ପାକିସ୍ଥାନ ରେ ଜୁଆ ଖେଳ ଆରପରେ ଏକ ଗଧ ଗିରଫ, ଲୋକମାନେ ଜୋର୍ ସୋରେ ଉଡେଇଲେ ମଜାକ୍

ଆଜ୍ଞା ଆପଣ ମାନେ ଏକ ଗଧକୁ ଜୁଆ ଖେଳିବାର ଦେଖିଛନ୍ତି କି ଶୁଣିଛନ୍ତି କି ? ଆପଣମାନେ ନିଶ୍ଚିନ୍ତ ଭାବରେ କହିବେ କି ନା, ଆପଣ କହିବେ ଏକ ପଶୁ କେମିତି ଜୁଆ ଖେଳି ପାରେ ? କିନ୍ତୁ ଆଶ୍ଚର୍ଯ୍ୟର ଘଟଣା କି ପାକିସ୍ଥାନ ରେ ଏପରି ହେଇନି ବରଂ ଏକ ଗଧକୁ ଜୁଆ ଖେଳ ପାଇଁ ଗିରଫ କରାଯାଇଛି।

ଏ ସବୁ ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚିନ୍ତ ଲାଗୁଥିବ କିନ୍ତୁ ଏହା ପୁରା ସତ୍ୟ ଅଟେ। ପାକିସ୍ଥାନ ର ପଞ୍ଜାବ ଅଞ୍ଚଳ ପାଖରୁ ରେହେମ୍ ଖାନ୍ ଇଲାକାରେ ପୋଲିସ ୭/୮ଜଣ ଲୋକ ସହିତ ଏକ ଗଧକୁ ବି ଜୁଆ ଖେଳିବା ଆରୋପ ରେ ଗିରଫ କରିଛି। ଏଠାରେ ସବୁଠାରୁ ମଜାଦାର କଥା କି FIR ରେ ମଧ୍ୟ ଗଧର ନାମ ଉଲ୍ଲେଖ କରାଯାଇଛି।

ସେଠାରେ ଗଧର ଗିରଫକୁ ନେଇ ରେହେମ ଖାନ୍ ଅଞ୍ଚଳର SHO କହିଛନ୍ତି ଯେ ଆରପି ମାନଙ୍କ ନାମ ସହିତ ସେହି ଗଧ ର ନାମ ମଧ୍ୟ FIR ରେ ଲେଖା ଯାଇଛି। (ଏହି ଫଟୋଟି ଏହାର ପ୍ରମାଣ ସୂଚାଉଛି)

ପୋଲିସ କହିଛି କି ଜୁଆ ଖେଳୁଥିବା ଲୋକମାନଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛନ୍ତି। ଏହି ଟଙ୍କା ସେହି ଗଧ ଦୌଡ଼ରେ ଜୁଆ ଲଗାଯାଇଥିଲା।

ଗଧ ଗିରଫ ହୋଇଥିବା ଖବର ଯେମିତି ହିଁ ଲୋକମାନଙ୍କୁ ମିଳିଲା ସୋସିଆଲ ମିଡିଆରେ ପୋଲିସ କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଲେ। ଲୋକମାନେ ପୋଲିସ ର ଏହି କାରାନାମକୁ ଉପହାସ କରୁଛନ୍ତି। ଏଠାରେ ଆପଣଙ୍କୁ କହି ରଖିବୁ କି ପାକିସ୍ଥାନ ରେ ସବୁଠାରୁ ଅଧିକ ଗଧ ଦେଖା ଯାଆନ୍ତି ଓ ଅନ୍ୟ ଦେଶ ମାନଙ୍କୁ ଗଧ ସପ୍ଲାଏ ମଧ୍ୟ ପାକିସ୍ଥାନ କରିଥାଏ।

ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *