ଗୋଟିଏ ଏପରି ସଭ୍ୟତା ଯାହାର ସମସ୍ତ ଭବିଷ୍ୟତ ବାଣୀ, କ୍ୟାଲେଣ୍ଡର ଏବଂ ପିରାମିଡ ସର୍ବଦା ଚର୍ଚ୍ଚାର ବିଷୟ ହୋଇ ରହିଛି । ପୁରାତନ ତତ୍ୱବିତ ମାନେ ପୁଣିଥରେ ସେହି ସଭ୍ୟତାର ସବୁଠାରୁ ପୁରୁଣା ବଡ଼ ସ୍ମାରକ ଖୋଜିଛନ୍ତ । ଏହି ସ୍ମାରକ ଏକ ଉଚ୍ଚକୁ ଉଠିଥିବା ପ୍ଲାଟଫର୍ମ ଅଟେ ଯାହା ପଖାପାଖି ୧.୪କିଲୋମିଟର ଲମ୍ବା ଅଟେ । ଅସାନ୍ତୁ ଜାଣିବା ଏହା ବିଷୟରେ ।
ମାୟା ସଭ୍ୟତାର ଏହି ସମୟରେ ତିଆରି କରାଯାଇଥିବା ଏହି ସ୍ମାରକକୁ ଆଗୁଆଡା ଫୋନିକ୍ସ କୁହାଯାଏ । ପୁରାତନ ତତ୍ୱବିତଙ୍କ ଅନୁସାରେ ଏହି ସ୍ମାରକ ମେକ୍ସିକୋ ରେ ମିଳିଥିବା ଏହି ସ୍ମାରକ ୧୦୦୦ବିସି ରେ ତିଆରି କରାଯାଇଥିଲା । ଏହି ସ୍ମାରକ ଦକ୍ଷିଣ-ପୂର୍ବ ମେକ୍ସିକୋ ର ତବାତ୍ସ୍କୋ ରାଜ୍ୟରେ ରହିଛି ।
ମାୟା ସଭ୍ୟତା ନିଜର କ୍ୟାଲେଣ୍ଡର ଓ ତାଙ୍କର ପୁର୍ବ ପିଢ଼ି ମାନଙ୍କର ପିରାମିଡ ମାନଙ୍କୁ ନେଇ ପ୍ରସିଦ୍ଧ । ଏହା ସହିତ ଏହା ମଧ୍ୟ ମାନ୍ୟତା ରହିଛି କି ମାୟା ସଭ୍ୟତାର ଲୋକମାନେ ବହୁତ ଆମେରିକୀୟ ଓ ୟୁରୋପୀୟ ସହର ବନାଇଛନ୍ତି ।
ମାୟା ସଭ୍ୟତାର ବିଦ୍ୱାନ ମାନଙ୍କୁ ଅନ୍ତରୀକ୍ଷ ବିଜ୍ଞାନର ମଧ୍ୟ ଜ୍ଞାନ ଥିଲା । କିନ୍ତୁ ଏହି ସମସ୍ତ ସଭ୍ୟତା ୮୦୦ ଏଡି ପାଖା ପାଖି ସମୟ ବେଳକୁ ଶେଷ ହୋଇଯାଇଥିଲା । ଏହି ସଭ୍ୟତା ର କ୍ୟାଲେଣ୍ଡର ଅନୁସାରେ ୨୦୧୨ ରେ ପୃଥିବୀରେ ପ୍ରଳୟ ହେବାର ଭବିଷ୍ୟତ ବାଣୀ କରାଯାଇଥିଲା ।
ଟକ୍ସନ ସ୍ଥିତ ୟୁନିଭରସିଟି ଅଫ ଏରିଜୋନା ର ଡୋନିଏଲା ତ୍ରିୟାଦାନ ଏବଂ ତାଙ୍କର ସାଥୀମାନେ ଲିଡ଼ର କୌଶଳ ର ସାହାରା ନେଇ ମାଟିତଳୁ ମିଳିଥିବା ଏହି ସ୍ମାରକ ର 3D ନକ୍ସା ପ୍ରସ୍ତୁତ କରିଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି ଭାରତରେ ମଧ୍ୟ ଏହି ଲିଡ଼ର କୌଶଳ ଦ୍ୱାରା ପୁରା ଗଙ୍ଗା ନଦୀର 3D ନକ୍ସା ପ୍ରସ୍ତୁତ କରାଯାଉଛି ।
