କରୋନା କିଟ୍ ପିନ୍ଧିଥିବା ନକଲି ଡାକ୍ତର, ଟେଷ୍ଟ କରିବା ବାହାନାରେ ଏକ ମଲ ଭିତରୁ ୧୦ ଲକ୍ଷ ଟଙ୍କା ଲୁଟିନେଲେ…

ଦୁନିଆରେ କରୋନା ଭାଇରସର ଆତଙ୍କ ଏତେ ଯେ ଲୋକ ଏହାକୁ ଡରି ଯାଇଛନ୍ତି। ଲୋକ ଜଣେ ଅନ୍ୟକୁ ଅଲଗା ପ୍ରକାର ଡରରେ ଦେଖୁଛି। କିଏ କିପରି ଏହି ଭାଇରସ ଆପଣଙ୍କୁ ଦେଇଯିବ ଆପଣ ଜାଣିପାରିବେନି।ଏହି ସମୟରେ କରୋନା ଯୋଦ୍ଧା ମାନେ ନିଜ ଜୀବନ ସହ ଖେଳି ଲୋକଙ୍କ ଜୀବନ ବଂଚାଉଛନ୍ତି।

ଲୋକଙ୍କ ମନରେ ଏହି ଯୋଦ୍ଧାଙ୍କ ପ୍ରତି ଭଲ ପାଇବା ବଢିଯାଇଛି। କିଛି ଲୋକ ଏହି ଭାଇରସ ନାମରେ ଲୋକଙ୍କୁ ଚୁନ ଲଗାଉଛନ୍ତି।ଏହିପରି ଏକ ମାମଲା ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଛି।ଯେଉଁଠି ଏକ ଡ଼କାୟତ ଟିମ ପିପିଇ କିଟ ପିନ୍ଧି ନିଜକୁ ସ୍ୱାସ୍ଥ୍ୟ କର୍ମଚାରୀ କହି ଲୋକଙ୍କୁ ବନ୍ଧୁକ ଲଗାଇଛନ୍ତି। ଏହାପରେ ୧୦ ଲକ୍ଷ ନେଇ ପଳାଇଲେ। ସୋସିଆଲ ମିଡିଆରେ ଏହି ଖବରର ଚର୍ଚ୍ଚା ହେଉଛି।

google

ଦକ୍ଷିଣ ଆଫ୍ରିକାର ଏକ ସୁପର ମାର୍କେଟରୁ ଏହି ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ଡ଼କାୟତ ଟିମ ପିପିଇ କିଟରେ ଅସ୍ତ୍ର ଆଣି ପଳାଇ ଆସିଥିଲେ। ସେମାନେ ନିଜକୁ ସ୍ୱାସ୍ଥ୍ୟ କର୍ମଚାରୀ କହିଥିଲେ। ଏହି ଘଟଣା ୩ ଜୁନକୁ ହୋଇଛି। ଯେଉଁଠି Pietermaritzburg ସ୍ଥିତ ଏକ ସୁପର ମାର୍କେଟରେ ଏହି ଡ଼କାୟତ ପଶିଥିଲେ। ସେ ପିପିଇ କିଟ ପିନ୍ଧିଥିଲେ।ଲୋକଙ୍କୁ ଲାଗିଲା ସେମାନେ ଟେଷ୍ଟ ପାଇଁ ଆସିଛନ୍ତି।

ସକାଳ ସାଢେ ଆଠଟାରେ ସେଠାରେ ଅଧିକ ଭିଡ ବି ନଥିଲା। ୪ଜଣ ଡ଼କାୟତ ଧଳା ଲ୍ୟାବ ଡ୍ରେସ ପିନ୍ଧିଥିଲେ। ତା ସହିତ ମୁହଁରେ ମାସ୍କ ବି ଲଗାଇଥିଲେ।ସମସ୍ତେ ଆରାମରେ ମାର୍କେଟରେ ପଶିଥିଲେ। କେହିବି ତାଙ୍କ ଯାଞ୍ଚ କରିନଥିଲେ। ସେ ସିଧା ପଶିଲେ ,ମ୍ୟାନେଜର ଓ ଷ୍ଟାପଙ୍କ ଉପରେ ବନ୍ଧୁକ ଲଗାଇଥିଲେ।

ବାକି ଦୁଇ ଜଣ ଡ଼କାୟତ ବାହାରେ ଛିଡା ହୋଇଥିଲେ। ଭିତରେ ଚୋର ପୁରା ଟ୍ରେଜେରୀ ଖାଲି କରିଦେଲେ।ଏହା ପରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ତଳେ ସୋଇବାକୁ କହିଥିଲେ। ଏହା ପରେ ସମସ୍ତଙ୍କ ବ୍ୟାଗ ବି ଲୁଟି ଥିଲେ। ଏହି ସମୟରେ ସେ କୌଣସି ଗୁଳି ଚଲାଇ ନଥିଲେ। କୌଣସି ପ୍ରକାର ଅନ୍ୟ ଅଶୁବିଧା ସେମାନେ କରି ନଥିଲେ।ପୋଲିସ ସୁପର ମାର୍କେଟର ସିସିଟିଭି ଦ୍ଵାରା ଯାଞ୍ଚ ଆରମ୍ଭ କରିଦେଇଛି।

google

ରିପୋର୍ଟ ଅନୁସାରେ ଚୋର ମାନେ ପୁରା ୧୦ ଲକ୍ଷ ଟଙ୍କା ଲୁଟିଥିଲେ। ମୁହଁରେ ମାସ୍କ ପିନ୍ଧିଥିବାରୁ ତାଙ୍କ ପରିଚୟ ମିଳିବାକୁ କଷ୍ଟ ହେଉଛି।ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେହି ଭାବିବି ନଥିଲେ ଡ଼କାୟତ ମାନେ ଲୁଟିବା ପାଇଁ ଏପରି ଉପାୟ କରିଥିବେ ବୋଲି। ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *