଙ୍ଗିବା ଭାରତ ପାଇଁ ବହୁତ ଖରାପ ହେବ ଯାହା ଭାରତ ସହି ପାରିବନି।

ବେଜିଂ-ଲଦାଖରେ ଉତେଜନାକୁ ଦୂର କରିବା ପାଇଁ ଉଦ୍ୟମ ମଧ୍ୟରେ ଚୀନର ଗଣମାଧ୍ୟମ ପୁଣିଥରେ ଭାରତକୁ ଆଲାଇନ୍ମେଣ୍ଟ ନୀତି ପାଳନ କରିବାକୁ ଓ ଆମେରିକା ଠୁ ଦୁରେଇ ରହିବାକୁ ଧମକ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଚେତାବନୀ ଦେଇଛିକି ଯଦି ଭାରତ ଆମେରିକା ସହିତ ଯାଇ ଚୀନର ବିରୁଦ୍ଧରେ ଯାଏ ତାହେଲେ ଚୀନ ମଧ୍ୟ ସ୍ୱାର୍ଥ ରକ୍ଷା କରିବାକୁ ପଛେଇବନି।ପଛେ ସେ ରାଜନୀତିକ ହେଉ ବା ଆର୍ଥିକ।

ଗ୍ଲୋବାଲ ଟାଇମ୍ସ ଚୀନର ବିଦେଶୀ ମନ୍ତ୍ରାଳୟର ମୁଖପାତ୍ର ଚୁନିଙ୍ଗଙ୍କ ଉଦ୍ଧେଶ୍ୟରେ କହିଛନ୍ତି କି ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଚୀନ ଏବଂ ଭାରତ ସୀମାରେ ଉତେଜନା କୁ ହ୍ରାସ କରିବାକୁ ପଦକ୍ଷେପ ନେଇଛନ୍ତି। ଚୀନ ଖବର କାଗଜ କହୁଛି ଯେ କିଛି ବିଶେଷଜ୍ଞ ସରକାରୀ ବିବୃତିକୁ ପ୍ରଶଂସା କରିଛନ୍ତି ଯାହା ଦ୍ବାରା ଚାଲିଥିବା ବିବାଦ ହ୍ରାସ ପାଉଥିବା ଏହାର ସୂଚନା।

ଚୀନ ଖବର କାଗଜ କହିଛି ଦୁଇ ଦେଶ ମଧ୍ୟରେ ଉତେଜନାକୁ ଦୂର କରିବା ପାଇଁ ଭବିଷ୍ୟତରେ ଅର୍ଥନୀତିକ ଓ ବାଣିଜ୍ୟ ବିନିମୟ ପାଇଁ ଏକ ସୁଯୋଗ ପ୍ରଦାନ କରିବା ଯାହା ଉଭୟ ଦେଶ ସ୍ୱାର୍ଥରେ ହେବ। ଯଦି ଏହି ପରି ରହେ ତେବେ ଭାରତ ଓ ଚୀନ ସମ୍ପର୍କ ଆଗକୁ ବଢିବାକୁ ଆଉ କିଛି ନାହିଁ। ଯଦି ଆମେ ଭାରତ ଓ ଚୀନ ସମ୍ପର୍କ ଖରାପ ହେବ ଏହାର ପ୍ରଭାବ ଦୁଇ ଦେଶର ଅର୍ଥନୀତି ଓ ବାଣିଜ୍ୟ ଉପରେ ପଡିବ।

ଭାରତ ଅଣ-ଆଲାଇନ୍ମେଣ୍ଟ ନୀତି ଅନୁସରଣ କରିବା ଉଚିତ:

ବର୍ତ୍ତମାନ ଲାଗୁଛି ସୀମାରେ ଉଜେଜନା କମିବା ପାଇଁ ସବୁ ଠିକ ଚାଲିଛି। ଏହାର ଅର୍ଥ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଅର୍ଥନୀତିକ ଏବଂ ବାଣିଜ୍ୟ ବୃଦ୍ଧି ପାଇବ ଯାହା ଭାରତ ପାଇଁ ଭଲ ଖବର। ଚୀନ ଖବରକାଗଜ କହିଛି ବିଶ୍ୱ ଭୁଗଳିକ ପରିସ୍ଥିତି ଭଲ ନାହିଁ। ଚୀନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏକ ନୂତନ ଶୀତଳ ଯୁଦ୍ଧ ଆଡ଼କୁ ଯାଉଛି।ଏହି ସମୟରେ ଅଷ୍ଟ୍ରେଲିଆ ଏବଂ ଭାରତ ଏକ ନୂତନ ବ୍ୟାପକ ରଣନୀତିକ ଭାଗିଦାର ଘୋଷଣା କରିଛନ୍ତି।

ଚୀନ ଖବରକାଗଜ ଲେଖିଛି ଭାରତ ଏହି ସମୟରେ ଭୁଗଳିକ ଏବଂ ଅଧିକ ଲୋଭର ସମୁଖୀନ ହେଉଛି। ଭାରତ ବହୁ ପୂର୍ବରୁ ନିଜ ବୈଦେଶିକ ନୀତିରେ ଅଣ-ଆଲାଇନ୍ମେଣ୍ଟ ନୀତି ଅନୁସରଣ କରିଆସୁଛି। ଏହା ଦେଖିବାକୁ ବାକି ରହିଲା ଭାରତ ନିଜ ନୀତି ବଜାଇ ରଖୁଛି ନ ଆମେରିକା ସହିତ ମିଳିତ ମଞ୍ଚ ଆଡ଼କୁ ଯାଉଛି।

ଚୀନ ସାଙ୍ଗମାନଙ୍କୁ ମୋଦୀଙ୍କୁ ହରାଇବା ପାଇଁ ଅଧିକ ମୂଲ୍ୟ:

ଗ୍ଲୋବାଲ ଟାଇମ୍ସ ଲେଖିଛି ମୋଦି ସରକାର ଯଦି ଚୀନ ସହିତ ଭଲ ସମ୍ପର୍କ ରଖିବେତ ଚୀନ ଭାରତର ଅର୍ଥନୀତିକୁ ଆହୁରି ବଢ଼ାଇବ କିନ୍ତୁ ଯଦି ଭାରତ ଆମେରିକା ସହିତ ମିଶି ଚୀନ ବିପକ୍ଷରେ ଯିବ ଚୀନ ମଧ୍ୟ ଅର୍ଥନୀତିକ ଓ ବାଣିଜ୍ୟ ରକ୍ଷା କରିବାକୁ ପଛାଇବାନାହିଁ। ଚୀନ ସହିତ ସମ୍ପର୍କ ଭାଙ୍ଗିବା ଭାରତ ପାଇଁ ବହୁତ ଖରାପ ହେବ ଯାହା ଭାରତ ସହି ପାରିବ ନାହିଁ।

ଚୀନ ସରକାର ଭାରତକୁ ପଙ୍ଗପାଳ ଏବଂ ଏହି ମହାମାରି ପାଇଁ ସତର୍କ ରହିବାକୁ କହିଛନ୍ତି। ଚୀନ କହିଛି ଲାକଡାଉନ କରି ମଧ୍ୟ ଭାରତ ଏହା ଦ୍ଵାରା ସଫଳ ହେଇନି ସଂକ୍ରମଣ ବଢୁଛି। ଚୀନ କହିଛି ଲାକଡାଉନ କରି ଭାରତ ନିଜ ଅର୍ଥନୀତି କୁ ଖରାପ କରିଦେଇଛି। ମଇ ମାସ ସୁଦ୍ଧା ଭାରତର ବେକାରୀ ହାର ୨୭% ଵୃଦ୍ଧି ପାଇଛି। ଏହି ସମୟରେ ପଙ୍ଗପାଳ ମଧ୍ୟ ଭାରତରେ ଏକ ବଡ ଆକ୍ରମଣ କରିପାରନ୍ତି। ଏହା ଖାଦ୍ୟ ଯୋଗାଣ ଉପରେ ଅଧିକ ଚାପ ପକାଇବ। ଭାରତ ସରକାର ଏହାକୁ ଗମ୍ଭୀରତା ସହ ନେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *