George Floyd:ଜର୍ଜ ଫ୍ଲଏଡଙ୍କ ଝିଅ କହିଛନ୍ତି-ମୋ ବାପା ଦୁନିଆ ବଦଳାଇଦେଇଛନ୍ତି। ଭାଇରାଲ ହେଲା ଭିଡ଼ିଓ

ଆମେରିକା ପୋଲିସ ହିପାଜତରେ ଏକ କଳା ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଘଟିଥିବା ହିଂସା ଭିତରେ ତାଙ୍କ ଝିଅ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଜର୍ଜ ଫ୍ଲଏଡଙ୍କ ଝିଅ ଜିଆନା ଫ୍ଲଏଡଙ୍କ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ଜର୍ଜଙ୍କ ପ୍ରିୟ ବନ୍ଧୁ ଷ୍ଟିଫେନ ଜ୍ୟାକସନଙ୍କ କାନ୍ଧରେ ବସିଥିବା ଦେଖାଯାଇଛି ଓ ତାଙ୍କ ବାପା ଦୁନିଆ ବଦଲାଇଦେଇଛନ୍ତି ବୋଲି କହୁଛନ୍ତି।

ମିନିଲାପନିସିରେ ଏହି ଭିଡ଼ିଓ ରେକର୍ଡ କରାଯାଇଥିଲା। ଏହି ଭିଡିଓରେ କ୍ୟାମେରା ପଛରେ ବସିଥିବା ଏକ ଲୋକ ପଚାରିଥାନ୍ତି ତୁମ ବାପା କଣ କରିଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି ମୋ ବାପା ଏହି ଦୁନିଆକୁ ପରିବର୍ତ୍ତନ କରିଛନ୍ତି।

ପୂର୍ବତନ ଏନବିଏ ଖେଳାଳି ମଧ୍ୟ ଜିଆନାଙ୍କ ସେହି କଥା ପୁନଃ କହିଥିବାର ଶୁଣିବାକୁ ମିଳିଛି। ଭିଡ଼ିଓ ସେୟାର କରି ପୂର୍ବତନ ଖେଳାଳି ଷ୍ଟିଫେନ ଲେଖିଛନ୍ତି ପରଫେକ୍ଟ ଜିଜି” ବାପା ଚେଞ୍ଜ୍ ୱାର୍ଲ୍ଡ “, ଫ୍ଲଏଡ୍ ହେଉଛି ପରିବର୍ତ୍ତନର ଏକ ନାମ।

https://www.instagram.com/p/CA9K06mF88W/?utm_source=ig_web_copy_link

ଏହି ଭିଡ଼ିଓକୁ ଦେଖୁଥିବା ଲୋକମାନେ ଜର୍ଜଙ୍କ ଝିଅର ପ୍ରଶଂସା କରି ଲେଖିଛନ୍ତି ,ଏହି ଦୁଃଖ ସମୟରେ ବି ସେ ନିଜ ଆତ୍ମବିଶ୍ବାସ ରଖିଛନ୍ତି।

ଜଣାପଡିଛି ୪୬ ବର୍ଷୀୟ ଜର୍ଜ ଫ୍ଲାଏଡ଼ଙ୍କ ମିନିନାପୋଲିସ ହିପାଜତରେ ମୃତ୍ୟୁ ହୋଇଛି। ଏକ ଧଳା ପୋଲିସ ତାଙ୍କୁ ଗିରଫ କରି ନିଜ ଆଣ୍ଠୁକୁ ତାଙ୍କ ବେକରେ ରହିଥିଲା ଯାହା ଦ୍ଵାରା ନିଶ୍ୱାସ ବନ୍ଦ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତ ପୋଲିସ ଅଧିକାରୀ ଡେରେକ ଶୋଭିନଙ୍କ ଉପରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏହା ସହିତ ଆମେରିକାରେ ଅନେକ ସହରରେ ଏହି ଘଟଣା ପରଠାରୁ ବିରୋଧ ଜାରି ଅଛି। ଏହା ସହ ଜର୍ଜଙ୍କ ନ୍ୟାୟ ପାଇଁ ପ୍ରମୁଖ ସହରରେ ବିରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *