କରୋନା: ଗମ୍ଭୀର ରୋଗୀଙ୍କ ପାଇଁ ପ୍ଲାଜ୍ମା ଥେରାପି ସଫଳ ନୁହେଁ, କିନ୍ତୁ ଏହା ସହିତ ଆଉ ଏକ ଖୁସି ଖବର ମଧ୍ୟ ଅଛି..

ଗମ୍ଭୀର ରୋଗୀଙ୍କ ପାଇଁ ପ୍ଲାଜ୍ମା ଥେରାପି ସେତିକି ସଫଳ ନୁହଁ ଯେତିକି ଦୁନିଆ ଆଶା କରୁଥିଲା। ଏକ ନୂଆ ଅଧ୍ୟୟନରେ ଏହା କହିଛନ୍ତି ଚୀନ ବିଶେଷଜ୍ଞ। ଚୀନର ବିଶେଷଜ୍ଞ ମାନଙ୍କ କହିବା ଅଟେ କି ଗମ୍ଭୀର ରୋଗୀଙ୍କ ପାଇଁ ପ୍ଲାଜ୍ମା ପୁରା ଠିକ ନୁହଁ। ଏହା ପାଇଁ ଅନ୍ୟ ଉପାୟ ଖୋଜିବାକୁ ହେବ।

ଚାଇନିଜ ଏକାଡେମୀ ଅଫ ସାଇନ୍ସ ଓ ପେକିଙ୍ଗ ୟୁନିଅନ ମେଡ଼ିକାଲ କଲେଜର ରିସର୍ଚ୍ଚର କହିଛନ୍ତି ପ୍ଲାଜ୍ମା ଥେରାପି ଫୁସଫୁସକୁ ପୁରା ଠିକ କରିପାରୁନାହିଁ।

ରିସର୍ଚ୍ଚର କହିଛନ୍ତି ଯେଉଁ ସଂକ୍ରମିତ ସାମାନ୍ୟ ଚିକିତ୍ସା କରୁଛନ୍ତି ତାଙ୍କ ମୃତ୍ୟୁ ଓ ପ୍ଲାଜ୍ମା ଥେରାପି ଚିକିତ୍ସା ମୃତ୍ୟୁ ଦର ଅଲଗା ହୁହଁ କିନ୍ତୁ ଏକ ଭଲ ଖବର ବି ଅଛି।

୨୮ ଦିନ ପର୍ଯ୍ୟନ୍ତ ଅଧୟନ ପରେ ଚୀନ ବିଶେଷଜ୍ଞ ପାଇଛନ୍ତି କି ଅଧିକ ସଙ୍ଗୀନ ଥିବା ଲୋକଙ୍କୁ ପ୍ଲାଜ୍ମା ଥେରାପି ପାଇଁ ଆଇସିୟୁକୁ ନେବା ଆବଶ୍ୟକ ପଡିଲାନି ଓ ସେମାନେ ସାମାନ୍ୟ ଚିକିତ୍ସା ରୋଗୀଙ୍କ ଠାରୁ ୫ ଦିନ ପୂର୍ବରୁ ଭଲ ହୋଇ ଘରକୁ ଗଲେ।

ଚୀନ ବିଶେଷଜ୍ଞ କହିଛନ୍ତି ପ୍ଲାଜ୍ମା ଥେରାପିରେ ଭଲ ହେଉଥିବା ରୋଗୀ ସଂଖ୍ୟା ୯୧ %। ଯେବେକି ସାମାନ୍ୟ ଚିକିତ୍ସା ହେଉଥିବା ରୋଗୀଙ୍କ ଭଲ ହେବା ପ୍ରତିଶତ ମାତ୍ର ୬୮% ଅଟେ। ଏହି ଅଧ୍ୟୟନ ଜାମା ମାଗାଯିନରେ ପ୍ରକାଶ ହୋଇଥିଲା।

ଚୀନ ବିଶେଷଜ୍ଞ ୧୪ ଫେବୁଆରୀରୁ ୧ ଏପ୍ରିଲ ପର୍ଯ୍ୟନ୍ତ ୧୦୧ ରୋଗୀଙ୍କ ଉପରେ ଏହି ପରୀକ୍ଷା କରିଛନ୍ତି। ଏହି ସବୁ ରୋଗୀ ବୁହାନର ଅଲଗା ଅଲଗା ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ଅଧିକ କମ ଅକ୍ସିଜେନ ସ୍ତର ରୋଗୀ ଥିଲେ।

ଓ ଆଉ ଅଧେ ରୋଗୀ ଫ୍ଲେୟରରେ ଦେଇ ଗତି କରୁଥିଲେ ।ତାଙ୍କୁ ବେଟିଲେଟସର ଆବଶ୍ୟକ ଥିଲା। ୨୮ ଦିନ ଚାଲିଥିବା ଅଧ୍ୟୟନରେ ବିଶେଷଜ୍ଞ ପାଇଛନ୍ତି କି ଦୁଇ ପ୍ରକାର ରୋଗୀଙ୍କ ଠିକ ହେବା ଦର ୧୦% ରୁ ଅଧିକ ଅନ୍ତର ନଥିଲା।

ଏହି ପ୍ଲାଜ୍ମା ଥେରାପିରେ ସେହି ରୋଗୀ ମାନଙ୍କୁ ଅଧିକ ଫାଇଦା ହେଲା ଯେଉଁମାନେ ଆଇସିୟୁ ଯିବାକୁ ପଡ଼ିଥାନ୍ତି।ଗମ୍ଭୀର ରୂପରେ ଥିବା ରୋଗୀ ୨୦.୭% ପ୍ଲାଜ୍ମା ଥେରାପି ଦ୍ଵାରା ଭଲ ହେଇଛନ୍ତି । ଯେବେକି ସାମାନ୍ୟ ଚିକିତ୍ସାରେ ୨୪.୧% ଭଲ ହେଇଛନ୍ତି।

ପ୍ଲାଜ୍ମା ଥେରାପି ଚିକିତ୍ସା ଏକ ଉନ୍ନତ ଧାରଣର ଚିକିତ୍ସା ପଦ୍ଧତି ଅଟେ। ପୂର୍ଵ ୧୦୦ ବର୍ଷରୁ ଏହାର ଉପଯୋଗ କରାଯାଉଛି।ଏହା ପ୍ରକୃତରେ ଅନେକ ଲାଭ ଦେଇଥାଏ ଓ ଏହି ମହାମାରୀ ପାଇଁ ମଧ୍ୟ ଅନେକ ଲାଭ ଦେଇଛି।

ଏହି ଉପାୟ ଭରସା ଦାୟକ ମଧ୍ୟ ଅଟେ। ବୈଜ୍ଞାନିକ ପୁରୁଣା ରୋଗୀଙ୍କ ରକ୍ତ ନେଇ ନୂଆ ରୋଗୀଙ୍କ ଚିକିତ୍ସା କରିଥାନ୍ତି।ଏହା ହୋଇଥାଏ କି ଭଲ ହେଇଥିବା ରୋଗୀଙ୍କ ରକ୍ତରୁ ପ୍ଲାଜ୍ମା ନେଇକି ନୂଆ ରୋଗୀଙ୍କ ଶରୀରରେ ଦିଆଯାଇଥାଏ।

ଏବେ ଶରୀର ଭିତରେ ହେଉଥିବା ପକ୍ରିୟା କୁ ବୁଝନ୍ତୁ। ଏହା ଶରୀରରେ ଭାଇରସ ସହ ଲଢ଼ିବାକୁ ଆଣ୍ଟିବଡ଼ି ତିଆରି କରିଥାଏ। ଏହା ଭାଇରସ ସହ ଲଢ଼ି ତାଙ୍କୁ ମାରିଥାଏ ଓ ଦବାଇ ବି ଦେଇଥାଏ। ଏହା ଅଧିକତମ ରକ୍ତର ପ୍ଲାଜ୍ମାରେ ରହିଥାଏ।

ରକ୍ତ ନିଆଯାଇ ସେଥିରୁ ପ୍ଲାଜ୍ମା ରଖାଯାଇଥାଏ। ଯେବେ ନୂଆ ରୋଗୀ ଆସିଥାନ୍ତି ତାଙ୍କ ଶରୀରରେ ଏହି ପ୍ଲାଜ୍ମା ଦିଆଯାଇଥାଏ। ରକ୍ତ ପ୍ଲାଜ୍ମା ପୁରୁଣା ରୋଗୀଙ୍କ ଠୁ ତତ୍କାଳୀନ ନିଆଯାଇ ପାରିବ।

ମଣିଷଙ୍କ ରକ୍ତରେ ୫୫% ପ୍ଲାଜ୍ମା ,୪୫% ଲାଲ ରକ୍ତ କୋଶିକା ଓ ୧% ଧଳା ରକ୍ତ କୋଶିକା ଥାଏ। ପ୍ଲାଜ୍ମା ଥେରାପିରେ ଏହା ଲାଭ କି କୌଣସି ଟିକା ଓ ଔଷଧ ବିନା ରୋଗୀ ଯେକୌଣସି ରୋଗ ସହ ଲଢ଼ିବା ପାଇଁ ସକ୍ଷମ ହୋଇଯାଇଥାଏ।

ଏହା ଦ୍ବାରା ଟିକା ତିଆରି ପାଇଁ ସମୟ ମଧ୍ୟ ମିଳିଥାଏ।ତତ୍କାଳ ଟିକାର ଖର୍ଚ୍ଚ ବି ପଡ଼ି ନଥାଏ। ପ୍ଲାଜ୍ମା ଶରୀରରେ ଆଣ୍ଟିବଡ଼ି ତିଆରି କରିଥାଏ। ତା ସହିତ ତାକୁ ନିଜ ଶରୀରରେ ଷ୍ଟୋର ବି କରିଥାଏ। ଯେବେ ଏହାକୁ ଅନ୍ୟ ଶରୀରରେ ଦିଆଯାଇଥାଏ ଏହା ସେଠାରେ ବି ଆଣ୍ଟିବଡ଼ି ଗଠନ କରିଥାଏ। ଏପରି ଅନେକ ଲୋକଙ୍କୁ ଭାଇରସ ସହିତ ଲଢ଼ିବାକୁ ପସ୍ତୁତ କରାଯାଇଥାଏ।

ଏହି ପ୍ଲାଜ୍ମା ଥେରାପି ସାର୍ସ ଓ ମର୍ସ ମହାମାରୀ ସମୟରେ ବି ଅନେକ ଫାଇଦା କରିଥିଲା। ଏହି ଉପାୟରେ ଅନେକ ରୋଗକୁ ହରାଯାଇଅଛି। ଅନେକ ରୋଗକୁ ମୂଳରୁ ମଧ୍ୟ ଠିକ କରାଯାଇଛି।

Leave a Reply

Your email address will not be published. Required fields are marked *