ଚୀନ ବିରୁଦ୍ଧରେ ଆମେରିକା ସହିତ ଏକାଠି ହେଲେ ୮ଟି ଦେଶ, ଡ୍ରାଗନ କହିଲା କେହି ମୋର କିଛି ପାରିବେନାହିଁ…

କରୋନା ଭୂତାଣୁ , ଦକ୍ଷିଣ କୋରିଆ ରୁ ହଂକଂ ପର୍ଯ୍ୟନ୍ତ ସମସ୍ତଙ୍କ ଲକ୍ଷ୍ୟରେ । ଭାରତର ଲାଦାଖ ସୀମାରେ ଜାରି ରହିଥିବା ଅଶାନ୍ତି ଉପରେ ମଧ୍ୟ ପୁରା ଦୁନିଆର ନଜର । ଏହି ସମୟରେ ଆମେରିକା ସମେତ ଆଉ ୮ ଟି ଦେଶ ଚୀନର ଶକ୍ତି ବର୍ଦ୍ଧିତା , ସୁରକ୍ଷା ଓ ମାନବାଧିକାର କୁ ନେଇ ବିପଦ ମନେକରି ଏକଜୁଟ ହୋଇଛନ୍ତି । ଏହି ଦେଶ ମାନଙ୍କ ଏକତ୍ରିକାରଣ ଇଣ୍ଟର ପର୍ଲ୍ୟାମେଣ୍ଟ ଆଲାୟସ ଅନ ଚାଇନା କୁ ଚୀନରେ ମିଛ ବୋଲି କୁହାଯାଉଛି । ଚୀନ କହିଛି ଖ୍ରୀଷ୍ଟପୂର୍ବ ୨୦ ପରି ଏବେ ଚୀନ କୁ ଆଉ ଅସୁବିଧା ରେ ପକାଯାଇ ପାରିବ ନାହିଁ । ଚୀନ କହିଛି ପଶ୍ଚିମର ନେତା ମାନଙ୍କୁ ଏବେ ଶୀତଳ ଯୁଦ୍ଧର ମନୋଭାବକୁ ବର୍ଜ୍ଜନ କରିବା ଉଚିତ।

ଏକତ୍ରିତ ହୋଇ ଚୀନ କୁ ଜବାବ ଦେବାର ପ୍ରସଙ୍ଗ :

ବ୍ଲୁମବର୍ଗ ର ଜଣେ ରିପୋର୍ଟର ଙ୍କ ଅନୁସାରେ , ଶୁକ୍ରବାର ଦିନ IPAC କୁ ଲଞ୍ଚ କରାଯାଇଥିଲା । ଏଥିରେ ଆମେରିକା , ଜର୍ମାନ,ବ୍ରିଟେନ,ଜାପାନ,ଅଷ୍ଟ୍ରେଲିଆ, କାନାଡ଼ା,ସ୍ଵିଡେନ, ନୋର୍ବୀ ଏବଂ ୟୁରୋପ ର ସଂସଦର ସଦସ୍ୟ ସାମିଲ ଅଛନ୍ତି । ଏହି ଏକତ୍ରିକରଣର ଲକ୍ଷ୍ୟ ହେଉଛି ଚୀନ ସହିତ ଯୋଡିତ ବିଷୟ ଉପରେ ସକ୍ରିୟତାର ସହିତ ରଣନୀତି ବନାଇ ସହଯୋଗୀ ଙ୍କ ସାହିତ ଉଚିତ ପ୍ରତିକ୍ରିୟା ଦେବା । ଚୀନ ର ଆଲୋଚକ ଏବଂ ଆମେରିକାର ରିପବ୍ଲିକନ ପାର୍ଟି ର ସିନେଟର ମାର୍କୋ ସର୍ବିଆ IPSCର ସହ ଅଧ୍ୟକ୍ଷ ମାନଙ୍କ ମଧ୍ୟରୁ ଗୋଟିଏ ।

ମୂଲ୍ୟ ଦେବାକୁ ପଡେ :

ରୁବିୟୋ ମାନେ କହିଛନ୍ତି କି କମ୍ୟୁନିଷ୍ଟ ପାର୍ଟି ରେ ରାଜ କରି ଚୀନ ପୁରା ଦୁନିଆ ଆଗରେ ଚ୍ୟାଲେଞ୍ଜ କରୁଛି । ଏହି ସଙ୍ଗଠନ ଏହା ମଧ୍ୟ କହିଛନ୍ତି କି ଯିଏ ଚୀନ ବିରୁଦ୍ଧରେ ଛିଡା ହୁଏ ତେବେ ସେହି ଦେଶକୁ ତାର ସମ୍ନା ଏକୁଟିଆ କରିବାକୁ ପଡିଥାଏ ଏବଂ ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିଥାଏ । କରୋନା ଭୁତାଣୁ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଅଶାନ୍ତି ପୁର୍ଣ ହୋଇ ଚାଲିଛି । ଏହାର ପ୍ରଭାବ ଏହି ଦୁଇ ଦେଶର ଟ୍ରେଡ଼ ଏବଂ ଟ୍ରୋବଲ ଉପରେ ପଡିଥାଏ ।

