ଲୋକ ମାନେ କୁକୁରକୁ ବହୁତ ସ୍ନେହ ଆଦର କରି ପାଳିଥାଆନ୍ତି। ଏହା ମଧ୍ୟ କୁହାଯାଏ କି ମଣିଷମାନଙ୍କର ସବୁଠାରୁ ବିଶ୍ୱାସୀ ହିଁ କୁକୁର ଅଟେ। କୁକୁରକୁ ବହୁତ ଘରେ ଜଣେ ସଦସ୍ୟ ଭଳି ମାନି ଥାଆନ୍ତି ଆଉ ତାଙ୍କୁ ଖୁବ୍ ଯତ୍ନ ସହକାରେ ରଖିଥାନ୍ତି। କୁକୁର ମାନେ ବି କମ ନୁହଁନ୍ତି ନିଜ ମାଲିକ ପ୍ରତି ବହୁତ ସଚଟ ଅଟନ୍ତି। ଆପଣ ବହୁତ ସିନେମା ଦେଖିଥିବେ କି କୁକୁରର ମାଲିକ ପ୍ରତି ଥିବା ସଚ୍ଚୋଟ ପାନିଆ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏକ ସତ ଘଟଣା ଯାହା ଜାଣିଲେ ଏ ସ୍ୱାର୍ଥପର ଦୁନିଆରେ କେହି ଜଣେ ଆପଣାର ଅଛି ଅବା ହେଇ ପାରିବ ତାହା ହୃଦବୋଧ ହେବ।
ଘଟଣାଟି ହେଉଛି ଚୀନ ର ଜଣେ ମାଲିକ ଏକ ପୋଲ ଉପରକୁ ଡେଇଁ ଆତ୍ମ ହତ୍ୟା କରିନେଲେ ହେଲେ ସେହି ଠାରେ ୪ ଦିନ କାଳ ତାଙ୍କ କୁକୁର ବସିକି ମାଲିକର ଫେରିବା ବାଟକୁ ଚାହିଁ ବସିଥିଲା। କୁକୁରକୁ ଲାଗୁଥିଲା କି ତା ମାଲିକ ପୁଣି ଥରେ ତା ପାଖକୁ ଫେରି ଆସିବା ଆଉ ତାକୁ କୋଳେଇ ନେବ।

ପୋଲ ପାଖରେ ଏକ ବ୍ୟକ୍ତି ଏହା ସବୁ ଦେଖୁଥିଲା, ଏବଂ ସେ ସେହି କୁକୁରର ଏକ ଫୋଟ ମଧ୍ୟ ନେଲା। ମାଲିକ ପ୍ରତି କୁକୁରର ଭଲପାଇବା ଦେଖି ସେହି ବ୍ୟକ୍ତି ଜଣଙ୍କ ସେ କୁକୁରକୁ ନିଜ ସାଥୀରେ ନେବାପାଇଁ ଚେଷ୍ଟା କଲେ ଯେତେ ବେଳେ ସେ ସେଇ କୁକୁର କୁ ଧରିବା ପାଇଁ ଗଲେ ସେ ସେଠାରୁ ଦୌଡିକି ପଳେଇଲା
ବୁହ୍ୱନ୍ ସ୍ମଲ୍ ଆନିମଲ୍ ସୁରକ୍ଷା ସଂଗଠନ ର ନିର୍ଦେଶକ ଡୁ ଫାନ୍ ନିଜର ସଂଗଠନ ସହାୟତାରେ ସେହି କୁକୁରକୁ ଖୋଜିବାରେ ଲାଗି ପଡିଛନ୍ତି। କାରଣ ସେହି କୁକୁର ର ରକ୍ଷଣ ବେକ୍ଷଣ ବ୍ୟବସ୍ଥା କରି ପାରିବେ।

ସେଠିକାର ଅଞ୍ଚଳରେ ପ୍ରତ୍ୟକ୍ଷ ଦର୍ଷୀ କହିଛନ୍ତି କି ମଇ ୩୦ ସନ୍ଧ୍ୟାକୁ ନିଜ ମାଲିକଙ୍କ ପିଛା କରି ସେହି ପୋଲ ପାଖରେ ଆସି ପହଂଚି ଯାଇଥିଲା। ଯେଉଁଠାରେ ତାର ମାଲିକ ଡେଇଁ କି ଆତ୍ମ ହତ୍ୟା କରିଥିଲା। ମାଲିକ ଏ ଦୁନିଆରୁ ବିଦାୟ ନେବାର ୪ ଦିନ ପରେ ବି ସେ ସେଠାରେ ଅପେକ୍ଷା କରି ବାସି ରହିଥିଲା।