ବୁହାନ ଛଡା କଣ ପାଇଁ ଅନ୍ୟ ଅଞ୍ଚଳରେ ବ୍ୟାପିଲା ନାହିଁ କରୋନା: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କରୋନା ରୂପରେ ଚୀନ ବହୁତ ଖରାପ ଉପହାର ଦେଇଛି। ଚୀନ ଏହା ଭଲ କରିନି। ଚୀନକୁ ଏହି ଭାଇରସକୁ ପ୍ରଥମରୁ ବ୍ୟାପିବାରୁ ଅଟକାଇବାର ଥିଲା।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ କରୋନା ଭାଇରସକୁ ନେଇ ଚୀନକୁ ଘେରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ଚୀନ ଦ୍ଵାରା ଦିଆଯାଇଥିବା ଏକ ଉପହାର। ଚୀନ ଏହା ଠିକ କରିନି। ଚୀନକୁ ଏହି ଭାଇରସକୁ ପ୍ରଥମରୁ ବ୍ୟାପିବାରୁ ଅଟକାଇବାର ଥିଲା।

ଚୀନ ଉପରେ ଲକ୍ଷ୍ୟସାଧି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କରୋନା ଭାଇରସ ବୁହାନ ସହର ଛାଡ଼ି ଚୀନର ଅନ୍ୟ ଅଞ୍ଚଳରେ କିପରି ବ୍ୟାପୀନଥିଲା? ଚୀନ ଆମେରିକାର ଅନେକ ଫାଇଦା ଉଠାଇଛି। ସେ କହିଛନ୍ତି ଆମେ ଚୀନକୁ ସାହାଯ୍ୟ ପାଇଁ ପ୍ରତି ବର୍ଷ ୫୦୦ ବିଲିଅନ ଡ଼ଲାର ଦେଇଛୁ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କରୋନା ଭାଇରସକୁ ହରାଇବା ପାଇଁ ଆମେ ଦୁନିଆ ସହ ମିଶି କାମ କରୁଛୁ। ଆମେ ଚୀନ ସହିତ ବି କାମ କରିବୁ। ଆମେ ସମସ୍ତଙ୍କ ସହିତ ବି କାମ କରିବୁ, କିନ୍ତୁ ଯାହା ହେଲା ତାହା କେବେ ହେବାର ନଥିଲା। ଏହା ପ୍ରଥମ ଥର ନୁହେଁ ଯେବେ ଆମେରିକା ରାଷ୍ଟ୍ରପତି ଏହି ଭାଇରସ ପାଇଁ ଚୀନକୁ ଦୋଷ ଦେଇଛନ୍ତି।

ଆପଣଙ୍କୁ କହିରଖିବୁ ଚୀନର ବୁହାନ ସହରରୁ ବାହାରୁଥିବା କରୋନା ଭାଇରସ ଆମେରିକା ସମେତ ପୁରା ବିଶ୍ୱରେ ନିଜ ପ୍ରଳୟ ସୃଷ୍ଟି କରିଛି। ଆମେରିକାରେ ଏହି ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ଆମେରିକାରେ ଏହି ଭାଇରସରେ ସଂକ୍ରମଣ ସଂଖ୍ୟା ୧୮ ଲକ୍ଷ ୭୬ ହଜାର ୯୨୦ ରୁ ଅଧିକ ଓ ୧ଲକ୍ଷ ୮ ହଜାର ୩୩୩ ଜଣଙ୍କ ଜୀବନ ମଧ୍ୟ ଗଲାଣି।

ସେହି ପରି ପୁରା ଦୁନିଆରେ ସଂକ୍ରମଣ ହୋଇଥିବା ଲୋକଙ୍କ ସଂଖ୍ୟା ୬୬ଲକ୍ଷ ୭୫ ହଜାର ୧୦ ରୁ ଅଧିକ। ଯାହା ମଧ୍ୟରୁ ୩ଲକ୍ଷ ୯୧ ହଜାର ୮୪୭ ଲୋକଙ୍କ ଜୀବନ ଗଲାଣି। ଏହା ସହ ୨୮ ଲକ୍ଷ ୯୫ ହଜାର ୧୬୬ ରୁ ଅଧିକ ଲୋକ ଭଲ ମଧ୍ୟ ହୋଇଗଲେଣି। ଯେଉଁମାନେ ମେଡିକାଲରୁ ଘରକୁ ଗଲେଣି।

Leave a Reply

Your email address will not be published. Required fields are marked *