ଡୋନିଏଲା ତ୍ରିଆଦାନ ଏବଂ ତାଙ୍କ ସାଥିମାନଙ୍କୁ ସେହି ସ୍ମାରକୀ ର ଅଖପାଖରେ ଏପରି ସ୍ଥାନ ମିଳିଛି , ଏଠାରେ ମାୟା ସଭ୍ୟତାର ଅବଶେଷ ମିଳିଛି । ଡୋନିଏଲା ଓ ତାଙ୍କ ସାଥି ଏହି ସ୍ମାରକୀର ଖନନ କାର୍ଯ୍ୟ ରେ ଲାଗିଛନ୍ତି ।
ଆଗୁଆଡା ଫୋନିକ୍ସ ପାଖାପାଖି ୧୪୧୩ ମିଟର ଲମ୍ବା , ୩୯୯ ମିଟର ଚୌଡା ଏବଂ ୧୦ ରୁ ୧୫ ମିଟର ଉଚ୍ଚ । ଏହାର ଚାରି ପାଖରେ ଛୋଟ ଛୋଟ ନିର୍ମାଣ ହୋଇଛି । ଯେଉଁ ଗୁଡିକ ହେଉଛି ପାଣି ଜମା କରିବାର ସ୍ରୋତ , ସଡ଼କ ଏବଂ କିଛି ଉଚ୍ଚ ପ୍ଲାଟଫର୍ମ ।
ଡୋନିଏଲା କହିଛନ୍ତି କି ଆପଣ ଏହି ଜାଗା ଉପରେ ଚାଲିଲେ ଆପଣଙ୍କୁ ସାମନ୍ୟ ଚଟାଣ ଉପରେ ଚାଲିବା ପରି ଅନୁଭୁତ ହେବ । କିନ୍ତୁ ଲିଡ଼ର କୌଶଳ ଦ୍ବାରା ଆମକୁ ସତ୍ୟତା ଜଣାପଡିଛି ।
ଡୋନିଏଲା କହିଛନ୍ତି ମାୟା ସଭ୍ୟତା ସମୟରେ ଆଗୁଆଡା ଫୋନିକ୍ସ କୁ ତିଆରି କରିବା ବହୁତ ବଡ଼ କାମ ହୋଇଥିବ । ଏହାକୁ ବନାଇବାକୁ ପାଖାପାଖି ୩.୨ ରୁ ୪.୩ କ୍ୟୁବିକ ମିଟରର ଜମିର ବ୍ୟବହାର ହୋଇଥିବ ।
ଅଗୁଆଡ଼ା ଫୋନିକ୍ସ ର ନିର୍ମାଣର ଉପାୟକୁ ଦେଖି ଲାଗେ କି ସେହି ସମୟରେ ସମତାବାଦ ର ସମୟ ଥିଲା । ଏହାର ଅର୍ଥ ସେହି ସମୟରେ ସବୁକିଛି ସମାନ ଥିଲା । କେହି ଛୋଟ ବଡ଼ ନଥିଲେ , କେହି ଧନୀ ଗରିବ ନଥିଲେ । ଅଗୁଆଡ଼ା ଫୋନିକ୍ସକୁ ଦେଖି ଲାଗୁଥିଲା କି ଏହାକୁ କୌଣସି ଧନୀ ଖାକ୍ତିଶାଳୀ ବନାଇ ନଥିଲେ । ଏପରି ମାନ୍ୟତା ରହିଛି କି ଏହି ସ୍ଥାନରେ ସାମୁଦାୟିକ ଅନୁଷ୍ଠାନ ହେଉଥିବ । କାରଣ ଏହା ଚାରିପାଖରେ ଖୋଲା ରହିଛି ।