୧୯୦୦ ମସିହା ଭଳି ଚୀନ ରହିଲା ନାହିଁ :

ଚୀନର ଏହି ପଦକ୍ଷେପର ତୁଳନା ୧୯୦୦ ଦଶକର ବ୍ରିଟେନ,ଆମେରିକା,ଜର୍ମାନୀ,ଫ୍ରାନ୍ସ,ରୁଷ,ଜାପାନ,ଅଷ୍ଟ୍ରେଲିଆ ଏବଂ ହଙ୍ଗେରୀ ର ୮ ଲକ୍ଷ୍ୟ ବିଶିଷ୍ଟ ସଂଗଠନ ସହିତ କରାଯାଇଛି । ଚୀନ ର ସରକାରି ମିଡିଆରେ ଗ୍ଲୋବାଲ୍ସ ଟାଇମ୍ସ ଅନୁସାରେ , ସେତେବେଳେ ଏହି ଦେଶର ସୈନ୍ୟ ମାନେ ପେଇଚିଂ ଏବଂ ଅନ୍ୟ ସହର ରେ ଲୁଟପାଟ କରିଥିଲେ ଏବଂ ସାମ୍ରାଜ୍ୟ ବାଦ ବିରୁଦ୍ଧରେ ଚାଲୁଥିବା ୟେହେତୁଆନ ଆନ୍ଦୋଳନ କୁ ଦବାଇବାକୁ ଚେଷ୍ଟା କରିଥିଲେ ।

ଚୀନ କହିଲା ନିଜର ହିତକୁ ଦଳିଦେବାକୁ ଦେବ ନାହିଁ :

ପେଇଚିଂ ରେ ଚାଇନ ଫୋରନ ୟୁନିଭରସିଟି ର ଏକ୍ସପର୍ଟ ଲି ହାଇଡାଙ୍ଗ ଙ୍କ କହିବା କଥା କି ଚୀନ ଏବେ ୧୯୦୦ ଦଶକ ପରି ରହିନାହିଁ ସେ ତାର ହିତକୁ ଦଳିଦେବାକୁ ଦେବନାହିଁ । ତାଙ୍କର ମନ୍ତବ୍ୟ ଏହାକି ଆମେରିକା ନିଜର ହିତ ସାଧନ କରିବାକୁ ଅନ୍ୟ ଦେଶ ଓ ଏଜେନ୍ସି ମାନଙ୍କୁ ନିଜ ସହିତ ଚୀନ ବିରୋଧୀ ଗତିବିଧିରେ ସାମିଲ କରିବାକୁ ଚାହୁଁଛି । ଏବଂ ପଶ୍ଚିମ ରେ ଚୀନ ବିରୋଧୀ ମାହୋଲ ବନାଇବାକୁ ଚାହୁଁଛି ।

ଭାରତ ଏବଂ ଚୀନ ମଧ୍ୟରେ ହେଲା କଥାବାର୍ତ୍ତା :

ଭାରତ – ଚୀନ ର ସୀମା ରେ ଜାରି ରହିଥିବା ଅଶାନ୍ତି ମଧ୍ୟରେ ଦୁଇ ପକ୍ଷ ତରଫର ଲେଫ୍ଟିନେଣ୍ଟ ଜେନେରାଲ ସ୍ତରରେ କଥାବାର୍ତ୍ତା ହୋଇଛି । ଭାରତୀୟ ସେନା ସୂତ୍ରରୁ କୁହାଯାଇଛି କି କଥାବାର୍ତ୍ତା ଶେଷ ହେବା ପରେ ୧୪କୋର୍ସପ ର କୋମାଣ୍ଡର ଲେଫ୍ଟିନେଣ୍ଟ ଜେନେରାଲ ହରେନ୍ଦ୍ର ସିଂହଙ୍କ ଆଗୁବାଇ ରେ ପ୍ରତିନିଧି ମଣ୍ଡଳ ପାଇଁ ଫେରି ଯାଇଛନ୍ତି । ଅଧିକାରୀ ସୂତ୍ର ଅନୁସାରେ , ସୀମାରେ ଚାଲିଥିବା ଏହି ଗତିବିଧିକୁ ଶେଷ କରିବାପାଇଁ ଦୁଇ ଦେଶଙ୍କର ଏହା ଥିଲା ପ୍ରଥମ ବଡ଼ ଚେଷ୍ଟା । ଦୁଇ ଦେଶ ମଧ୍ୟରେ ସେନା ଓ କୂଟନୀତିକୁ ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରିରହିଛି ।

Leave a Reply

Your email address will not be published. Required fields are marked *