ବିଶ୍ୱ ମୋବାଇଲ ଫୋନ ବଜାରରେ ଅଧିକ ଅଂଶ ଦଖଲ କରୁଥିବା ଚୀନ , ଭାରତରେ ଏହାର ବ୍ୟବସାୟ ଖରାପ ଚାଲିଛି। ଏହି କାର୍ଯ୍ୟ ଅତ୍ୟନ୍ତ ବିପଦ ଜନକ ହେବା ସହିତ ଭାରତର ଆଭ୍ୟନ୍ତରଣ ସୁରକ୍ଷା ମାନଦଣ୍ଡ ସହିତ ମେସେଜ କରୁଛି। ଚୀନର ସବୁଠୁ ବଡ ମୋବାଇଲ କମ୍ପାନୀ ଭିବୋ ଗୋଟିଏ IEMI ନମ୍ବରରେ ଭାରତରେ ୧୩ ହଜାର ମୋବାଇଲ ଚଳାଉଛି।
ମେରଠ(ଉତ୍ତରପ୍ରଦେଶ)- ବିଶ୍ୱ ମୋବାଇଲ ଫୋନ ବଜାରରେ ଅଧିକ ଅଂଶ ଦଖଲ କରୁଥିବା ଚୀନ ,ଭାରତରେ ଏହାର ବ୍ୟବସାୟ ଖରାପ ଚାଲିଛି। ଏହି କାର୍ଯ୍ୟ ଅତ୍ୟନ୍ତ ବିପଦ ଜନକ ହେବା ସହିତ ଭାରତର ଆଭ୍ୟନ୍ତରଣ ସୁରକ୍ଷା ମାନଦଣ୍ଡ ସହିତ ମେସେଜ କରୁଛି। ଚୀନର ସବୁଠୁ ବଡ ମୋବାଇଲ କମ୍ପାନୀ ଭିବୋ ଗୋଟିଏ IEMI ନମ୍ବରରେ ଭାରତରେ ହଜାର ହଜାର ମୋବାଇଲ ଚଳାଉଛି। କେନ୍ଦ୍ର ଶାସିତ ଅଞ୍ଚଳ ଓ ୨୮ ରାଜ୍ୟରେ ଅନେକ ସ୍ଥାନରେ ଏକ IEMI ନମ୍ବରରେ ଅନେକ ଫୋନ ଚାଲୁଥିବା ପୋଲିସ କହିଛି। ଉତ୍ତରପ୍ରଦେଶରେ ଗୋଟିଏ IEMI ନମ୍ବରରେ ସବୁଠୁ ଅଧିକ ମୋବାଇଲ ଫୋନ ଚାଲୁଛି। ପୋଲିସ ନେଟୱର୍କ କମ୍ପାନୀ ଭିବୋକୁ ନୋଟିସ ଜାରିକରି ଏହାର ପ୍ରମାଣ ଖୋଜୁଛି।
ବିଶ୍ୱର ପ୍ରତ୍ୟେକ ମୋବାଇଲ ଫୋନ IEMI ନମ୍ବରର ବା ଇଣ୍ଟର ନ୍ୟାସନାଲ ମୋବାଇଲ ଇକ୍ୟଉମେଣ୍ଟ ଆଇଣ୍ଡେଟିଟି ନମ୍ବର ଥାଏ। ଏହା ଏକ ପ୍ରକାର ମୋବାଇଲର ପରିଚୟ ଅଟେ। କୌଣସିବି କମ୍ପାନୀ ଗୋଟେ ମୋବାଇଲକୁ ଗୋଟେ IEMI ନମ୍ବରର ଦେଇଥାଏ କିନ୍ତୁ ଚୀନ ଭାରତରେ ଗୋଟେ IEMI ନମ୍ବରରେ ୧୩ ହଜାର ୫୦୦ ମୋବାଇଲ ଚଳାଉଛି। ଭାରତରେ ୧୩ ମୋବାଇଲ ଫୋନ ମାମଲା ସାମ୍ନାକୁ ଆସିବାପରେ ମେରଠ ପୋଲିସ ଆଚମ୍ବିତ ହୋଇଯାଇଛି। ମେରଠରେ ଏବେ ଚୀନ କମ୍ପାନୀ ଭିବୋ ଉପରେ ଅଭିଯୋଗ ଦାଖଲ ହୋଇଛି।
ଏପରି ଜଣାପଡିଲା ଏହି ଘଟଣା:
