ବେଳେ ବେଳେ ରୋଗୀଙ୍କ ଅପରେସନ ପରେ ଏପରି ଖବର ସାମ୍ନାକୁ ଆସିଥିବା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏପରି ଏକ ଘଟଣା ଆସାମ ଗୋହାଟୀରୁ ସାମ୍ନାକୁ ଆସିଛି। ସେଠାରେ ଏକ ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ ଯେବେ ସେ ଅପରେସନ ବେଳେ ଏକ ଯୁବକର ମୂତ୍ରାସୟରୁ ଏକ ହେଡଫୋନ କେବୁଲ ବାହାରିଲା।
ଏହି ଘଟଣାର ଭିଡ଼ିଓ ଓ ଫୋଟୋ ସେହି ଡାକ୍ତର ସୋସିଆଲ ମିଡିଆରେ ନିଜେ ସେୟାର କରିଛନ୍ତି। ଭିଡ଼ିଓରେ ସଫା ସଫା ଦେଖା ଯାଉଛି କିପରି ଡାକ୍ତର ଯୁବକ ପେଟରୁ ହେଡଫୋନ କେବୁଲ ବାହାର କରୁଛନ୍ତି। ଏହା ଛଡା କିଛି ଅନ୍ୟ ଫୋଟୋବି ଡାକ୍ତର ସେୟାର କରିଛନ୍ତି।
ଡାକ୍ତର ବଲି ଇସ୍ଲାମ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ମୁଁ ପୂର୍ଵ ୨୫ ବର୍ଷରୁ ସର୍ଜରି କରୁଛି କିନ୍ତୁ ଏଭଳି ଘଟଣା କେବେ ଦେଖିନି। ସେ କହିଛନ୍ତି ଏକ ଯୁବକ ତାଙ୍କ ପାଖୁ ଆସିଲା ଓ କହିଲା ସେ ଭୁଲରେ ଏକ ହେଡଫୋନ କେବୁଲ ଖାଇଦେଇଛି।
ଡାକ୍ତରର କହିଛନ୍ତି ହେଡଫୋନ କେବୁଲ ସେ ନିଜ ପ୍ରାଇଭେଟ ପାର୍ଟରେ ଭିତରେ ପୁରାଇଥିଲା ଏହା ତାର ସବୁଠୁ ବଡ ଭୁଲ ଥିଲା କିନ୍ତୁ ତାର ମାନସିକ ଅବସ୍ତା ବି ଭଲ ନଥିଲା।
ରୋଗୀ ଜଣକ କିଛି ସପ୍ତାହ ପୂର୍ବରୁ ମେଡ଼ିକାଲ ଗଲେ ଓ ନିଜ ପେଟ ଯନ୍ତ୍ରଣା ବିଷୟରେ କହିଲା। ସେ ଡାକ୍ତରଙ୍କୁ କହିଥିଲା କି ସେ ଏକ ହେଡଫୋନ କେବୁଲ ଖାଇଦେଇଛି। ଡାକ୍ତର ଯେବେ ଯୁବକଙ୍କ ପେଟକୁ ସ୍କାନିଙ୍ଗ କଲେ ତ କିଛି ମିଳିନଥିଲା।
ଯେବେ ଡାକ୍ତର ମୂତ୍ରାଶୟର ଯାଞ୍ଚ କଲେ ସେଠାରେ ତାଙ୍କୁ ଏକ ହେଡଫୋନ କେବୁଲ ଥିବା ଜଣାପଡିଲା। ଏହା ପରେ ଡାକ୍ତର ଅପରେସନ କରି ହେଡଫୋନ କେବୁଲକୁ ବାହାର କଲେ।
ଏହି ପୁରା ଘଟଣା ଡାକ୍ତର ବଲି ଇସ୍ଲାମ ନିଜେ କହିଛନ୍ତି। ସେ ଏକ ଫେସବୁକ ପୋଷ୍ଟ ଲେଖିଲେ ଓ ସେଥିରେ ପୁରା କାହାଣୀ ଲେଖିଥିଲେ।
ଏହି ମାମଲା ସାମ୍ନାକୁ ଆସିବାପରେ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଲୋକ ଅନେକ ପ୍ରକାର ମନ୍ତବ୍ୟ ଦେଉଛନ୍ତି।ଡ଼ାକ୍ତର ବଲି ଇସ୍ଲାମଙ୍କ ପୋଷ୍ଟ ଭାଇରାଲ ହେଉଛି। ଲୋକ ଏହି ସଫଳ ଅପରେସନ ପାଇଁ ତାଙ୍କ ପ୍ରଶଂସା ବି କରୁଛନ୍ତି।