ଚୀନ ସେନା ଗାଲଭାନ,ପେଟ୍ରୋଲିଂ ପଏଣ୍ଟ ୧୫ ଏବଂ ଲଦାଖର ହଟ ସ୍ପ୍ରିଂଙ୍ଗ ଅଞ୍ଚଳଠାରୁ ପ୍ରାୟ ୨ କିଲୋମିଟର ପଛକୁ ଯାଇଛନ୍ତି। ଅଘଟଣକୁ ହ୍ରାସ କରିବା ପାଇଁ ଏକ ହେଉଛି ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି। ଆହୁରି ମଧ୍ୟ ଯେବେ ଚୀନ ସେନା ପତ୍ୟାହାର କଲା ,ଭାରତୀୟ ସେନା ମଧ୍ୟ କିଛି ପରିମାଣରେ ଏହାର ପଦକ୍ଷେପ ପଛକୁ ଫେରିଗଲେ।
ଏବେ ସମଗ୍ର ବିଶ୍ୱରେ ଏହି ପ୍ରଶ୍ନ ଓଠୁଛି ଚୀନ କଣ ପାଇଁ ଭାରତ ଉପରେ ଏତେ ଆକ୍ରମଣାତ୍ମକ ହୋଇଛି ? ଏପରିକି ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଉଭୟ ଦେଶରେ ଏଭଳି ପରିପକ୍ୱତା ଅଛିଯେ ସୀମାରେ ବିବାଦ ପରେ ବି ଆଜି ଯାଏ ସୀମାରେ ଗୁଳି ବିନିମୟ ହୋଇନାହିଁ।ଆଜ୍ଞା ହଁ ଏହା ଭାରତକୁ ଅସହଜ କରିବ।
ଭାରତୀୟ ସେନା ମୁଖ୍ୟ ଭି.ପି ମଲିକ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଚୀନର ଅସ୍ଥିରତା ବୁଝା ପଡୁଛି।ଗତ ବର୍ଷ ଅଗଷ୍ଟ୫ ରେ ଭାରତ ଜାମ୍ମୁ କାଶ୍ମୀରର ବିଶେଷ ସ୍ଥିତି କୁ ସମାପ୍ତ କରି ସମଗ୍ର ଅଞ୍ଚଳକୁ ଦୁଇ ୟୁନିଅନରେ ବିଭକ୍ତ କରିଥିଲା। ଚୀନ ତୁରନ୍ତ ମନ୍ତବ୍ୟ ଦେଇଛି କି ଏହା ଗ୍ରହଣୀୟ ନୁହେଁ ଏବଂ ସମଗ୍ର ଅଞ୍ଚଳର ସ୍ଥିତିକୁ ଏପରି ପରିବର୍ତ୍ତନ କରିବା ଉଚିତ ନୁହେଁ। ପାକିସ୍ତାନ ଲଗାତର ଚୀନକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କହିଛି।କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟ କରିପାରିନାହିଁ।
ଏହି ସମୟରେ ଗତ ବର୍ଷ ଡିସେମ୍ବରରେ ଚୀନରେ କରୋନା ଭାଇରସ ଆରମ୍ଭ ହୋଇଥିଲା ଏବଂ ଦୁଇ ମାସ ପରେ ଏହା ବିଶ୍ୱ ମହାମାରି ଘୋଷଣା କରାଯାଇଥିଲା। ସମଗ୍ର ବିଶ୍ଵରେ ଚୀନ ଉପରେ ପ୍ରଶ୍ନ ଉଠିବାକୁ ଲାଗିଲା।ଆମେରିକା ,ଅଷ୍ଟେଲିଆ ଓ ୟୁରୋପର ଅନେକ ଦେଶ ଚୀନ ବିରୋଧରେ ତଦନ୍ତ ପାଇଁ ଦାବି କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ଚୀନ ବିରୋଧରେ ବିଚାର କରାଯାଉଥିବା ଅନୁସନ୍ଧାନକୁ ମଧ୍ୟ ଭାରତ ସମର୍ଥନ କରିଛି। ଚୀନ ପ୍ରତ୍ୟେକ ଦିଗରେ ଘେରି ରହିଥିଲା। ଅଷ୍ଟେଲିଆ ,ଆମେରିକା ଓ ଜାପାନ ସହିତ ଭାରତର ବୃଦ୍ଧି ହେତୁ ଚୀନ ମଧ୍ୟ ଚିନ୍ତା କରିବାକୁ ଲାଗିଲା।
ଲଦାଖ ଏବଂ ସୀମା ଅଞ୍ଚଳରେ ସୀମା ବିବାଦ:
ଭାରତୀୟ ସୀମା ଅଞ୍ଚଳରେ ଭୌତିକ ଭିତ୍ତିଭୂମି ବିକାଶ ମଧ୍ୟ ଚୀନର ଆସନ୍ତୋଷର କାରଣ ହୋଇପାରେ। ଯୁଦ୍ଧ କିମ୍ବା ବିବାଦ ପରିସ୍ଥିତିରେ ଭାରତୀୟ ସେନାର ଅନେକ ଅପହଞ୍ଚ ଅଂଚଳରେ ପହଂଚିବା ପାଇଁ କୌଣସି ଉପାୟ ନଥିଲା।ସେଥିପାଇଁ ଗତ କିଛି ମାସ ଭିତରେ ଭାରତ ଲଦାଖ ସିମାନ୍ତ ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟକୁ ଆଗକୁ ନେଇଛି। ଏହି ସୀମା ଅଞ୍ଚଳରେ ବିକାଶ କାର୍ଯ୍ୟ ବ୍ୟତୀତ ଭାରତର ଅନ୍ୟାନ୍ୟ କାମକୁ ମଧ୍ୟ ତୀବ୍ର କରିଛି।
ଏପ୍ରିଲରେ ,କାରୁରୁ ଲେହର କରାକୋରାମ ପାସ ପର୍ଯ୍ୟନ୍ତ ଏକ ବାଇକ ଅଭିଯାନ କରାଯାଇଥିଲା। ବିଶେଷ କଥା ହେଲା ପ୍ରଥମ ଥର ଲଦାଖର ନୂତନ ନିର୍ମିତ ୨୫୫ କିଲୋମିଟର DS-DBO ରାସ୍ତା ଦେଇ ବାଇକ ଆରୋହୀଙ୍କ କନଭେନ୍ୟୁ ଯାଇଥିଲା। ଏଥିରେ ଅନେକ ସେନା ସୈନିକ ମଧ୍ୟ ନିୟୋଜିତ ହୋଇଥିଲେ।ଉତ୍ତର-ପୂର୍ଵ ଲାଦାଖରେ ସେନାର ଗତିବିଧି ପାଇଁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ।ଏହି ସଡକ ଅକ୍ସାଇ ଚୀନ ଏବଂ ଚୀନ ଦ୍ଵାରା ଅଧିକୃତ ପାର୍ବତ୍ୟ ଅଞ୍ଚଳକୁ ପ୍ରବେଶ ଯୋଗାଇଥାଏ।
୨୦୧୭ରେ ଡୋକଲାମରେ ଭାରତ-ଚୀନ ସଂଘର୍ଷ ପରେ ହିଁ ମୋଦି ସରକାର LAC ନିକଟରେ ନିର୍ମାଣ କାର୍ଯ୍ୟ ଅଧିକ ଜୋରେ କରିଥିଲେ। ଡୋକଲାମ ଟେନସନ ପରେ ସରକାର ଘୋଷଣା କରିଛନ୍ତି ଯେ LAC ର ୧୦୦ କିଲୋମିଟର ଦୁରତା ମଧ୍ୟରେ ଭିର୍ତ୍ତିଭୂମି ବିକାଶ ପାଇଁ ସେନାକୁ ପରିବେଶ ମନ୍ତ୍ରାଳୟର ଅନୁମତି ନେବାକୁ ପଡିବ ନାହିଁ।ମୋଦି ସରକାର ମଧ୍ୟ ସମସ୍ତ ପ୍ରଶାସନିକ ଓ ଅର୍ଥନୀତିକ ନିଷ୍ପତି ନେବାରେ ସୀମା ସଡ଼କ ସଙ୍ଗଠନକୁ କ୍ଷମତା ବିସ୍ତାର କରିଛନ୍ତି। କେତକ ବିଶେଷଜ୍ଞ କହିଛନ୍ତି ଯଦି ଏହିପରି ବେଗରେ ଭାରତରେ କାମ ହୋଇଥାନ୍ତା ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ସୀମା ରାସ୍ତା ସମ୍ପୂର୍ଣ ହୋଇସାରିଥାନ୍ତା।
୩୨,୦୦୦ କର୍ମଜୀବୀ BRO କର୍ମଚାରୀଙ୍କ ମଧ୍ୟରୁ ୬୭ ପ୍ରତିଶତ ଚୀନ ସୀମାରେ ପୋଷ୍ଟ କରାଯାଇଛି। ସାମ୍ପ୍ରତିକ ବର୍ଷଗୁଡିକରେ ,ଏହା ଲଦାଖ ଏବଂ ଉତ୍ତର-ପୂର୍ବରେ ରଣନୀତି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ସମାପ୍ତ କରିଛି।DSDBO ରୋଡ଼ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ।
ଅର୍ଥନୀତିକ ସାମ୍ନାରେ ଅବରୋଧ:
ଗତ କଛି ମାସ ଭିତରେ ଭାରତ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛି ଯାହା ଚୀନକୁ ଆର୍ଥିକ ଦୃଷ୍ଟି କୋଣରୁ ସିଧାସଳଖ ପ୍ରଭାବିତ କରିଥାଏ। ଏପ୍ରିଲରେ ଭାରତ ଚୀନଠୁ ପୁଞ୍ଜି ବିନିଯୋଗ ପାଇଁ ସ୍ୱୟଂଚାଳିତ ମାର୍ଗ ବନ୍ଦ କରି ଚୀନ ନିବେଶ ପୂର୍ବରୁ ଭାରତ ସରକାରଙ୍କ ଅନୁମୋଦନକୁ ବାଧ୍ୟତାମୂଳକ କରିଥିଲା। ଭାରତ ଭୟ କରିଥିଲା ଯେ ଭାରତୀୟ କମ୍ପାନୀ ଗୁଡିକର ବ୍ୟବସାୟ କରୋନା ଭାଇରସ ମହାମାରିରେ ଅଟକି ଯାଇଛି ଏବଂ ଏହାର ଫାଇଦା ଉଠାଇ ଚୀନର କମ୍ପାନୀଗୁଡିକ ଶସ୍ତା ମୂଲ୍ୟରେ ନେଇପାରନ୍ତି।
ଭାରତର ଏହି ପଦକ୍ଷେପ ପରେ ଚୀନ ତରଫରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ ମଧ୍ୟ ଏହି ପଦକ୍ଷେପକୁ ଏକପାଖିଆ ତଥା ବିଶ୍ୱ ବାଣିଜ୍ୟ ସଂଗଠନ ନିୟମ ବିରୁଦ୍ଧରେ କହିଛି। ଏପରିକି ଚୀନ ଗଣ ମାଧ୍ୟମ ଭାରତକୁ ଚିକିତ୍ସା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାର ଧମକ ଦେଇଛି।
ଉତ୍ପାଦନରେ ଭାରତକୁ ଚ୍ୟାଲେଞ୍ଜ:
କରୋନା ମହାମାରୀ ସମୟରେ ଚୀନର ଅନେକ କମ୍ପାନୀ ସେମାନଙ୍କ ବ୍ୟବସାୟକୁ ଏକିଭୂତ କରି ଭାରତକୁ ଆସିବାକୁ ଚାହୁଁଛନ୍ତି। ଚୀନ ମଧ୍ୟ ସେଥିପାଇଁ ଚିନ୍ତିତ।ଭାରତ ଏକ ବିଶ୍ୱ କାରଖାନା ହେବ ଉପରେ ଚୀନ ଗଣ ମାଧ୍ୟମ କହିଛି ଯେ ଚୀନ ବଡ଼ଲେଇବାକୁ ଭାରତ ଚେଷ୍ଟା କରୁଛି କିନ୍ତୁ ଏଥିରେ କେବେବି ସଫଳ ହେବନାହିଁ। ଚୀନର ଏହି ଚିନ୍ତା ସେତେବେଳେ ହୋଇଥିଲା ଯେତେବେଳେ ନିକଟରେ ଜର୍ମାନୀର ଏକ ଜୋତା କମ୍ପାନୀ ଏହାର ଉତ୍ପାଦ ୟୁନିଟ ଚୀନରୁ ଉତ୍ତରପ୍ରଦେଶ ସ୍ଥାନାନ୍ତର କରିବାକୁ କହିଥିଲେ।
ମୋଦି ସରକାରଙ୍କ ସକ୍ରିୟ ରଣ ନୀତି ଏବଂ ଅର୍ଥନୀତିକ ସାମର୍ଥ ଯୋଗୁଁ ଚୀନର ଚିନ୍ତା ବଢୁଛି। LAC ଉପରେ ଚୀନର ଆକ୍ରାମକତା ଅନାବଶ୍ୟକ ନୁହେଁ କିନ୍ତୁ ଏହା ମାଧ୍ୟମରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। ତେବେ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ପଛକୁ ଯିବ ନାହିଁ।