ଗ୍ଲାମର ଇଣ୍ଡଷ୍ଟ୍ରି ସବୁବେଳେ ଲୋକଙ୍କ ମଧ୍ୟରେ ନୂଆ ଟ୍ରେଣ୍ଡ କରନ୍ତି। ତାହା ଫେସନ , ଲୁକ୍ସ କୁ ନେଇ ହେଉ ବା କୌଣସି ସମ୍ପର୍କ ବା ବ୍ୟକ୍ତିଗତ ଜୀବନ ସହିତ ଜଡିତ ହେଉ ନା କାହିଁକି। ଏବେ ବୋଲିଉଡ଼ ରେ ଏକ ନୂଆ ଟ୍ରେଣ୍ଡ ର ଆରମ୍ଭ ହୋଇଛି । ବିଗତ ସମୟରେ ବହୁତ ତାରକା ବିନା ବିବାହରେ ଅଭିଭାବକ ହୋଇଛନ୍ତି । ଆସନ୍ତୁ ଜାଣିବା ଏହିପରି ତାରକା ମାନଙ୍କ ବିଷୟରେ ।
କଳ୍କୀ କେକଲାଂ ଏହି ବର୍ଷ ଫେବୃୟାରୀ ମାସରେ ନିଜ ଘରେ ଗୋଟିଏ କୁନି ପରୀକୁ ଜନ୍ମ ଦେଇଛନ୍ତି । ତାଙ୍କର ବୟଫ୍ରେଣ୍ଡ ଙ୍କ ନାମ ଗାୟ ହର୍ଷବର୍ଗ ଅଟନ୍ତି । ଯିଏକି ଇଶ୍ରାଇଲି ଗୀତିକାର ଅଟନ୍ତି । କଳ୍କୀ ସୋସିଆଲ ମିଡିଆରେ ତାଙ୍କ ଝିଅ ସହିତ ଫୋଟ ସେୟାର କରନ୍ତି ।
କଳ୍କୀ ତାଙ୍କର ଗର୍ଭଧାରଣ ସମୟକୁ ଖୁବ ଉପଭୋଗ କରିଥିଲେ। କଳ୍କୀ ବେବି ବଂପ ଫ୍ଲାଣ୍ଟ କରୁଥିବା ସମୟର ବହୁତ ଫଟୋ ଇନ୍ଷ୍ଟଗ୍ରାମ ରେ ସେୟାର କରିଛନ୍ତି । ଜାଣନ୍ତି କି , କଳ୍କୀ ଫିଲ୍ମ ନିର୍ଦେଶକ ଅନୁରାଗ କାଶ୍ୟପ ଙ୍କର ପୂର୍ବ ପତ୍ନୀ ଅଟନ୍ତି । ଯେଉଁ ମାନଙ୍କର ବୈବାହିକ ଜୀବନ ୪ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ତାଙ୍କର ଛାଡପତ୍ର ହୋଇଗଲା।
ବହୁତ ସାଉଥ ଇଣ୍ଡିଆନ ଏବଂ ହିନ୍ଦୀ ଫିଲ୍ମର ଅଂଶ ହୋଇଛନ୍ତି ଏମି ଜାକସନ ହେଟେଲିୟର ଜର୍ଜ ପାନାୟୀଟୋ ଙ୍କ ସହିତ ସମ୍ପର୍କରେ ଅଛନ୍ତି । ଦୁଇଜଣ ମଇ ୨୦୧୯ ରେ ନିର୍ବନ୍ଧ କାରିଥିଲେ । ଏମି ୨୦୧୯ ସେପ୍ଟେମ୍ବର ମାସରେ ପୁଅଙ୍କୁ ଜନ୍ମ ଦେଇଛନ୍ତି । ଏମୀଙ୍କର ତାଙ୍କ ଭାବି ସ୍ୱାମୀଙ୍କ ସହିତ ବିବାହ ହୋଇନାହିଁ । ଏମିତିରେ ଏମି ଜାକସନ ଙ୍କ କହିବା କଥା ହେଉଛି ସେ ବହୁତ ଜଲଦି ତାଙ୍କୁ ବିବାହ କରିବେ । ଏମି ଅଭିନେତା ପ୍ରତୀକ ବବ୍ବର ଙ୍କୁ ମଧ୍ୟ ଡେଟିଂ କରିସାରିଛନ୍ତି ।
ଅଭିନେତା ଅର୍ଜୁନ ରାମପାଳ ଗତବର୍ଷ ଜୁଲାଇରେ ତୃତୀୟ ଥର ବାପା ହୋଇଛନ୍ତି । ଅର୍ଜୁନ ରାମପାଳଙ୍କର ଗାର୍ଲଫ୍ରେଣ୍ଡ ଗୋବ୍ରିଏଲା ଝିଅକୁ ଜନ୍ମ ଦେଇଛନ୍ତି । ଦୁଇଜଣଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ । ତାଙ୍କର ପ୍ରଥମ ବିବାହରୁ ତାଙ୍କର ଦୁଇଜଣ ଝିଅ ଅଛନ୍ତି ।
ଦିଗଜ୍ଜ ଅଦାକାର ନିନା ଗୁପ୍ତା ୱେସ୍ତେଣ୍ଡିଜ କ୍ରିକେଟର ବିବିୟାଙ ରିଚାର୍ଡଙ୍କ ସହିତ ସମ୍ପର୍କରେ ଥିଲେ । ସେହି ସମ୍ପର୍କ ଦ୍ବାରା ତାଙ୍କର ଗୋଟିଏ ଝିଅ ମାସାବା ଅଛନ୍ତି । କିନ୍ତୁ ରିଚାର୍ଡ ଓ ନିନା କେବେ ବିବାହ କରିନାହାନ୍ତି।
ନେହା ଧୁପିୟା ୨୦୧୮ ମସିହା ମଇ ମାସରେ ଅଙ୍ଗଦ ବେଦୀଙ୍କୁ ଗୁପ୍ତ ରୂପେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତାପରେ ନଭେମ୍ବର ୨୦୧୮ ରେ ନେହା ଜଣେ ଝିଅଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ଅଙ୍ଗଦ ବେଦୀ ନିଜେ କହିଛନ୍ତି କି ନେହା ଵିଵାହ ପୂର୍ବରୁ ଗର୍ଭବତୀ ଥିଲେ ।