ଏକା ସାଙ୍ଗେ ୨୫ ବିଦ୍ୟାଳୟରେ ପଢ଼ାଇବା ଵାଲା ଶିକ୍ଷକ ଗିରଫ, ସରକାରଙ୍କୁ ଲଗାଇଛନ୍ତି ୧ କୋଟିର ଚୁନ।

ଅନାମିକା ଶୁକ୍ଳା ନାମରେ ଏକ ପଦରେ ୨୫ ବିଦ୍ୟାଳୟରେ ଥିଲା ଓ ୧୩ ମାସର ୧ କୋଟି ଟଙ୍କା ଦରମା ନେଇ ସାରିଥିଲା। ଜଣା ପଡିବା ପରେ ପୋଲିସ ଅନାମିକା ଶୁକ୍ଳାଙ୍କୁ ଗିରଫ କରିଥିଲା। କାଶଗଞ୍ଜ ପୋଲିସ ମନ୍ତ୍ରୀଙ୍କ ନିର୍ଦେଶ ପରେ ଅଭିଯୋଗ ଗ୍ରହଣ କରିଛି।

● ବିଭାଗ ପୁରା ମାମଲାର ଯାଞ୍ଚ ପାଇଁ ଦେଇଛି ନିର୍ଦେଶ। ● ପୋଲିସ ଅନାମିକା ଶୁକ୍ଳାଙ୍କ ଗିରଫ କରିଛି। ● ଏକା ସାଙ୍ଗରେ ୨୫ ବିଦ୍ୟାଳୟରେ ପଢ଼ାଉଥିଲେ ମହିଳା ଶିକ୍ଷୟତ୍ରୀ

ଉତ୍ତରପ୍ରଦେଶ ଏକ ଶିକ୍ଷୟତ୍ରୀ ୨୫ ବିଦ୍ୟାଳୟରେ ନିଯୁକ୍ତି ପ୍ରଶାସନର ନିଦ ଉଡାଇ ଦେଇଛି। ଅନାମିକା ଶୁକ୍ଳା ନାମରେ ଏକ ପଦରେ ୨୫ ବିଦ୍ୟାଳୟରେ ଥିଲା ଓ ୧୩ ମାସର ୧ କୋଟି ଟଙ୍କା ଦରମା ନେଇ ସାରିଥିଲା। କାଶଗଞ୍ଜ ପୋଲିସ ମନ୍ତ୍ରୀଙ୍କ ନିର୍ଦେଶ ପରେ ଅଭିଯୋଗ ଗ୍ରହଣ କରିଛି।

ମୌଳିକ ଶିକ୍ଷା ବିଭାଗ ଶିକ୍ଷକଙ୍କ ଡାଟା ବେସ ତିଆରି କରିଥିଲା। ଯାହା ପରେ ତାଙ୍କୁ ଅନାମିକା ଶୁକ୍ଳା ନାମ ୨୫ ବିଦ୍ୟାଳୟର ଲିଷ୍ଟ ମିଳିଛି। ବିଭାଗ ତୁରନ୍ତ ଏହା ଉପରେ ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି।

ମୌଳିକ ଶିକ୍ଷା ବିଭାଗ ଅନୁସାରେ ଏବେ ଶିକ୍ଷକଙ୍କ ଡିଜିଟାଲ ଡାଟା ବେସ ତିଆରି କରାଯାଉଛି। ଏହି ପକ୍ରିୟା ଦ୍ଵାରା କେଜିଭିବିରେ କାମ କରିବା ବାଲ ପୂର୍ବକାଳୀନ ଶିକ୍ଷୟତ୍ରୀ ଅମେଠି,ଆମ୍ବେଦକରନଗର,ରାୟଵଲେରି, ପ୍ରୟାଗରାଜ, ଅଲିଗଡ଼ ଓ ଅନ୍ୟ ଜିଲ୍ଲାରେ ଏକା ସାଙ୍ଗେ ୨୫ ବିଦ୍ୟାଳୟରେ କାମ କରୁଥିବା ଜଣା ପଡିଛି।

ବିଭାଗ ଏହାପରେ ଅନାମିକା ଶୁକ୍ଳା ଙ୍କୁ ନୋଟିସ ଦେଇଥିଲା କିନ୍ତୁ ସେ ଏହା ଉପରେ କୌଣସି ଉତ୍ତର ରଖିନଥିଲେ।ଏହାପରେ ପଦକ୍ଷେପ ନେଇ ବିଭାଗ ଶିକ୍ଷୟତ୍ରୀଙ୍କ ଦରମା ଅଟକାଇଥିଲା। ଏବେ ଶିକ୍ଷୟତ୍ରୀଙ୍କୁ ଗିରଫ ବି କରାଯାଇସାରିଛି।

ଶିକ୍ଷା ମନ୍ତ୍ରୀ ଦେଇଥିଲେ FIR ଗ୍ରହଣ କରିବାକୁ ଆଦେଶ:

ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀ ଡାକ୍ତର ସତୀଶ ଦିବେଦୀ କହିଥିଲେ ଶିକ୍ଷୟତ୍ରୀଙ୍କ ଉପରେ FIR ଗ୍ରହଣ କରିବାକୁ ଆଦେଶ ଦିଆଯାଇଛି। ସେ କହିଛନ୍ତି ବିଭାଗର ଯାଞ୍ଚ ପରେ ଯଦି ଶିକ୍ଷୟତ୍ରୀ ଦୋଷୀ ମିଳିବେ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯିବ। ଆମ ସରକାର କ୍ଷମତାକୁ ଆସିବାପରେ ଡିଜିଟାଲ ଡାଟା ବେସ ତିଆରି କରାଯାଉଛି । ଯଦି ବିଭାଗ ଅଧିକାରୀଙ୍କ କୌଣସି ଦୋଷ ଏଥିରେ ଥିବ ତ ପଦକ୍ଷେପ ନିଆଯିବ। ବିଭାଗ ଏହି ଶିକ୍ଷୟତ୍ରୀଙ୍କ ବିଷୟରେ ତଥ୍ୟ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *