ଉତ୍ତରପ୍ରଦେଶ ର ବାଗପତ ରୁ ଆଶ୍ଚର୍ଯ୍ୟ କଲାଭଳି ଏକ ମାମଲା ସମ୍ନାକୁ ଆସିଛି , ଜେଇଠାରେ ଗୋଟିଏ ଝିଅ ନିଜର ଏକ ଭିଡ଼ିଓ ଭାଇରଲ କରି ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେହି ଭିଡ଼ିଓ ରେ ସେହି ଝିଅଟି କହିଛି ତାର ବାପା ମା ତାର ସୌଦା କରିଛନ୍ତି ଏବଂ ତାକୁ ବନ୍ଦୀ କରି ରଖିଛନ୍ତି ।
ଏହି ଭିଡ଼ିଓ ଭାଇରାଲ କରି ଝିଅଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଭିଡ଼ିଓ ଗୋଟିଏ ସାମାଜିକ ସଂସ୍ଥା ପାଖରେ ପହଞ୍ଚିବା ପରେ ସେମାନେ ପୋଲିସ ସାହାଯ୍ୟରେ ଭିଡ଼ିଓ ରେ କୁହାଯାଇଥିବା ଠିକାନରୁ ଝିଅ ଟିକୁ ଉଦ୍ଧାର କରିଥିଲେ ଏବଂ ତତ୍ୱାବଧାନ କୁ ନେଲେ । ପୋଲିସ ଦ୍ୱାରା ଜେରା କଲା ପରେ ଯେଉଁ କଥା ସାମ୍ନାକୁ ଆସିଥିଲା ତାହା ଶୁଣି ସମସ୍ତେ ହାତବାକ ହୋଇଯାଇଥିଲେ ।
ଏହି ଘଟଣା ମେରଠ ର ଜନପଦ ସହିତ ଜଡ଼ିତ ଯେଉଠାରେ ଟିପି ନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ସୋସିଆଲ ମିଡ଼ିଆରେ ଭିଡ଼ିଓ ବନାଇ ଅପଲୋଡ଼ କରିଦେଇଛି । ଭିଡ଼ିଓ ରେ ସେ ନିଜ ପିତା ମାତାଙ୍କୁ ଦୋଷାରୋପ କରିଛି ଯେ ସେମାନେ ତାଙ୍କୁ କେତେ ମାସ ହେବ ଘରେ ବନ୍ଦୀ କରି ରଖିଛନ୍ତି । ସେମାନେ ତାର ସୌଦା ହରିୟାଣାର ଜଣେ ବ୍ୟକ୍ତିଙ୍କ ସହିତ ପାଞ୍ଚ ଲକ୍ଷ ଟଙ୍କାରେ କରିଛନ୍ତି ଏବଂ ତାଙ୍କୁ ଖୁବ ଶୀଘ୍ର ବିକ୍ରି କରିବାକୁ ଯାଉଛନ୍ତି ।
ଭିଡ଼ିଓ ଭାଇରାଲ ହେଲା ପରେ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏହାପରେ ଏହି ଭିଡ଼ିଓ ଗୋଟିଏ ସାମାଜିକ ସଂସ୍ଥା ପାଖରେ ପହଞ୍ଚିଲା ସେମାନେ ଭିଡ଼ିଓ ଦେଖି ଝିଅ ଆରୋପ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ଝିଅକୁ ଖୋଜି ବାହାର କଲେ । ଯାଞ୍ଚ ପରେ ଜଣାପଡିଲା କି ଝିଅଟିକୁ ବାଗପତ ର ମିତଲି ଗାଁ ରେ ଜଣେ ସମ୍ପର୍କୀୟଙ୍କ ଘରେ ରଖାଯାଇଥିଲା । ଏହା ପରେ ସେହି ସଂସ୍ଥାର ଟିମ ଓ ସ୍ଥାନୀୟ ପୋଲିସଙ୍କ ସାହିତ ସମ୍ପର୍କ କଲେ ଏବଂ ମହିଳା ପୋଲିସ କନେଷ୍ଟବଳ ଙ୍କ ସାହାଯ୍ୟରେ ସେହି ଝିଅର ପିଉସୀ ଘରକୁ ପହଞ୍ଚିଗଲେ । ସେଠାରେ ସେମାନେ ସେହି ଝିଅଟିକୁ ତତ୍ୱାବଧାନ କୁ ନେଲେ ଏବଂ ତାପରେ ଥାନାକୁ ନେଇଗଲେ ।
ଝିଅଟିର କହିବାର ଥିଲା କି ସେ ତାର ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲା , ଯେଉଁ କାରଣରୁ ସେ ମିଛରେ ଦୋଷ ଦେଇ ଭିଡ଼ିଓ ଭାଇରାଲ କରିଦେଇଥିଲେ । ପୋଲିସ ତାର ଘର ଲୋକଙ୍କୁ ଖବର ଦେଇଛନ୍ତି ଏବଂ ସେମାନଙ୍କୁ ପଚରାଉଚୁରା କରି ସତ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏସପି ବାଗପତ ପ୍ରତାପ ଗୋପେନ୍ଦ୍ର ଙ୍କ କହିବା ଅନୁସାରେ ଝିଅଟି ତାର ବାପା ମାଙ୍କ ଉପରେ ମିଛରେ ଯେଉଁ ଆରୋପ ଳଗାଇଛି ତାହା ମିଛ ଅଟେ । ଏହି ମାମଲାର ସତ୍ୟତା ଜାଣିବା ପାଇଁ ଯାଞ୍ଚ ଜାରି ରହିଛି ।