ଆମେରିକାରେ ଅବ୍ରତ ଜର୍ଜ ଫ୍ଲୋଏଣ୍ଡ ଙ୍କ ମୃତ୍ୟୁ ର କାରଣ ହେଲା ପୋଲିସ କର୍ମଚାରୀ ଙ୍କ ବର୍ବରତା । ଆମେରିକୀୟ ପୋଲିସ କର୍ମଚାରୀ ଆଣ୍ଠୁରେ ଫ୍ଲୋଏଣ୍ଡ ଙ୍କ ମୁଣ୍ଡକୁ ଦବାଇ ରଖିଥିଲେ ଯେଉଁ କାରଣରୁ ନିଶ୍ୱାସ ନନେଇ ପାରି ସେ ମୃତ୍ୟୁ ବରଣ କରିଥିଲେ । ଜୋଧପୁର ରେ ମଧ୍ୟ ଜଣେ ପୋଲିସ କର୍ମୀ ବ୍ୟକ୍ତିଙ୍କ ମୁଣ୍ଡକୁ ଆଣ୍ଠୁରେ ଜାକି ରଖିଥିଲେ ଯେଉଁ କାରଣରୁ ତାଙ୍କ ଜୀବନ ଯିବାର ମଧ୍ୟ ସମ୍ଭାବନା ଥିଲା।
ସେହି ବ୍ୟକ୍ତି ଜଣକ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବାରୁ ପୋଲିସ ତାଙ୍କୁ ଧରିପକାଇଲେ । ଏହି ସମୟରେ ସେହି ବ୍ୟକ୍ତି ଓ ପୋଲିସ କର୍ମଚାରୀ ହାତାହାତି ହୋଇଗଲେ । ପୋଲିସ ଜଣଙ୍କ ତାଙ୍କୁ ଏମିତି ଧରିଲେ ଯେ ପାଖା ପାଖି ୪୪ ଡିଗ୍ରୀ ସେଲସିୟସ ର ତାପମାତ୍ରା ମଧ୍ୟାହ୍ନ ରେ ବ୍ୟକ୍ତିଙ୍କ ମୁଣ୍ଡକୁ ମାଟିରେ ତାଙ୍କ ଆଣ୍ଠୁ ସାହାଯ୍ୟରେ ଜାକି ରଖିଥିଲେ ।
ବାଟରେ ଯାଉଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ମଧ୍ୟ ସେହି ବ୍ୟକ୍ତିଙ୍କୁ ଧରିବରେ ପୋଲିସକୁ ସାହାଯ୍ୟ କରିଥିଲେ । ଏହା ପରେ ମଧ୍ୟ ସେ ବ୍ୟକ୍ତିଜଣକ କାବୁହେଲେ ନାହିଁ ସେ ପୋଲସଙ୍କୁ ମାରିବାକୁ ଲାଗିଲେ । ତାପରେ ତାଙ୍କୁ ଧରି ମାଡ଼ ମରାଗଲା ଏବଂ ତାଙ୍କ ଉପରେ ରାଜକାର୍ଯ୍ୟରେ ବାଧା ଦେଉଥିବାର ମକଦ୍ଧମା କରି ତାଙ୍କୁ ଗିରଫ କରିନିଆଗଲା ।
କହିରଖୁଛୁ କି ୨୫ମଇ ରେ ଆମେରିକାର ମିନେସୋଟା ରେ ଆଶ୍ରେତ ଜର୍ଜ ଫ୍ଲୋଏଣ୍ଡଙ୍କର ପୋଲିସଙ୍କ ତତ୍ୱାବଧାନ ରେ ମୃତ୍ୟୁ ହୋଇଥିଲା । ଜର୍ଜଙ୍କ ୨୦ଡଲାର ର ନକଲି ନୋଟ ଚଳାଇବାର ଅପରାଧରେ ଧରାଯାଇଥିଲା । ପୋଲିସ କର୍ମଚାରୀ ଜଣକ ତାଙ୍କୁ ମାଟିରେ ପକାଇ ତାଙ୍କ ମୁଣ୍ଡକୁ ପାଦରେ ସେପର୍ଯ୍ୟନ୍ତ ଚାପି ଧରିଥିଲେ ଯେପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନହୋଇଥିଲା । ତା ପରଠାରୁ ଆମେରିକାରେ ହିଂସକ ବିରୋଧୀ ପ୍ରଦର୍ଶନ ହେଉଛି ।