ମେରଠ ପୋଲିସକୁ ସାଇବର କ୍ରାଇମ ସେଲ ଯାଞ୍ଚରେ ଏହି ଘଟଣା ଜଣାପଡିଛି। ମେରଠ ପୋଲିସ ଏବେ ଚୀନ କମ୍ପାନୀ ଭିବୋ ଉପରେ ଅଭିଯୋଗ ଦାଖଲ କରିଛି ଓ ମାମଲାର ଅଧିକ ଯାଞ୍ଚ କରୁଛି। ଭାରତୀୟ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଚିନ ଭଙ୍ଗ କରିଥିବା କୁହାଯାଇଛି। ମେରଠ ଥାନା ସବଇନିସସ୍ପେକ୍ଟର ଆଶାରାମଙ୍କ ପାଖରେ ବି ଏହି କମ୍ପାନୀର ମୋବାଇଲ ଅଛି। ଏହା ପରେ ସେ ଏହାକୁ ବଦଳାଇବା ପାଇଁ ୨୪ ଡିସେମ୍ବର ୨୦୧୯ କୁ ମେରଠ ଦିଲ୍ଲୀ ରାସ୍ତ ପାଖ ଭିବୋ କମ୍ପାନୀରେ ଦାଖଲ କରିଥିଲେ।
ବେଟ୍ରି ଓ ଅନ୍ୟାନ୍ୟ ବଦଳାଇ ତାଙ୍କୁ ପୁନଃ ମୋବାଇଲ ଦିଆଯାଇଥିଲା। ଏହାର କିଛି ଦିନ ପରେ ମୋବାଇଲ ସ୍କ୍ରିନରେ ଏହାର ଆସିବା ଆରମ୍ଭ ହେଲା। ଏହାପରେ ମାମଲା ଅଭିଯୋଗ ହେବାପରେ ତତ୍କାଳୀନ ଏଡିଜି ପ୍ରଶାନ୍ତ କୁମାର ମେରଠ ଜୋନ ପୋଲିସ ସାଇବର କ୍ରାଇମ ସେଲ କର୍ମଚାରୀ କୁମାର ପଙ୍କଜ ସାଇବର ଏକ୍ସପଟ ବିଜୟ କୁମାରଙ୍କୁ ଯାଞ୍ଚ ନିର୍ଦେଶ ଦିଆଯାଇଥିଲା। ଯାଞ୍ଚରେ ଜଣାପଡିଲା ଆଶାରାମଙ୍କ ମୋବାଇଲରେ ଯେଉଁ IEMI ନମ୍ବର ଲେଖାଯାଇଛି ତାହା ବର୍ତ୍ତମାନ IEMI ନମ୍ବର ଠୁ ଅଲଗା। ଏହା ପରେ ୧୬ ଜାନୁଆରୀ ୨୦୨୦ ରେ କୁ ସର୍ଭିସ ସେଣ୍ଟର ମ୍ୟାନେଜର କହିଥିଲେ IEMI ନମ୍ବର ବଦଳାଯାଇନାହିଁ।
ଅଭିଯୋଗରେ ଯାଞ୍ଚ ପରେ କେସ ଦାଖଲ:
ଏଡିଜି ମେରଠ ରାଜୀବ ସବରବାଲ କହିଛନ୍ତି ଅଭିଯୋଗ ପରେ ଏହି କେସର ଯାଞ୍ଚ ହେଉଛି। ସାଇବର କମ୍ପାନୀ ମୋବାଇଲରେ ପଡିଥିବା ଜିଓ ସିମ ସେହି IEMI କୁ ଟେଲିଫୋନ କମ୍ପାନୀକୁ ପଠାଇ ଡାଟା ମାଗିଛି। ସେଠାରୁ ରିପୋର୍ଟ ଆସିଲାକି ୨୪ ସେପ୍ଟେମ୍ବର ୨୦୧୯ କୁ ସକାଳ ୧୧ ରୁ ୧୧.୩୦ ଭିତରେ ଅଲଗା ଅଲଗା ରାଜ୍ୟରେ ଏହି କମ୍ପାନୀର ମୋବାଇଲର ଏହି IEMI ନମ୍ବରରେ ୧୩୫୫୭ ମୋବାଇଲ ଚାଲୁଛି ।
ଏହା ନିୟମର ଉଲଘଂନ ସହିତ ଦେଶରେ ଏହା ଅତି ଭୟାନକ ଘଟଣା। ସେ ଏହା ବି କହିଛନ୍ତି ସେହି IEMI ନମ୍ବରରେ କୌଣସି ଅପରାଧ ହେଲେ ବି ଆମେ ଅପରାଧିକୁ ବି ଧରି ପାରିବାନି। ଏହି ମାମଲାରେ କେସ ଦାଖଲ କରାଯାଇଛି। କମ୍ପାନୀ ସହିତ କଥା ହେବ ଏହା କିପରି ହେଲା।