ଛାତ୍ର ଛାତ୍ରୀ ଙ୍କ ଚିନ୍ତା ବଢ଼ାଉଛି ଘର ଭଡ଼ା, ଭଡ଼ା ଦିଅ ନହଲେ ଆସି ଘର ଖାଲି କର…

ସାରା ରାଜ୍ୟରେ ବର୍ତ୍ତମାନ ଲକ୍ ଡାଉନ୍ ଟିକେ କୋହଳ ହୋଇଥିବା ବେଳେ କିନ୍ତୁ ଓଡ଼ିଶାରେ ଏହା ପୂର୍ବ ଭଳି ବଳବତ୍ତର ରହିଛି । ଏଥିରେ ଖାସ୍ କରି ଶିକ୍ଷା ଅନୁଷଠାନଗୁଡ଼ିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ଯାହ ଦ୍ଵାରା ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ଘରଭଡ଼ା ଚିନ୍ତାରେ ଅଛନ୍ତି।

ଛାତ୍ର ଛାତ୍ରୀ ସାଧାରଣତଃ ଘର ଉପରେ ନିର୍ଭର କରି ଚଳନ୍ତି କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କିଛି ଲୋକ ଏମିତି ଅଛନ୍ତି ଯିଏ ପେଟକୁ ୨ ମୁଠା ଦାନା ଯୋଗାଡ଼ କରିବାରେ ଅସମର୍ଥ ହୋଇ ପଡିଛନ୍ତି।

ବହୁତ ଗରିବ ଶ୍ରେଣୀର ଲୋକଙ୍କ ପିଲା ମଧ୍ୟ ସହରରେ ଆସି ବଡ଼ କଷ୍ଟରେ ପାଠ ପଢୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ଘର ଭଡ଼ା ଦାଉ ସାଜିଛି। ଏହା ମଧ୍ୟରେ ଘର ମାଲିକ ବାରମ୍ବାର ଘର ଭଡ଼ା ଅନଲାଇନ୍ ରେ ଦେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ମାଗି ଚାଲିଛନ୍ତି ଏବଂ ଘର ଖାଲି କରିବାକୁ ଧମକ ମଧ୍ୟ ଦେଉଛନ୍ତି।

ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ସମସ୍ତ ଘର ମାଲିକ ମାନଙ୍କୁ ଆଦେଶ ଦେଇଥିଲେ ଘର ଭଡ଼ା ଛାଡ଼/କୋହଳ କରିବାକୁ କିନ୍ତୁ କେତେ ପରିମାଣରେ କୋହଳ କରିବା କଥା କହିନଥିବାରୁ ଏବଂ ଏଇଟା ଘର ମାଲିକଙ୍କ ନିଜ ଇଚ୍ଛା ହୋଇଥିବାରୁ କୌଣସି ଘର ମାଲିକ ଘର ଭଡ଼ା ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ଓ ଏମିତିକି କିଛି ଭଡ଼ା କାଟିବାକୁ ମଧ୍ୟ ରାଜି ହେଉ ନାହାଁନ୍ତି।

ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଛାତ୍ର ଛାତ୍ରୀ ବିଭିନ୍ନ ଗାଆଁ ରୁ ଆସି ପାଠ ପଢିଥାନ୍ତି ବର୍ତ୍ତମାନ ଲକ୍ ଡାଉନ୍ ର ଅବଧି ବଢ଼ି ଯାଇଥିବା ବେଳେ ପାଠ ପଢା ଖର୍ଚ୍ଚ ସହିତ ଘର ଭଡ଼ା ଚିନ୍ତା ଅଧିକ କଷ୍ଟ ସାଧ୍ୟ ହୋଇପଡିଛି।

ଏଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହଦୟଙ୍କୁ ଅନୁରୋଧ କି ଆପଣ ଏବଂ ଆପଣଙ୍କ ସରକାର ଏଥି ପ୍ରତି ଯଥା ସମ୍ଭବ ଧ୍ୟାନ ଦେଇ ପ୍ରେତକ ଘର ଭଡ଼ା ଟିଆଙ୍କ ଭଡ଼ା ଛାଡ଼ ଅଥବା ୫୦% ଯଦି ଛାଡ଼ କରିବେ ତାହାଲେ ପ୍ରତେକ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅନେକ ଗରିବ ଲୋକ ଘର ଭଡ଼ା ବୋଝରୁ ମୁକୁଳି ପାରିବେ।

ବନ୍ଧୁଗଣ ଆସକରୁଛି ଆପଣ ଏଥିରେ ସହମତି ଥିବେ, ଯଦି ଏଥିରେ ସହମତି ଥିବେ ଗୋଟିଏ ଲାଇକ କରିବା ସହିତ ବହୁ ପରିମାଣରେ ସେୟାର କରନ୍ତୁ ଯେମିତି ଏହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଏବଂ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଏ ବିପଦ ବେଳେ କିଛି ସାହାଯ୍ୟ ମିଳିବ।

Leave a Reply

Your email address will not be published. Required fields are marked *