କ’ଣ ସତରେ କରୋନା ଭାଇରସ୍ ରେ ଦାଉଦ ଇବ୍ରାହିମ୍ ଙ୍କ ର ହୋଇଯାଇଛି ମୃତୁ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଖବର

ଭାରତ ର ମାଷ୍ଟର ମାଇଣ୍ଡ ଆତଙ୍କ ଦାଉଦ ଇବ୍ରାହିମ୍ ଙ୍କୁ ନେଇ କେତେ ପ୍ରକାର ଖବର ସୋସିଆଲ ମିଡିଆରେ ରେ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ଦାଉଦ ଇବ୍ରାହିମ୍ ଙ୍କ ମୃତୁ କରୋନା ଭାଇରସ୍ ପାଇଁ ହୋଇଛି । ଖବର ଅନୁସାରେ ଦାଉଦ ଇବ୍ରାହିମ୍ ଓ ତାଙ୍କ ପତ୍ନୀ ମହଜବୀନ ଙ୍କ ଭିତରେ କରୋନା ଭାଇରସ୍ ର ଲକ୍ଷଣ ଦେଖା ଦେଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଦାଉଦ ଇବ୍ରାହିମ୍ ଙ୍କ ର ମୃତୁ ହୋଇଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବର ଦ୍ରୁତ ଗତି ରେ ଖେଳାଇ ଚାଲିଛି । ଖବର ଅନୁସାରେ ଦାଉଦ ଇବ୍ରାହିମ୍ ଓ ତାଙ୍କ ପତ୍ନୀ ମହଜବୀନ ପାକିସ୍ଥାନ ରେ ରହୁଛନ୍ତି ଓ ଶୁକ୍ରବାର ଦିନ ତାଙ୍କୁ କରୋନା ଭାଇରସ୍ ହୋଇଛି ବୋଲି ଅନୁଭବ କରିଲେ । ଯାହା ପରେ ତାଙ୍କୁ ତୁରନ୍ତ ମିଲେଟ୍ରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଦାଉଦ ଇବ୍ରାହିମ୍ ଙ୍କ ର ମୃତୁ ହୋଇଯାଇଛି । ଖବର ଅଛି କି ପାକିସ୍ଥାନ ରେ କରୋନା ଭାଇରସ୍ ପୁରାପୁରି ଖେଳାଇ ଯାଇଛି ଓ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନା କୁ ଆସୁଛି ।

ପରିବାର ବର୍ଗ ଏହି କଥା କୁ କରିଲେ ଖଣ୍ଡନ

ଦାଉଦ ଇବ୍ରାହିମ୍ ର ମୃତୁ ର ଖବର ଖେଳାଇ ଯିବା ପରେ ତାଙ୍କ ପରିବାର ବର୍ଗ ତରଫ ରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ ଦାଉଦ ଇବ୍ରାହିମ୍ ଙ୍କ ମୃତୁ ଖବର ମିଛ ବୋଲି କୁହାଯାଇଛି । ଦାଉଦ ଇବ୍ରାହିମ୍ ଙ୍କ ଭାଇ ଅନିସ ଇବ୍ରାହିମ୍ ଏହି ଖବର କୁ ମିଥ୍ୟା ବୋଲି କହି କହିଲେ କି ତାଙ୍କ ଭାଇ ଓ ପରିବାର ର ଅନ୍ୟ ସଦସ୍ୟ ସମସ୍ତେ ସୁସ୍ଥ ଅଛନ୍ତି । ଦାଉଦ ର ଭାଇ ଅନିସ ଇବ୍ରାହିମ୍ ଙ୍କ ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବର ମିଛ ବୋଲି ସାବ୍ୟସ୍ତ ହେଲା ।

ଏହା ପୂର୍ବରୁ ମଧ୍ୟ ଆସିଛି ମୃତୁ ର ଖବର

ଏହା ପ୍ରଥମ ଘଟଣା ନୁହେଁ କି ଦାଉଦ ର ମୃତୁ ଖବର ଆସିଛି । ଏହା ପୂର୍ବରୁ ମଧ୍ୟ ଦାଉଦ ର ମୃତୁ ଖବର ସାମ୍ନା କୁ ଆସି ସାରିଛି ଯାହା ମିଥ୍ୟା ବୋଲି ମଧ୍ୟ ସାବ୍ୟସ୍ତ ହୋଇଥିଲା ।

ପାକିସ୍ଥାନ ରେ ଅଛନ୍ତି ପୁରା ପରିବାର ସହିତ

ଡନ ଦାଉଦ ଇବ୍ରାହିମ୍ ନିଜର ପରିବାର ସହ ପାକିସ୍ଥାନ ରେ ରହୁଛନ୍ତି । ହେଲେ କେବେ ବି ଏହି କଥା ପାକିସ୍ଥାନ ସ୍ବୀକାର କରିନାହିଁ । ଡନ ଦାଉଦ ଇବ୍ରାହିମ୍ ଡି କମ୍ପାନୀ କୁ ଚଳାଉଛନ୍ତି । କିନ୍ତୁ ଏବେ ଏହି କମ୍ପାନୀ କୁ ତାଙ୍କ ଭାଇ ଅନିସ ଇବ୍ରାହିମ୍ ବୁଝୁଛନ୍ତି ।

ଦାଉଦ ଇବ୍ରାହିମ୍ କିଏ ?

ଦାଉଦ ଇବ୍ରାହିମ୍ ଭାରତ ର ମାଷ୍ଟର ମାଇଣ୍ଡ ଆତଙ୍କ । ଦାଉଦ ଇବ୍ରାହିମ୍ ୧୯୯୩ ମସିହାରେ ମୁମ୍ବାଇ ରେ ହୋଇଥିବା ବୋମା ବିସ୍ଫୋରଣ ର ମାଷ୍ଟର ମାଇଣ୍ଡ ବୋଲି କୁହାଯାଏ । ବହୁତ ବର୍ଷ ରୁ ଭାରତ ସରକାର ଅଣ୍ଡରୱାଡ ଡନ ଦାଉଦ ଇବ୍ରାହିମ୍ ଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ବିଫଳ ରହିଛନ୍ତି ।

ଦାଉଦ ଇବ୍ରାହିମ୍ ପାକିସ୍ଥାନ ରେ ନିଜ ପରିବାର ସହିତ ରହୁଛି ଓ ତାଙ୍କ ପରିବାର ଲୋକ ଙ୍କ ସୂଚନା ମଧ୍ୟ ବହୁତ କମ ଲୋକ ଜାଣିଛନ୍ତି । କାହିଁକି ନା ଦାଉଦ ତାଙ୍କ ପରିବାର କୁ ମଧ୍ୟ ଲୋକ ଙ୍କ ନଜର ରୁ ଦୂରେଇ ରଖିଛନ୍ତି । ଦାଉଦ ଇବ୍ରାହିମ୍ ଙ୍କ ପରିବାର ରେ ତାଙ୍କ ପତ୍ନୀ ଙ୍କ ଛଡା ମଧ୍ୟ ଚାରୋଟି ପିଲା ମଧ୍ୟ ଅଛନ୍ତି । ତିନି ଝିଅ ଙ୍କ ନାମ ମାହରୁଖ , ମହରୀନ ,ଓ ମାରିଆ ଓ ସ ପୁଅ ର ନାମ ମୋଇନ ଅଟେ ।

ମୁମ୍ବାଇ ରେ ହୋଇଥିଲା ଜନ୍ମ

୬୪ ବର୍ଷୀୟ ଦାଉଦ ଇବ୍ରାହିମ୍ ଙ୍କ ଜନ୍ମ ମୁମ୍ବାଇ ସହରରେ ହୋଇଥିଲା । ମୁମ୍ବାଇ ରେ ବୋମା ବିସ୍ଫୋରଣ କରିବା ପରେ ଦାଉଦ ଇବ୍ରାହିମ୍ ଭାରତ ଛାଡ଼ି ଦେଇଥିଲେ । ଯାହା ପରେ ଦାଉଦ ଇବ୍ରାହିମ୍ ପାକିସ୍ଥାନ ଦେଶ ତାଙ୍କୁ ଶରଣ ଦେଇଥିଲା ଓ ଏବେ ତାଙ୍କ ପାଖରେ ପାକିସ୍ଥାନ ର ପାସପୋର୍ଟ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *